୧୭ ସହର ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଘୋଷିତ

ଢାକା/ୟାଙ୍ଗୋନ, ୧୬।୫ : ବାତ୍ୟା ମୋଚା ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍‌ମାରରେ ବହୁ କ୍ଷତି ଘଟିଛି। ବର୍ଷା ଓ ଭୀଷଣ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୫ ଝଡ଼ର ବଳ ରଖିଥିବା ମୋଚାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ ବାସହରା ହୋଇଛନ୍ତି। ବାଂଲାଦେଶରେ ଥିବା ବିଶ୍ୱର ସବୁଠୁ ବଡ଼ ଶରଣାର୍ଥୀ ଶିବିର ଅଧିକ ପ୍ରଭାବିତ ହୋଇଥିବାବେଳେ ୧୩୦୦ ଆଶ୍ରୟସ୍ଥଳୀ ଭାଙ୍ଗି ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ବନ୍ୟାସ୍ଥିତି ଦେଖାଦେଇଛି।
ପ୍ରଭାବରେ ମ୍ୟାନ୍‌ମାର ରାଖିନେ ଜିଲାର ୧୭ ସହର କ୍ଷତିଗ୍ରସ୍ତ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଫିଉ, ମାନାଉଙ୍ଗ, ରାମରି, ଆନ, ସିଟଓ୍ବେ, ପାଉକଟ, ପୋନାଜିଅମ, ଗଓ୍ବା ଆଦି ଇଲାକାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପ୍ରଭାବିତ ସ୍ଥାନରେ ବହୁ ଧନ ଜୀବନ ନଷ୍ଟ ହୋଇଛି।
ମୋଚା ରବିବାର ବାଂଲାଦେଶ-ମ୍ୟାନ୍‌ମାର ସୀମାରେ ଲ୍ୟାଣ୍ଡଫଲ କରିବା ପରେ ଏହି ସାମୁଦ୍ରିକ ଝଡ଼ ଉତ୍ତର ଏବଂ ଉତ୍ତର ପୂର୍ବ ଅଡ଼କୁ ଅଗ୍ରସର ହେବ। ଚାଇନା ଷ୍ଟେଟ୍‌ ଏବଂ ମାଗଓ୍ବେ ରେଜିଅନ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ମ୍ୟାନ୍‌ମାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ମାଗଓ୍ବେରେ ପ୍ରବଳ ବର୍ଷା ହୋଇଥିବାବେଳେ ଏହା ଗତ ୫୫ ବର୍ଷର ରେକର୍ଡ ଭାଙ୍ଗିଚି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ସାମୁଦ୍ରିକ ଝଡ଼ ମୋଚା ପ୍ରଭାବରେ ଦକ୍ଷିଣ ଏସୀୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକ ମୃତ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ, ବିଧାୟକଙ୍କ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ଦ୍ୱିତୀୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ ଦାଦନ…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

ଜିତିଲେ ପ୍ରଶାନ୍ତ କିଶୋର, ଭାଙ୍ଗିଲା ଭାଜପାର ୩୫ ବର୍ଷର ଗଡ଼, ଏତିକି ଭୋଟ ବ୍ୟବଧାନରେ ବଡ଼ ବିଜୟ

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ବଡ଼ ବିଜୟ ହାସଲ କଲେ ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri