ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର ବହଳ ଆସ୍ତରଣ ଜମି ରହିଛି। ଏପରି କି ଟ୍ରକ, ବସ୍‌, କାର୍‌ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଫଳରେ କେତେକ ଅଞ୍ଚଳ ବାହ୍ୟଜଗତରୁ ପ୍ରାୟ ବିଛିନ୍ନ ହୋଇଯାଇଛି। ଆମେରିକାରେ ଚଳିତ ବର୍ଷ ଥଣ୍ଡା ରେକର୍ଡ ଭାଙ୍ଗିଛି।

ଏପରିକି ଆଗାମୀ ଦିନରେ ଆମେରିକାରେ ଶୀତକାଳୀନ ଝଡ଼ ଆଶଙ୍କା ଦେଖାଦେଇଛି। ଯାହାକି ସବୁଠାରୁ ଭୟଙ୍କର ଝଡ଼ ବୋଲି ଅନୁମାନ କରାଯାଉଛି। ଏନେଇ ଆମେରିକାର ଅଧିକାଂଶ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ।

ଆମେରିକାର ବିଭିନ୍ନ ରାଜ୍ୟରେ ଘନ କୁହୁଡ଼ି ଯୋଗୁ ଶୂନ ଦୃଶ୍ୟମାନ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ତୁଷାରପାତ ଏବଂ ଥଣ୍ଡା ପବନ ଯୋଗୁ ଲୋକଙ୍କୁ ଘରୁ ବାହାରିବା ମସକିଲ୍‌ ହୋଇପଡିଛି। ଲୋକେ ଦିନ ଏବଂ ରାତି ହିଟର ଜାଳି ବସି ରହୁଛନ୍ତି। ଏପରିକି ଘନ କୁହୁଡ଼ି ଯୋଗୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆମେରିକାର କାନସାସ, ପଶ୍ଚିମ ନେବରାସ୍କା ଏବଂ ଇଣ୍ଡିଆନା ଆଦି ସହରର ପ୍ରମୁଖ ରାସ୍ତାରେ ବରଫର ଆସ୍ତରଣ ଜମି ରହିଛି। ଫସି ରହିଥିବା ଗାଡି ଚାଳକଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି ।

ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ରାଜ୍ୟର ବଭିନ୍ନ ସହରରେ ଶୀତ ଝଡ଼ ପାଇଁ ସତର୍କ ଜାରି କରାଯାଇଛି। ଅନ୍ୟପକ୍ଷେ ମିସୋରୀ ଓ ଆରକାନ୍ସ ସହର ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଶକ୍ତିଶାଳୀ ଶୀତ ଝଡ଼ କେନ୍ଦ୍ରୀୟ ଆମେରିକାରେ ଆରମ୍ଭ ହୋଇ ଆଗାମୀ କିଛି ଦିନ ମଧ୍ୟରେ ପୂର୍ବ ଦିଗକୁ ଗତି କରିବ । ଏହି ସମୟରେ ୪୦ ମାଇଲ ବେଗରେ ଶୀତୁଆ ପବନ ବହିବ ଆଶଙ୍କା ରହିଛି। ଭୟଙ୍କର ଝଡ଼ ଦ୍ୱାରା ୬୩ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri