ଇମ୍ରାନଙ୍କ ଆସନ ଟଳମଳ

ଇସଲାମାବାଦ୍‌,୧୮।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିପକ୍ଷ ପ୍ରସ୍ତୁତ ହେଉଛନ୍ତି। ଏହା ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫର ୨୪ ଏମ୍‌ପି ଇସଲାମାବାଦର ସିନ୍ଧ ହାଉସରେ ଆଶ୍ରୟ ନେଇଛନ୍ତି।
ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ଇମ୍ରାନଙ୍କ ଦଳର ଏମ୍‌ପି ରାଜା ରିୟାଜ ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଛି। ରିୟାଜ ଦାବି କରିଛନ୍ତି ଯେ ୨୦ରୁ ଅଧିକ ଏମ୍‌ପି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଖୁସି ନାହାନ୍ତି। ଅବିଶ୍ୱାସ ପ୍ରସ୍ତାବ ସମୟରେ ସମସ୍ତ ଏମ୍‌ପି ନିଜ ବିବେକ ଅନୁଯାୟୀ ମତଦାନ କରିବେ।
ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ ରେ କ୍ରିକେଟର-ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବଚନ ୨୦୨୩ ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ୮.୪ କୋଟି ବିସ୍ଥାପିତ

ବର୍ଲିନ, ୧୨ା୧୧:ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୮.୪ କୋଟିରୁ ଊର୍ଦ୍ଧ୍ୱ ରହିଛି। ବିଶେଷ କରି ଆଫ୍ରିକା ମହାଦେଶରେ...

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ...

ନେପାଳ ବିମାନ ଦୁର୍ଘଟଣା: ମିଳିଲା ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୩୦ ।୫: ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ...

କ୍ୱାରାଣ୍ଟାଇନ୍‌ରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ...

ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ...

ଶ୍ରୀଲଙ୍କା ସ୍ଥିତିକୁ ନେଇ ଟୁଇଟ୍ କଲା ଆମେରିକା

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ କାରଣରୁ ସ୍ଥିତି ଏକଦମ ବିଗିଡି ଯାଇଛି । ଦେଶବ୍ୟାପି ଏବେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି...

ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍‌ଓ: ଆସିପାରେ ଆଉ ଏକ ଲହର

ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ...

୩୭ ହଜାର ଏଲିୟନ ପ୍ରଜାତି ମାନବ-ପ୍ରକୃତି ପାଇଁ ବିପଦ, ପ୍ରତିବର୍ଷ ୪୨୩ ଅରବ ଡଲାର କ୍ଷତି

ଓ୍ବାଶିଂଟନ,୫।୯: ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶୀ ପ୍ରଜାତିଗୁଡିକ (ପ୍ରଜାତିଗୁଡିକ ସ୍ଥାନୀୟ ନୁହଁନ୍ତି ଏବଂ ବିଭିନ୍ନ ଉପାୟରେ ନୂତନ ସ୍ଥାନରେ ପହଞ୍ଚିଛନ୍ତି) ପୃଥିବୀର ଜୈବ ବିବିଧତା...

Advertisement
Archives

Model This Week