୭୦ ବର୍ଷ ପରେ ସୁବର୍ଣ୍ଣ ନାଗାଭରଣ ବେଶ

ଢେଙ୍କାନାଳ ଅଫିସ, ୧୪।୮ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠ ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିନ। କାରଣ ଦୀର୍ଘ ୭୦ବର୍ଷ ପରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ। ସୁନାର ପଞ୍ଚବକ୍ର ମୁକୁଟ ପରିଧାନ କରି ଶ୍ରୀଜୀଉ ଝଲସି ଉଠିଥିବାବେଳେ ପରମ୍ପରା ଅନୁଯାୟୀ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରାଜ ପରିବାର ପକ୍ଷରୁ ପରମ୍ପରା ଅନୁଯାୟୀ ଯୁବରାଜ ଅମରଜ୍ୟୋତି ସିଂଦେଓ ପ୍ରଥମେ ଏବଂ ଏହାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପୂଜାର୍ଚ୍ଚନା କରିଥିଲେ।
ମହାପ୍ରଭୁ ଚନ୍ଦ୍ରଶେଖର ଅମାପ ସମ୍ପତ୍ତିର ଅଧିକାରୀ। ପୂର୍ବରୁ ଶ୍ରୀଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ବେଶ ଅନୁଷ୍ଠିତ ହେଉଥିବା ଇତିହାସ କୁହେ। ତେବେ ୭୦ ବର୍ଷ ତଳେ ଠାକୁରଙ୍କ ସୁବର୍ଣ୍ଣ ପଞ୍ଚବକ୍ର ମୁକୁଟ ଚୋରି ହୋଇଯାଇଥିଲା। ସେହିଦିନଠାରୁ ସ୍ବତନ୍ତ୍ର ଦିବସରେ ଅନୁଷ୍ଠିତ ନାଗାଭରଣ ବେଶରେ ମହାପ୍ରଭୁ ରୁପା ମୁକୁଟ ପରିଧାନ କରୁଥିଲେ। ନବନିର୍ମିତ ସୁବର୍ଣ୍ଣ ମୁକୁଟ ୧କେଜି ୯୧୦ ଗ୍ରାମ ସୁନାରେ ନିର୍ମିତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କା। ଏଥିଲାଗି ପ୍ରଶାସନ ପକ୍ଷରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ମୁକ୍ତ ହସ୍ତରେ ସୁନା, ଅର୍ଥ ଦାନ କରିଥିଲେ। ଜିଲାପାଳ ବେହେରାଙ୍କ ତତ୍ତ୍ୱାବଧାନ ଏବଂ ଜିଲା ଦେବୋତ୍ତର ବିଭାଗ ଉଦ୍ୟମରେ ପଞ୍ଚବକ୍ର ସୁନା ମୁକୁଟ ତିଆରି ହୋଇଛି। ପୁଷ୍ପାଭିଷେକ, ଜାଗର ଯାତ୍ରା ଏବଂ ମକର ସଂକ୍ରାନ୍ତି ଅବସରରେ ଠାକୁରଙ୍କ ନାଗାଭରଣ ବେଶ ଅନୁଷ୍ଠିତ ହୋଇଥାଏ। ଏଣିକି ସମ୍ପୃକ୍ତ ସ୍ବତନ୍ତ୍ର ଦିବସରେ ମହାଦେବ ସୁନାମୁକୁଟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶୁକ୍ରବାର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହାପରେ ନାଗାଭରଣ ବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁୁମାର ମଲ୍ଲିକ, ଏସ୍‌ପି କେ. ଶିବା ସୁବ୍ରମଣୀ, ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନିଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
୩ମାସ ତଳେ ହୋଇଥିଲା ନିଷ୍ପତ୍ତି
ଦୀର୍ଘବର୍ଷ ପରେ ଶ୍ରୀ ଚନ୍ଦ୍ରଶେଖରଙ୍କ ନାଗାଭରଣ ବେଶ ଅନୁଷ୍ଠିତ ହୋଇଛି। ଏଥିଲାଗି ୩ ମାସ ତଳେ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଜିଲା ଓ ରାଜ୍ୟର ବହୁ ଶ୍ରଦ୍ଧାଳୁ ଏଥିରେ ସହାୟତା କରିଛନ୍ତି। ସୁବର୍ଣ୍ଣ ପଞ୍ଚବକ୍ର ମୁକୁଟ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଛି।
-ଅମରଜ୍ୟୋତି ସିଂଦେଓ, ଢେଙ୍କାନାଳ ଯୁବରାଜ
ସମସ୍ତଙ୍କ ସହଯୋଗରୁ ସମ୍ଭବ ହୋଇଛି
ସୁନାମୁକୁଟ ଚୋରି ହୋଇଯିବା ପରେ ୧୯୫୦ ପରଠାରୁ ଠାକୁରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ ବନ୍ଦ ରହିଥିଲା। ଏହା ଜଣାପଡ଼ିବା ପରେ ପୁନର୍ବାର ସୁନା ଅଳଙ୍କାର ଲାଗି ନାଗାଭରଣ ବେଶ କରିବା ପାଇଁ ଚିନ୍ତା କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଏହା ସମ୍ଭବପର ହୋଇପାରିଛି।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ
ବିଦେଶରୁ ମଧ୍ୟ ସହାୟତା ମିଳିଛି
ଜିଲା ଦେବୋତ୍ତର ବିଭାଗ ପାଇଁ ଏହା ହେଉଛି ଐତିହାସିକ ଦିନ। ଗତ ଜାଗର ଯାତ୍ରା ପରେ ଠାକୁରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଠାକୁରଙ୍କ ମୁକୁଟ ଲାଗି ଜିଲା, ରାଜ୍ୟ ସମେତ ଦେଶବିଦେଶରୁ ସହାୟତା ମିଳିଛି। ଦାତାଙ୍କ ୫୦ ପ୍ରତିଶତ ଏବଂ ଦେବୋତ୍ତର ବିଭାଗର ୫୦ ପ୍ରତିଶତ ଅର୍ଥରେ ଏହାକୁ ନିର୍ମାଣ କରାଯାଇଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ଦେବୋତ୍ତର ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?