ବିଜୁଳି ଉତ୍ସବରେ ସୀମିତ ନ ରହୁ ସେବା

ଯାଜପୁର ଅଫିସ,୨୮ା୭:ଆଜାଦୀ କା ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ୨୫ରୁ ୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ  ପାୱାର-୨୦୪୭ କାର୍ଯ୍ୟକ୍ରମ(ବିଜୁଳି ମହୋସତ୍ବ) ପାଳନ କରାଯାଉଛି। ଏଥିରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ଯାଜପୁର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ବିଜୁଳି ମହୋସତ୍ବ ଚାଲିଛି। ତେବେ ଏହି ଉସତ୍ବ ପାଳନ ଅପେକ୍ଷା ନିରନ୍ତର ବିଜୁଳି ସେବା ଯୋଗାଇବା ନିହାତି ଅପରିହାର୍ଯ୍ୟ ବୋଲି ମତପ୍ରକାଶ ପାଇଛି।
ବୁଧବାର ମଙ୍ଗଳପୁର ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବିଜୁଳି ଉସତ୍ବ ପାଳିତ ହୋଇଯାଇଛି। ଓପିଟିସିଏଲ୍‌ର ଜେନେରାଲ ମ୍ୟାନେଜର ଦୁର୍ଗା ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଊସତ୍ବରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସ୍ବାଧୀନତାର ୭୫ ବର୍ଷ ଭିତରେ ଦେଶ ଆଜି ଅନେକ ସୋପାନ ଅତିକ୍ରମ କରି ବିଦ୍ୟୁତ୍‌ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଆଜି ଆଉ ଲୋ ଭୋଲ୍ଟେଜର ସମସ୍ୟା ନାହିଁ।  ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଫଳରେ ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି।  ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୁଳି ସମସ୍ୟାର ସମାଧାନ ଦିଗରେ ଓପିଟିସିଏଲ୍‌ ଓ ଟିପିଏନ୍‌ଓଡିଏଲ୍‌ ମିଳିତ ଭାବେ କାମ କରିପାରିଲେ ବିଜୁଳି ମହୋସତ୍ବର ସୁଫଳ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରିବ ବୋଲି କହିଥିଲେ।  ଦଶରଥପୁର ବ୍ଳ୍‌କ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୁଳି ଚୋରି ଏବଂ ଏହାର ଦୂରୁପଯୋଗ ବିଷୟରେ ଜନସାଧାରଣ ବିଜ୍ଞତା ପ୍ରଦର୍ଶନ କରିବା ଊଚିତ ବୋଲି କହିଥିଲେ।  ଏହି ଉପଲକ୍ଷେ ବିଜୁଳି ସମ୍ବନ୍ଧିତ ଆଞ୍ଚଳିକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।  ଓପିଟିସିଏଲ୍‌ ପକ୍ଷରୁ ୭ ବିଷୟବସ୍ତୁ ଉପରେ୍‌ ଭାଷା ପୋଷ୍ଟର ପ୍ରଦର୍ଶିତ ହୋଇଥିଲା।  ପ୍ରାରମ୍ଭରେ ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ।  ଶେଷରେ ଟିପିଏନଓଡିଏଲର ନିର୍ବାହୀ ଯନ୍ତ୍ରୀ ଗୌରହରି ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୯ ତାରିଖରେ ବିଞ୍ଝାରପୁର ବ୍ଲକ୍‌ର ବରୁଣେଶ୍ୱର ମହାବିଦ୍ୟାଳୟଠାରେ ଏହି ଊସତ୍ବ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ଜିଲାରେ ବିଜୁଳି ମହୋସତ୍ବ ଚାଲିଥିବା ସମୟରେ ଏବଂ ପୂର୍ବରୁ ଘନଘନ ବିଜୁଳିକାଟ ଉପଭୋକ୍ତାଙ୍କୁ ଅତିଷ୍ଠ କରି ପକାଇଛି। ଗତ ୨୪ ତାରିଖରେ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଜୁଳି କାଟ ଯୋଗୁ ଏକ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ହଟହଟା ହୋଇଥିଲେ।  କେବଳ ସେତିକି ନୁହେଁ ଯାଜପୁର ରୋଡ ଏବଂ ଏହାର ଆଖପାଖ ସମେତ ବରୀ, ଚଣ୍ଡିଖୋଲ, କୁଆଖିଆ, ଧର୍ମଶାଳା ଅଞ୍ଚଳରେ ଆଘୋଷିତ ବିଜୁଳି କାଟ ଯୋଗୁଁ ଲୋକେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ଏବଂ ପବନ ହେଲେ ବିଜୁଳି କାଟ ହେବା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ହେବ ପୁରୁଣା ତାର ବଦଳା ଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ତେଣୁ ବୈଠକରେ କେବଳ ବିଜୁଳି ଉସତ୍ବ ପାଳନ ସୀମିତ ନ ରଖି ଉପଯୁକ୍ତ ବିଜୁଳି ସେବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri