Posted inଖେଳ

ସେଭିଲା ଷ୍ଟାଡିୟମ ଭଙ୍ଗାରୁଜା: ୪ ଅଭିଯୁକ୍ତ ଗିରଫ

ସେଭିଲ,୮ା୮: ଗତ ମେ’ ମାସରେ ସେଲ୍ଟା ଭିଗୋଠାରୁ ପରାଜୟ ପରେ ସେଭିଲା କ୍ଲବର ଟ୍ରେନିଂ ଗ୍ରାଉଣ୍ଡରେ ହୋଇଥିବା ଭଙ୍ଗାରୁଜା ଘଟଣା ଲାଗି ଶୁକ୍ରବାର ୪ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ରେ ପରାଜୟ ଯୋଗୁ ଖେଳାଳିମାନେ ସୁରକ୍ଷାଜନିତ କାରଣରୁ ପୂରା ରାତି କମ୍ପ୍ଲେକ୍ସରେ ରହିଥିଲେ। ପ୍ରଶଂସକଙ୍କ ଏକ ବଡ଼ ଗୋଷ୍ଠୀ ଜୋସ ରାମନ ସିସନେରସ ପାଲାସିଓସ ଟ୍ରେନିଂ ଗ୍ରାଉଣ୍ଡ ମଧ୍ୟକୁ ଧଶେଇ ପଶିଥିଲେ।

ମୁହଁ ଘୋଡ଼ାଇ ରଖିଥିବା ଅନେକ ପ୍ରଶଂସକ କାର୍‌ ପ୍ରବେଶ ପଥରେ ଥିବା ଗେଟ୍‌କୁ ଭାଙ୍ଗିବା ପରେ ଗ୍ରାଉଣ୍ଡ ଭିତରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ କ୍ଲବ ପକ୍ଷରୁ ନିନ୍ଦା କରାଯିବା ସହ ଏହାକୁ ସଂଗଠିତ ଭଙ୍ଗାରୁଜା କୁହାଯାଇଥିଲା।

ଗତ ସିଜନରେ ଅଳ୍ପକେ ରିଲେଗଶନରୁ ବର୍ତ୍ତିଥିବା ସେଭିଲା ୨-୩ ଗୋଲରେ ଭିଗୋଠାରୁ ପରାଜିତ ହେବା ପରେ ହିଂସାକାଣ୍ଡ ତେଜି ଥିଲା। ସ୍ପାନିଶ ଖବରକାଗଜ ମାର୍କାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଷ୍ଟାଡିୟମ ଭଙ୍ଗାରୁଜା ଘଟଣାର ତଦନ୍ତ ଚାଲିଛି ଏବଂ ୪ ଜଣଙ୍କୁ ଗିରଫ କରାଯାଇଛି। ହେଲେ ରିପୋର୍ଟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା ଶୁଣାଣି ତାରିଖ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା…

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର

ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧…

ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍‌

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର…

ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri