ଅଧାରେ ବସ୍ତିବାସିନ୍ଦାଙ୍କ ଥଇଥାନ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବସ୍ତି ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଓ ସ୍ବଚ୍ଛତା ନଷ୍ଟ ହେଉଛି। ସହରର ସାମାଜିକ ସ୍ଥିତି ମଧ୍ୟ ବିଗୁଡୁଛି। ବସ୍ତିଗୁଡ଼ିକର ଉନ୍ନତୀକରଣ ସହ ସୁନ୍ଦର ତଥା ସ୍ମାର୍ଟ ଜୀବନଯାପନ ପାଇଁ ବସ୍ତିବାସିନ୍ଦାଙ୍କ ଥଇଥାନକୁ ଗୁରୁତ୍ୱ ଦେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)।
ବ୍ୟବସ୍ଥିତ ଢଙ୍ଗରେ ବସ୍ତିବାସିନ୍ଦାଙ୍କୁ ବାସସ୍ଥାନ ଯୋଗାଇଦେବା ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ), ରାଜୀବ ଆବାସ ଯୋଜନା(ରେ) ଏବଂ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ (ଏଏଚ୍‌ପି)କୁ କାଯର୍ର୍‌ୟକାରୀ କରାଯାଇଛି। ହେଲେ ବସ୍ତିବାସିନ୍ଦାଙ୍କ ତୁଳନାରେ ବହୁ କମ୍‌ ପରିବାର ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଅଧିକାଂଶ ପ୍ରକଳ୍ପ କାମ ଏଯାଏ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପରି କି ଆଉ କେତେକ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବସ୍ତିବାସିନ୍ଦାଙ୍କୁ ଆବଣ୍ଟନ କରାଯାଇପାରୁନାହିଁ। ଫଳରେ ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅଧାବାଟରେ ଅଟକି ରହିଛି।
ଭୁବନେଶ୍ୱରରେ ମୋଟ୍‌ ୪୫୮ଟି ବସ୍ତିରେ ୮୩ ହଜାର ୭୦୨ ପରିବାର ବାସ କରୁଛନ୍ତି। ତେବେ ଏଥିମଧ୍ୟରୁ ୧୧୬ଟି ସ୍ବୀକୃତିପ୍ରାପ୍ତ ବସ୍ତିରେ ମୋଟ ୧୩ ହଜାର ୯୬୩ ପରିବାର ରହୁଥିବାବେଳେ ୩୨୦ଟି ଅଣସ୍ବୀକୃତିପ୍ରାପ୍ତ ବସ୍ତିରେ ୬୬ ହଜାର ୭୦୨ ପରିବାର ବସବାସ କରୁଛନ୍ତି। ତେବେ ୨୦୧୯-୨୦ ବର୍ଷରେ ହୋଇଥିବା ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ) ଅନ୍ତର୍ଗତ ୨୨ଟି ନୂଆ ବସ୍ତି ଚିହ୍ନଟ କରାଯାଇଛି। ପୁଣି ଦିନକୁ ଦିନ ବେଆଇନ ବସ୍ତି ଗଢ଼ିଉଠୁଛି। ମହାନଗର ନିଗମାଞ୍ଚଳର ଉତ୍ତର ଜୋନ୍‌ରେ ସର୍ବାଧିକ ୧୬୨ ବସ୍ତି ରହିଥିବାବେଳେ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୬୧ ଓ ଦକ୍ଷିଣ-ପୂର୍ବ ଜୋନରେ ୧୩୫ଟି ବସ୍ତି ରହିଛି। ହେଲେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଅଧୀନରେ ମାତ୍ର ୫୪ଟି ବସ୍ତିର ୧୧ ହଜାର ୪୩୩ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ୪୪ଟି ବସ୍ତିର ୯ହଜାର ୫୦୨ଜଣ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ ଏବଂ ୧୦ଟି ବସ୍ତିର ୧ ହଜାର ୯୩୧ଜଣ ରାଜୀବ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ରାଜୀବ ଆବାସ ଯୋଜନା (ଇନ୍‌-ସିଟୁ ସ୍ଲମ୍‌ ରିଡେଭଲପ୍‌ମେଣ୍ଟ) ଅଧୀନରେ ମଣ୍ଡପ ବସ୍ତି, ରଙ୍ଗମାଟିଆ, ମହିଷାଖାଲ ଓ ପଥରବନ୍ଧ ଆଦି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ବନ୍ଦୋବସ୍ତ କରାଯାଉଥିବାବେଳେ ପଞ୍ଜୀକୃତ ହୋଇ ନ ଥିବା ବସ୍ତିବାସିନ୍ଦା ଥଇଥାନ ଅପେକ୍ଷାରେ ରହୁଛନ୍ତି। ସେମାନେ ଆଫୋର୍ଡେବ୍‌ଲ ହାଉସିଂ ପ୍ରୋଜେକ୍ଟରେ ପଞ୍ଜୀକରଣ ପାଇଁ ଦାବି କରୁଥିବାବେଳେ ରାଜୀବ ଆବାସରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ବାସସ୍ଥାନ ଆବଣ୍ଟନରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବିଭିନ୍ନ ଓ୍ବାର୍ଡର ସୀମା ନିର୍ଦ୍ଧାରଣରେ ସମସ୍ୟା କାରଣରୁ ସଂପୃକ୍ତ ଓ୍ବାର୍ଡରେ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନରେ ସମସ୍ୟା ଉପୁଜୁଥିବା ଜଣାପଡିଛି।
ମଣ୍ଡପ ବସ୍ତିରେ ୨୯ କୋଟି ବ୍ୟୟରେ ୪୦୦ ୟୁନିଟ୍‌ ଘର ବିଶିଷ୍ଟ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ମୋଟ୍‌ ୫ଟି ବ୍ଲକ୍‌ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ବ୍ଲକ୍‌-୪ ଓ ବ୍ଲକ୍‌-୫ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ବ୍ଲକ୍‌-୧, ବ୍ଲକ୍‌-୨ ଓ ବ୍ଲକ-୩ କାର୍ଯ୍ୟ ଅଟକି ରହିଛି। ବକେୟା ଅର୍ଥ ପାଇ ନ ଥିବାରୁ ନିର୍ମାଣ ଦାୟିତ୍ୱରେ ଥିବା ଏଜେନ୍ସି କାମ ବନ୍ଦ କରିଦେଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ୧୬୦ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୧୮ଜଣ ହିତାଧିକାରୀ ଦେୟ ପୈଠ କରିଥିବାବେଳେ ମାତ୍ର ୯୩ଜଣଙ୍କୁ ଘର ଆବଣ୍ଟନ କରାଯାଇଛି। ତେବେ ସଂପୃକ୍ତ ବସ୍ତିର ୩୪୩ ଜଣ ରାଜୀବ ଆବାସ ଯୋଜନା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ବିଡିଏ ନିକଟରେ ୩୦୬ଜଣଙ୍କ ତାଲିକା ପହଞ୍ଚତ୍ଛି। ୧୫୩ ଜଣଙ୍କୁ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ପ୍ରଦାନ କରାଯାଇଥିବାବେଳେ ମାତ୍ର ୮୧ଜଣ ପଜେଶନ ଲେଟର ପାଇଛନ୍ତି। ଅନ୍ୟପଟେ ୬୬.୨୦ କୋଟି ଟଙ୍କା ବ୍ୟୟରେ ରଙ୍ଗମାଟିଆରେ ନିର୍ମିତ ପ୍ରକଳ୍ପରେ ୬୦୦ ୟୁନିଟ୍‌ ରହିଛି। ୬୧୬ଜଣ ହିତାଧିକାରୀଙ୍କ ତାଲିକା ବିଡିଏର ହସ୍ତଗତ ହୋଇଥିବାବେଳେ ଦେୟ ପୈଠ କରିଥିବା ୫୩୬ଜଣ ହିତାଧିକାରୀଙ୍କୁ ଚୂଡ଼ାନ୍ତ ଆବଣ୍ଟନ କରାଯାଇଛି। ତେବେ ମହିଷାଖାଲଠାରେ ୫.୨୨ ଏକର ଜମିରେ ନିର୍ମାଣାଧୀନ ସର୍ବାଧିକ ୭୬୦ ୟୁନିଟ୍‌ ବିଶିଷ୍ଟ ପ୍ରକଳ୍ପ ଅଧାପନ୍ତରିଆ ରହିଛି। ୫୨.୩୬ କୋଟି ଟଙ୍କା ବ୍ୟୟରେ ୧୯ ବ୍ଲକ୍‌ର ଏହି ବିଲ୍ଡିଂର ନିର୍ମାଣ ହେବାକୁଥିବାବେଳେ ୧୪ଟି ବ୍ଲକ୍‌ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଅନ୍ୟ ଏକ ବ୍ଲକର ନିର୍ମାଣ କାର୍ଯ୍ୟ ପ୍ଲିନ୍ଥରେ ଅଟକିଛି। ତେବେ ଜମିଜମା ବିବାଦ କାରଣରୁ ଅବଶିଷ୍ଟ ୪ଟି ବ୍ଲକର ନିର୍ମାଣ ଆଗେଇ ପାରୁନାହିଁ। ଅନ୍ୟପଟେ ପଥରବନ୍ଧ ହାଉସିଂ ପ୍ରୋଜେକ୍ଟରେ ମୋଟ୍‌ ୨୪୦ ୟୁନିଟ୍‌ ନିର୍ମାଣ କରାଯାଇଛି। ଏଥିରେ ମୋଟ୍‌ ୬ଟି ବ୍ଲକ୍‌ ରହିଥିବାବେଳେ ଗୋଟିଏ ବ୍ଲକରେ ୪୦ ପରବାର ରହିବାର ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ଦେୟ ପୈଠ କରିଥିବା ୧୧୫ ଜଣଙ୍କୁ ଚୂଡ଼ାନ୍ତ ଆବଣ୍ଟନ ପ୍ରଦାନ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟରେ ମଧ୍ୟ ବହୁ ପ୍ରକଳ୍ପ କାମ ଆଗେଇପାରୁ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri