ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏହି ୭ ଗଛ; ହୋଇଯିବେ କାଙ୍ଗାଳ..

ଘରର ଅଗଣା ଅଥବା ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ଆପଣଙ୍କୁ କାଙ୍ଗାଳ କରିପାରେ। ବାତାବରଣକୁ ଶୁଦ୍ଧ ରଖୁଥିଲେ ହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସେଗୁଡ଼ିକର ସମ୍ବନ୍ଧ ଭାଗ୍ୟ-ଦୁର୍ଭାଗ୍ୟ ସହ ଜଡ଼ିତ। ଆଜିର ଆଲୋଚନାରେ ସେହିଭଳି ସାତୋଟି ଗଛ ବିଷୟରେ କଥା ହେବା ଯାହା ଦେଖିବାକୁ ସୁନ୍ଦର ହେଲେ ହେଁ ଘର ପାଇଁ ଶୁଭ ନୁହେଁ।

-କଣ୍ଟାଜାତୀୟ ବୃକ୍ଷ: ଘର ହେଉ ଅଥବା କାର୍ଯ୍ୟାଳୟରେ, କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ଗୋଲାପକୁ ଛାଡ଼ିଦେଲେ ଆପଣ କାକ୍‌ଟସ୍‌ ତଥା ଅନ୍ୟ ଆକର୍ଷଣୀୟ ଦେଖାଯାଉଥିବା ଗଛକୁ କେବେହେଲେ ଲଗାନ୍ତୁ ନାହିଁ।

-ବୋନ୍‌ସାଇ: ଆଜିକାଲି ବୋନସାଇ ଘରେ ରଖିବାକୁ ଲୋକ ପସନ୍ଦ କରୁଛନ୍ତି। ହେଲେ ଏହାକୁ ଘରେ ରଖିବା ଅଶୁଭ। ପରିବାରସଦସ୍ୟଙ୍କ ପ୍ରଗତିରେ ଏହାବ ାଧା ସୃଷ୍ଟି କରିଥାଏ। ସେହିଭଳି ଘର ଭିତରେ ନାଲି ରଙ୍ଗର ଫୁଲ ଥିବା ଗଛ ଲଗାନ୍ତୁ ନାହିଁ। ଏହାକୁ ଖୋଲା ସ୍ଥାନ ଯେପରିକି ବଗିଚାରେ ଲଗାଇପାରିବେ।

-କଇଁଆ: ଏହି ଗଛ ଦେଖିବାକୁ ସୁନ୍ଦର। ହେଲେ ଏହାକୁ ଘରର ଆଖପାଖରେ ଏହାକୁ ଲଗାନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଏହି ଗଛରେ ଖରାପ ଆତ୍ମାମାନେ ବାସ କରିଥାନ୍ତି। ଏଣୁ ଯେଉଁଠି ଏହି ଗଛ ରହିଛି, ସେଠାରେ ଘର ନିର୍ମାଣ କରନ୍ତୁ ନାହିଁ।

-ମେହେନ୍ଦି: ଏହି ଗଛ ପ୍ରାୟ ସମସ୍ତଙ୍କ ଘରେ ଥାଏ। କାରଣ ମହିଳାମାନେ ଏହାର ପତ୍ର ବାଟି ହାତରେ ଲଗାନ୍ତି। ଚୁଟିରେ ଲଗାନ୍ତି। ହେଲେ ବାସ୍ତୁ ଅନୁସାରେ ଏହି ଗଛ ଘର ପାଇଁ ଅଶୁଭ।

-ଶୁଖି ଯାଇଥିବା ଗଛ: ଘରେ ଶୁଖି ଯାଇଥିବା ନଚେତ ଝାଉଁଳି ପଡ଼ିଥିବା ଗଛ ରଖନ୍ତୁ ନାହିଁ। ଏହା ଭାଗ୍ୟରେ ବାଧା ସୃଷ୍ଟି କରିଥାଏ।

-କପାସ: ଏହି ଗଛ ଘର ଆଖପାଖରେ ରଖିବା ଉଚିତ ନୁହେଁ। ଏହା ଅଶୁଭ।

– ପଟେଡ୍‌ ପ୍ଲାଣ୍ଟ: ଘରର କାନ୍ଥକୁ ଆକର୍ଷକ କରିବାକୁ ଯାଇ ଆମେ ଫୁଲ କୁଣ୍ଡ ଝୁଲାଇଦେଇଥାଉ। ତେବେ ଘରର ଉତ୍ତର ଏବଂ ପୂର୍ବ କାନ୍ଥରେ ଏହାକୁ ଲଗାଇବା ଅଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri