ବରଗଡ଼ ସିରିଜ ଚୋରିର ପର୍ଦ୍ଦାଫାଶ, ବନ୍ଧା ହେଲେ ୮ ଅଭିଯୁକ୍ତ

ବରଗଡ଼ ଅଫିସ,୧୪।୧୦: ବରଗଡ଼ ସହରରେ ଚାଲିଥିବା ସିରିଜ ଚୋରି ମାମଲାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ ୫ ଚୋରି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବଲାଙ୍ଗୀର ଜିଲା ଲରମ୍ଭା ଥାନା ଲୁହାସିଂହାର ଫ୍ରାନ୍ସିସ କୁମ୍ଭାର, ବରଗଡ଼ ଟାଉନ ଥାନା ଅଧୀନ ବାଞ୍ଜିଝୁପୁଡିର ରାଜ ଛତ୍ରିଆ, ଗୋବିନ୍ଦପାଲିର ଇନ୍ଦ୍ରେଶ ସିଂ, ନିଲିବନ୍ଧ ପଡାର ସୋନୁ ସାହୁ, ଅଙ୍କିତ ମାଝି, ନୂଆପଡାର ହରିହର ଭୋଇ, ମଙ୍ଗଳା ଝୁପୁଡିର ସରୋଜ ନାଗ ଏବଂ ତଳିପଡାର ଅଶୋକ ଠେଲା।

ପୋଲିସ ତାଙ୍କଠାରୁ ୩ଟି ବାଇକ, ଗୋଟିଏ ପିକ୍‌ଅପ ଭ୍ୟାନ ଜବତ କରିଛି। ଏପରିକି ପୋଲିସ ଚୋରି ହୋଇଥିବା ୨ଟି ମୋବାଇଲ, ଏଟିଏମ୍‌, କାର୍‌, ବିଦ୍ୟୁତ୍‌ ଖୁଣ୍ଟ, ପିକ୍‌ଅପ ଭ୍ୟାନ ଚକ ଆଦି ଉଦ୍ଧାର ହୋଇଥିବା ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅମୃତ କୁମାର ପଣ୍ଡା ସୂଚନା ଦେଇ କହିଛନ୍ତି।

ଗିରଫ ଅଭିଯୁକ୍ତମାନେ ବରଗଡ଼ ସହରସ୍ଥିତ ଶିବମ୍‌ ୟାମାହା ଶୋ ରୁମ୍‌ ପରିସରରୁ ବାଇକ୍‌ ଚୋରି, ନିଲିବନ୍ଧପଡ଼ା ରାସ୍ତାରେ ମୋବାଇଲ ଲୁଟ୍‌, ୱାଡ ନଂ-୧୧ରୁ ଗାଡ଼ି ଚକ ଚୋରି, ବାନ୍ଦୁଟିକ୍ରାସ୍ଥିତ ହୋଣ୍ଡା ଶୋ ରୁମ ସମ୍ମୁଖରୁ ବାଇକ୍‌ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି। ତେବେ ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ଚୋରି ବିଦ୍ୟୁତ୍‌ ଖୁଣ୍ଟ ଉଦ୍ଧାର ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସିରିଜ ଚୋରିର ୮ ଅଭିଯୁକ୍ତ ଧରାପଡିବା ପରେ ସହରରେ ଚୋରି କମିବାର ଆଶା କରାଯାଉଛି ବୋଲି ଏସ୍‌ଡିପିଓ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri