ଏକ ଭାରତ ଗୋଟିଏ ସୁନା ଦର

ଭୁବନେଶ୍ୱର,୧୪। ୩: ଭାରତୀୟ ନାରୀମାନେ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ଏହାର ପ୍ରମୁଖ କାରଣ ହେଉଛି ସାଜସଜ୍ଜା ଓ ଗହଣାର ବହୁଳ ବ୍ୟବହାର। ନାରୀର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ପକ୍ଷରୁ ‘ୱାନ୍‌ ଇଣ୍ଡିଆ ୱାନ୍‌ ଗୋଲ୍ଡ ରେଟ୍‌’ (ଏକ ଭାରତ ଗୋଟିଏ ସୁନା ଦର) ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ଏହି ଚିନ୍ତାଧାରା ରଖି ସଂସ୍ଥା ସାରା ଦେଶରେ ସୁନା ଗହଣାର ମୂଲ୍ୟ ସମାନ ରହିବ ଏବଂ ବିଭିନ୍ନ ଉପତ୍ାଦ ଉପରେ ଉପଯୁକ୍ତ ମେକିଂ ଚାର୍ଜ ନିର୍ଦ୍ଧାରଣ କରିବା ଉପରେ ସଂସ୍ଥା ଗୁରୁତ୍ୱ ଦେବ। ସେହିଭଳି ଗ୍ରାହକମାନଙ୍କ ପ୍ରତି ନିଜର ପ୍ରତିବଦ୍ଧତା ସ୍ବରୂପ ଫେୟାର ପ୍ରାଇସ୍‌ ପ୍ରମିସ ମଧ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ୪.୯% ଆରମ୍ଭ ହେଉଥିବା ଊର୍ଦ୍ଧ୍ୱ ମେକିଂ ଚାର୍ଜ ଯୁକ୍ତ ଉପତ୍ାଦଗୁଡ଼ିକୁ ଗ୍ରାହକମାନେ ପାଇପାରିବେ ବୋଲି କହିଛନ୍ତି ମାଲାବାର ଗ୍ରୁପ୍‌ର ନ୍ୟାଶନାଲ ରିଟେଲ ମୁଖ୍ୟ ପି.କେ. ସିରାଜ।

ଦେଶର ଅଗ୍ରଣୀ ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ଓଡ଼ିଶାରେ ଏହାର ପ୍ରଥମ ଷ୍ଟୋର ସ୍ଥାନୀୟ ଶହୀଦନଗରଠାରେ ଶୁଭାରମ୍ଭ କରିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ଶୋ’ରୁମ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ମାଲାବାର ଗ୍ରୁପ୍‌ ଅଧ୍ୟକ୍ଷ ଏମ୍‌.ପି. ଅହମ୍ମଦ, ମାଲାବାର ଗ୍ରୁପ୍‌ର ସହ ଅଧ୍ୟକ୍ଷ ଡ. ପି.ଏ. ଇବ୍ରାହିମ୍‌ ହାଜି, ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ ଇଣ୍ଡିଆନ ଅପରେଶନ୍ସର ପ୍ରବନ୍ଧନ ନିର୍ଦ୍ଦେଶକ ଓ’ ଆଶେର, ମାଲାବାର ଗୋଲ୍ଡ୍‌ ଆଣ୍ଡ ଡାଏମଣ୍ଡସ୍‌ର ଇଣ୍ଟରନ୍ୟାଶନାଲ ଅପରେଶନ୍ସର ପ୍ରବନ୍ଧନ ନିର୍ଦ୍ଦେଶକ ଶ୍ୟାମଲାଲ ଅହମ୍ମଦ, ମାଲାବାର ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବ୍‌ଦୁଲ ସଲାମ୍‌ କେପି ଏବଂ ଅନ୍ୟ ବରିଷ୍ଠ ପ୍ରବନ୍ଧନ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଶୋ’ରୁମ୍‌ରେ ଗ୍ରାହକଙ୍କ ପାଇଁ ଚମତ୍କାର ବିକ୍ରି ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏଥିରେ ବ୍ରାଇଡାଲ ଜୁଏଲେରି, ପାରମ୍ପରିକ ଗହଣା, ସବୁଦିନ ପିନ୍ଧି ହେଲା ଭଳି ସୁନା, ହୀରା ଓ ପ୍ଲାଟିନମ ଗହଣା ସହିତ ସଂସ୍ଥାର ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ ଯଥା ହୀରା ଗହଣା ନିମନ୍ତେ ‘ମାଇନ୍‌’, କଟାଯାଇ ନ ଥିବା ହୀରା ଗହଣା ପାଇଁ ‘ଏରା’, ଭାରତୀୟ ଐତିହ୍ୟ ସମ୍ବଳିତ ଗହଣା ପାଇଁ ‘ଡିଭାଇନ୍‌’, ହାତ ତିଆରି ଗହଣା ସମ୍ଭାର ‘ଏଥ୍ନିକ୍ସ’, ଦୁର୍ମୂଲ୍ୟ ରତ୍ନପଥର ଗହଣା ପାଇଁ ‘ପ୍ରେସିଆ’, ‘ଜୋଉଲ’ ଲାଇଫ୍‌ଷ୍ଟାଇଲ ଅଳଙ୍କାର ଏବଂ ପିଲାମାନଙ୍କ ଗହଣା ପାଇଁ ‘ଷ୍ଟାର୍‌ଲେଟ୍‌’ ଆଦି ଉପଲବ୍ଧ । ସେହିପରି ଗ୍ରାହକଙ୍କ ବିବାହ ଲାଗି ଗହଣାର କ୍ରୟ ଉପରେ ଷ୍ଟୋର୍‌ ପକ୍ଷରୁ ସ୍ବତନ୍ତ୍ର ଅଫର ଅନୁସାରେ ମାତ୍ର ୧୦% ମୂଲ୍ୟ ଅର୍ଥ ଅଗ୍ରିମ ପୈଠକରି ଗହଣା ବୁକ୍‌ କରି ପାରିବେ ଏବଂ ବୁକିଂ ସମୟର ମୂଲ୍ୟ ବା ଗହଣା ନେବା ସମୟରେ ତାହାର ମୂଲ୍ୟ ମଧ୍ୟରୁ ଯାହା କମ୍‌ ହେବ ସେହି ଅନୁସାରେ କ୍ରୟ କରିପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ଷ୍ଟୋର ପ୍ରତିଷ୍ଠା ଆମର ଓଡ଼ିଶା ପ୍ରବେଶରେ ନୂଆ ବିଶେଷତା ଆଣିବ। ଆଗାମୀ ପାଞ୍ଚ ବର୍ଷରେ ଆମେ ଆମର ଶୋ’ରୁମ୍‌ ସଂଖ୍ୟା ୩ ଗୁଣ ବୃଦ୍ଧି କରିବାକୁ ଯୋଜନା ରଖିଛୁ ବୋଲି ମାଲାବାର୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌. ପି. ଅହମ୍ମଦ ସୂଚନା ଦେଇଛନ୍ତି। ସଂସ୍ଥା ଲାଭାଂଶର ୫% କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ସୁଲଭ ବାସଗୃହ ଏବଂ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି। ସଂସ୍ଥା ବର୍ତ୍ତମାନ ସମୟରେ ୧୦ଟି ଦେଶରେ ୨୭୦ଟି ଶୋ’ରୁମ୍‌, ୧୪ଟି ହୋଲ୍‌ସେଲ୍‌ ୟୁନିଟ୍‌ ସହିତ ବାର୍ଷିକ ୪.୫୧ ବିଲିୟନ ଡଲାର କାରବାର ସହ ବିଶ୍ୱରେ ଏକ ନମ୍ବର ସୁନା ଅଳଙ୍କାର ବିକ୍ରେତା ମାନ୍ୟତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri