ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ ହଲିଡେ ରିସର୍ଟ ପ୍ରତିଷ୍ଠା କରିଥିଲେ। ସେହି ସମୟରେ ବାପାଙ୍କ ସହ ହଲିଡେ ରିସର୍ଟକୁ ଯାଉଥିବାବେଳେ ହୋଟେଲ ଶିଳ୍ପ ପ୍ରତି ଆଗ୍ରହ ଜନ୍ମିଥିଲା ମନରେ। ପରବର୍ତ୍ତୀ ସମୟରେ ବାପା ଲଡ଼ୁବାବୁ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଭୁବନେଶ୍ୱରରେ ପ୍ରତିଷ୍ଠା କଲେ ଲକ୍‌ଜ୍ୟୁରି ହୋଟେଲ ସାଣ୍ଡିଜ୍‌ ଟାଓ୍ବାର। ଦଶନ୍ଧି ଧରି ଆତିଥ୍ୟ ପ୍ରଦାନ କରୁଥିବା ଏହି ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡ.ସଞ୍ଜୀବ ପାତ୍ରଙ୍କୁ ଭେଟିଥିଲା ଧରିତ୍ରୀ।

୧୦ ବର୍ଷ ମଧ୍ୟରେ ସଂସ୍ଥାର ବିକାଶ କିପରି ହୋଇଛି?
୨୦୧୧ରୁ ଆରମ୍ଭ ହୋଇଥିବା ଏହି ତାରକା ହୋଟେଲ ଜଗନ୍ନାଥଙ୍କ କୃପା ଓ ଗ୍ରାହକଙ୍କ ଭଲପାଇବା ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛି। ମୋର କଠିନ ପରିଶ୍ରମ, କର୍ମଚାରୀଙ୍କ ଗ୍ରାହକ ସମ୍ପର୍କ, ହୋଟେଲର ରୁଚିକର ଖାଦ୍ୟ ପରିବେଷଣ ଏବଂ ବିଭିନ୍ନ ସଂସ୍ଥାର ସହଯୋଗରେ ହୋଟେଲର ଉତ୍ତରୋତ୍ତର ଉନ୍ନତି ହୋଇଛି। ବାପାଙ୍କ ବୃତ୍ତିକୁ ମୁଁ ବ୍ରତ ଭାବରେ ଗ୍ରହଣ କରିନେଇଛି। ଫଳରେ କମ୍‌ ସମୟରେ ହୋଟେଲ ସାଣ୍ଡିଜ୍‌ ଟାଓ୍ବାର ଗ୍ରାହକଙ୍କ ହୃଦୟରେ ଜାଗାଟିଏ କରି ବଡ଼ ପ୍ରତିଦ୍ୱନ୍ଦ୍ୱୀଙ୍କ ସମକକ୍ଷ ହୋଇପାରିଛି। ଗ୍ରାହକଙ୍କ ଚାହିଦା ଅନୁସାରେ ସେବା ଯୋଗାଇବାକୁ ମୂଳମନ୍ତ୍ର ବୋଲି ଧରି ନେଇଛି।

ଆର୍ଥିକ ବର୍ଷର କାରବାର ପାଇଁ ଯୋଜନା କ’ଣ?
ଗତବର୍ଷ ଅପେକ୍ଷା ଚଳିତବର୍ଷର ବ୍ୟବସାୟ ପ୍ରାୟ ୬୦% ହ୍ରାସ ପାଇଛି। ଏହାର ଭରଣା ସହିତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଉ କିଛି ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ। ସ୍ଥିତିରେ ସୁଧାର ଆସିଲେ ସଂସ୍ଥାର ବିକାଶ ସହ ଗ୍ରାହକଙ୍କ ପସନ୍ଦ ମୁତାବକ ସେବା ଓ ସୁବିଧା ଯୋଗାଇଦେବୁ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସଂସ୍ଥାର ଶାଖା ଖୋଲିବା ପାଇଁ ଆଶା ରହିଛି। ସବୁ ସେହି କାଳିଆର ଇଚ୍ଛା।

ଓ କର୍ମଚାରୀଙ୍କ ଉପରେ ମହାମାରୀର ପ୍ରଭାବ କିପରି ପରିଲକ୍ଷିତ ହୋଇଛି?
୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ କାରବାର ମୋଟ ଉପରେ ମାନ୍ଦା ଥିଲା। କରୋନା କଟକଣା ସାଙ୍ଗକୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଏବଂ ଗ୍ରାହକଙ୍କ ଆଗ୍ରହ ହ୍ରାସ ଯୋଗୁ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଥିଲା। ନଭେମ୍ବରରୁ ସ୍ଥିତିରେ ସୁଧାର ଆସିଥିଲେ ହେଁ ଡିସେମ୍ବର ଶେଷ ସୁଦ୍ଧା ଆଶାନୁରୂପ ଅଭିବୃଦ୍ଧି ହୋଇପାରନାହିଁ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦% ପର୍ଯ୍ୟନ୍ତ ଅଭିବୃଦ୍ଧି ସମ୍ଭାବନା ରହିଛି। କରୋନା ପାଇଁ କାର୍ଯ୍ୟକ୍ରମ ଓ ସଭା ସମିତି ବନ୍ଦ ରହିଥିବାରୁ ଏହା ସଂସ୍ଥା ପାଇଁ କ୍ଷତି ପହଞ୍ଚାଇଥିଲା। ମହାମାରୀରେ କର୍ମଚାରୀଙ୍କୁ ସେଭଳି କିଛି ସମସ୍ୟାର ସମ୍ମୁଖୀନ ହେବାକୁ ସଂସ୍ଥା ଦେଇନାହିଁ।

ବଜେଟ ହୋଟେଲ ଶିଳ୍ପକୁ କେତେ ସହାୟକ ହେବ?
ଏହା ଏକ ଭଲ ବଜେଟ। ଆଗକୁ ହୋଟେଲ ଶିଳ୍ପ ପାଇଁ ସହାୟକ ହୋଇପାରେ। କାରବାର ଅଭିବୃଦ୍ଧି ଘଟିବା ଆଶା ଅଛି। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ତାରକା ହୋଟେଲ ପ୍ରତି ଗ୍ରାହକଙ୍କ ଚାହିଦା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ସଂଘ ମଧ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛି। ସରକାର ଜିଏସ୍‌ଟି ପରିମାଣ ଉପରେ ବିଚାର କଲେ ହୋଟେଲ ବ୍ୟବସାୟୀ ଉପକୃତ ହେବେ।

ଆଖି ଆଗରେ ରଖି ବ୍ୟବସାୟ କରୁଛନ୍ତି? ଗ୍ରାହକଙ୍କ ପାଇଁ କେଉଁ କେଉଁ ଖାଦ୍ୟ ଉପଲବ୍ଧ ରହିଛି?
ସାଣ୍ଡିଜ୍‌ ଟାଓ୍ବାରର ସ୍ବତନ୍ତ୍ର ଏକ ଯୋଜନା ରହିଛି। ସଂସ୍ଥା ସବୁବେଳେ ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ କର୍ପୋରେଟ ହାଉସ୍‌ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଦିକୁ ଦୃଷ୍ଟିରେ ରଖି କାରବାର କରୁଛି। ସଂସ୍ଥାର ଗ୍ରାହକ ସମ୍ପର୍କ ଓ ଖାଦ୍ୟ ଓଡ଼ିଶାର ଘରେ ଘରେ ପରିଚିତ। ସେହିପରି ସଂସ୍ଥା ପ୍ରତି ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରହିଛି। ଦୀର୍ଘ ୧୦ ବର୍ଷ ଧରି ପ୍ରିୟ ଗ୍ରାହକ ସେବାରେ ଆମେ ସର୍ମିପିତ। ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ଓଡ଼ିଆ ଖାଦ୍ୟ ସମେତ ଚାଇନିଜ୍‌, ଜାପାନିଜ୍‌, କଣ୍ଟିନେଣ୍ଟ, ହାଇଦ୍ରାବାଦୀ ଭଳି ଖାଦ୍ୟ ମେନୁ ସହ ଆମ ରାଜ୍ୟର ବ୍ୟଞ୍ଜନ, ଓଡ଼ିଆ ଓ ବେଙ୍ଗଲୀ ଥାଳିର ପସରା ଉପଲବ୍ଧ।

ଟାଓ୍ବାରର ସଫଳତା ପଛରେ କାହାର ହାତ ବେଶି ରହିଛି?
ସଂସ୍ଥାର ସଫଳତା ପଛରେ ମୋ ବାପା (ଲଡ଼ୁ ବାବୁ), ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପରିବାରର ହାତ ରହିଛି। କର୍ମଚାରୀଙ୍କ ଲୋକସର୍ମ୍ପକ ସହିତ ସାଧୁତା ଓ ପରିଶ୍ରମ ମଧ୍ୟ ଅନେକାଂଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri