ଖେଳପଡ଼ିଆରୁ ଦେଶସେବା, ଯୁବପିଢ଼ିଙ୍କୁ ନୂଆ ଭରସା: ଦୁଇ ମିନି ଷ୍ଟାଡିୟମ୍ ପାଇଁ ଖର୍ଚ୍ଚ ହେବ ୨୯ କୋଟି

ଭଞ୍ଜନଗର, ୨୩ା୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଯୁବପିଢ଼ିଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏକାଧିକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦୁଇଟି ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ୨୯ କୋଟି ଟଙ୍କା ବ୍ୟୟ ହେବ। ଏଥିସହ ଭଞ୍ଜନଗର କଲେଜ ଖେଳପଡ଼ିଆ ନିକଟରେ ୪୦୦ ମିଟର ଲମ୍ବର ଦୌଡ଼ ଟ୍ରାକ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ଜଗନ୍ନାଥପ୍ରସାଦଠାରେ ଏହି ଦୁଇଟି ମିନି ଷ୍ଟାଡିୟମ୍ ନିର୍ମାଣ କରାଯିବ। ଭଞ୍ଜନଗର କଲେଜ ଷ୍ଟାଡିୟମ୍ ପାଇଁ ୧୦ କୋଟି ଏବଂ ଜଗନ୍ନାଥପ୍ରସାଦ ଷ୍ଟାଡିୟମ୍ ପାଇଁ ୧୯ କୋଟି ଟଙ୍କା ବ୍ୟୟ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ଶିଳାନ୍ୟାସ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସରକାର ଏହି ଅର୍ଥ ଅନୁମୋଦନ କରିଥିବା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି।

ଅନ୍ୟପକ୍ଷରେ, ଅଗ୍ନିବୀର ସମେତ ବିଭିନ୍ନ ୟୁନିଫର୍ମ ସେବାରେ ଯୋଗଦେବାକୁ ଆଗ୍ରହୀ ଯୁବକଯୁବତୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମାଗଣା ପ୍ରସ୍ତୁତିମୂଳକ ତାଲିମ ବ୍ୟବସ୍ଥା କରାଯାଉଛି। ପୂର୍ବରୁ ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ ଯୋଜନା ମାଧ୍ୟମରେ ଭଞ୍ଜନଗର ସମେତ ଜିଲାର ତିନୋଟି ସ୍ଥାନରେ ୟୁପିଏସ୍‌ସି ଓ ଓପିଏସ୍‌ସି ପରୀକ୍ଷା ପାଇଁ ଆଶାୟୀଙ୍କୁ ତାଲିମ ଦିଆଯାଉଥିଲା। ଏହି ପଦକ୍ଷେପର ସଫଳତା ପରେ ଜିଲା ପ୍ରଶାସନ ବିଭିନ୍ନ ୟୁନିଫର୍ମ ସେବା ପରୀକ୍ଷା ପାଇଁ ମାଗଣା ତାଲିମ ପ୍ରଦାନ କରିବାକୁ ଆଗେଇ ଆସିଛି।

ଏହି ଯୋଜନାରେ ଜିଲାର ପ୍ରତ୍ୟେକ ବ୍ଲକରୁ ୫୦ ଜଣ ଆଶାୟୀଙ୍କୁ ତାଲିମ ଦିଆଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଥିବାବେଳେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ବ୍ଲକରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି।

ସେହିପରି, ଭଞ୍ଜନଗର କଲେଜ ଖେଳପଡ଼ିଆକୁ ଲାଗିଥିବା ଅବ୍ୟବହୃତ ଜମିରେ ୪୦୦ ମିଟର ଲମ୍ବର ଦୌଡ଼ ଟ୍ରାକ୍ ସହ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ। ଏହି କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଜିଲା ପ୍ରଶାସନ, ଭଞ୍ଜନଗର ଉପଖଣ୍ଡ ପ୍ରଶାସନ, ବ୍ଲକ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ କାର୍ଯ୍ୟ ଆଗେଇ ଚାଲିଛି। ସମସ୍ତ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ବିଧାୟକ ନାୟକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ଦୁଇଟି ମିନି ଷ୍ଟାଡିୟମ୍ ଓ ଦୌଡ଼ ଟ୍ରାକ୍ ନିର୍ମାଣ ସହ ୟୁନିଫର୍ମ ସେବା ପାଇଁ ମାଗଣା ତାଲିମ ବ୍ୟବସ୍ଥା ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଦେଶସେବା କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ଦେବ ବୋଲି ଆଶା କରାଯାଉଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ତିନି ମାସ ଧରି ଶାରୀରିକ ଦକ୍ଷତା ଓ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯିବ। ଏହି ସମୟରେ ସେମାନଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା ମଧ୍ୟ ରହିବ। ବ୍ରହ୍ମପୁର ବିଏମ୍ ସି ରେ ମଧ୍ୟ ଗୋଟିଏ ତାଲିମ୍ କେନ୍ଦ୍ର ହେଵ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?