ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏହି ୭ ଗଛ; ହୋଇଯିବେ କାଙ୍ଗାଳ..

ଘରର ଅଗଣା ଅଥବା ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ଆପଣଙ୍କୁ କାଙ୍ଗାଳ କରିପାରେ। ବାତାବରଣକୁ ଶୁଦ୍ଧ ରଖୁଥିଲେ ହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସେଗୁଡ଼ିକର ସମ୍ବନ୍ଧ ଭାଗ୍ୟ-ଦୁର୍ଭାଗ୍ୟ ସହ ଜଡ଼ିତ। ଆଜିର ଆଲୋଚନାରେ ସେହିଭଳି ସାତୋଟି ଗଛ ବିଷୟରେ କଥା ହେବା ଯାହା ଦେଖିବାକୁ ସୁନ୍ଦର ହେଲେ ହେଁ ଘର ପାଇଁ ଶୁଭ ନୁହେଁ।

-କଣ୍ଟାଜାତୀୟ ବୃକ୍ଷ: ଘର ହେଉ ଅଥବା କାର୍ଯ୍ୟାଳୟରେ, କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ଗୋଲାପକୁ ଛାଡ଼ିଦେଲେ ଆପଣ କାକ୍‌ଟସ୍‌ ତଥା ଅନ୍ୟ ଆକର୍ଷଣୀୟ ଦେଖାଯାଉଥିବା ଗଛକୁ କେବେହେଲେ ଲଗାନ୍ତୁ ନାହିଁ।

-ବୋନ୍‌ସାଇ: ଆଜିକାଲି ବୋନସାଇ ଘରେ ରଖିବାକୁ ଲୋକ ପସନ୍ଦ କରୁଛନ୍ତି। ହେଲେ ଏହାକୁ ଘରେ ରଖିବା ଅଶୁଭ। ପରିବାରସଦସ୍ୟଙ୍କ ପ୍ରଗତିରେ ଏହାବ ାଧା ସୃଷ୍ଟି କରିଥାଏ। ସେହିଭଳି ଘର ଭିତରେ ନାଲି ରଙ୍ଗର ଫୁଲ ଥିବା ଗଛ ଲଗାନ୍ତୁ ନାହିଁ। ଏହାକୁ ଖୋଲା ସ୍ଥାନ ଯେପରିକି ବଗିଚାରେ ଲଗାଇପାରିବେ।

-କଇଁଆ: ଏହି ଗଛ ଦେଖିବାକୁ ସୁନ୍ଦର। ହେଲେ ଏହାକୁ ଘରର ଆଖପାଖରେ ଏହାକୁ ଲଗାନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଏହି ଗଛରେ ଖରାପ ଆତ୍ମାମାନେ ବାସ କରିଥାନ୍ତି। ଏଣୁ ଯେଉଁଠି ଏହି ଗଛ ରହିଛି, ସେଠାରେ ଘର ନିର୍ମାଣ କରନ୍ତୁ ନାହିଁ।

-ମେହେନ୍ଦି: ଏହି ଗଛ ପ୍ରାୟ ସମସ୍ତଙ୍କ ଘରେ ଥାଏ। କାରଣ ମହିଳାମାନେ ଏହାର ପତ୍ର ବାଟି ହାତରେ ଲଗାନ୍ତି। ଚୁଟିରେ ଲଗାନ୍ତି। ହେଲେ ବାସ୍ତୁ ଅନୁସାରେ ଏହି ଗଛ ଘର ପାଇଁ ଅଶୁଭ।

-ଶୁଖି ଯାଇଥିବା ଗଛ: ଘରେ ଶୁଖି ଯାଇଥିବା ନଚେତ ଝାଉଁଳି ପଡ଼ିଥିବା ଗଛ ରଖନ୍ତୁ ନାହିଁ। ଏହା ଭାଗ୍ୟରେ ବାଧା ସୃଷ୍ଟି କରିଥାଏ।

-କପାସ: ଏହି ଗଛ ଘର ଆଖପାଖରେ ରଖିବା ଉଚିତ ନୁହେଁ। ଏହା ଅଶୁଭ।

– ପଟେଡ୍‌ ପ୍ଲାଣ୍ଟ: ଘରର କାନ୍ଥକୁ ଆକର୍ଷକ କରିବାକୁ ଯାଇ ଆମେ ଫୁଲ କୁଣ୍ଡ ଝୁଲାଇଦେଇଥାଉ। ତେବେ ଘରର ଉତ୍ତର ଏବଂ ପୂର୍ବ କାନ୍ଥରେ ଏହାକୁ ଲଗାଇବା ଅଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri