Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା; ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୬: ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ଇଡି ଏହାର ଆବେଦନରେ କହିଥିଲା ଯେ, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍‌ରିଓ୍ବାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍‌ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।

ଏହି ମାମଲାରେ କେଜ୍‌ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁଙ୍କ ଅପିଲକୁ କୋର୍ଟ ଖାରଜ କରିଦେଇଥିଲେ ଏବଂ ଏହି ମାମଲାର ଜରୁରୀ ଶୁଣାଣି ଆବଶ୍ୟକ ନଥିବା କହିଥିଲେ। ଏହାରି ମଧ୍ୟରେ ବିଚାରପତି ସୁଧୀର ଜୈନ କହିଥିଲେ, ” ଯେଉଁ ପର୍ଯ୍ୟନ୍ତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି, ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ ପ୍ରଭାବୀ ହେବ ନାହିଁ।”

ଖବର ଅନୁଯାୟୀ ଏହି ମାମଲାରେ ବିଚାରପତି ସୁଧୀର ଜୈନ ଏବଂ ରବିନ୍ଦର ଡୁଡେଜାଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଇଡି ପକ୍ଷରୁ ହଜାର ହୋଇଥିବା ଓକିଲ କହିଥିଲେ ”ନିମ୍ନ ଅଦାଲତରେ ଏହିମାମଲାରେ ସେମାନଙ୍କର ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା।”

ଗୁରୁବାର ନିମ୍ନ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେଇଥିଲେ। ଯାହାକୁ ବିରୋଧକରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ

ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ…

ଇସ୍ରାଏଲ ନିର୍ବାଚନ: ନେତାନ୍ୟାହୁଙ୍କ ସିଂହାସନ ଅନିଶ୍ଚିତ, ଭାରତ ଉପରେ ପଡ଼ିବ କି ପ୍ରଭାବ ଜାଣନ୍ତୁ…

ଜେରୁଜେଲମ୍‌,୩୧ା୧୦: ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କ୍ନେସେଟ’ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ…

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

BCCIର ବଡ଼ ଘୋଷଣା: ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆ, ଏମାନେ ପଡିଲେ ବାଦ୍‌, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି। ପୂର୍ବରୁ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?