Posted inଜାତୀୟ

ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ:୩ ରାତିରେ ୩ ହତ୍ୟା

ଭୋପାଳ, ୨ା୯:ମଧ୍ୟପ୍ରଦେଶର ସାଗର ସହରରେ ଜଣେ ସିରିଏଲ କିଲର ଆତଙ୍କ ଖେଳାଇଛନ୍ତି। ଗତ ୩ ଦିନରେ ୩ ଜଣଙ୍କୁ ହତ୍ୟା କରିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବିଶେଷକରି ସିକ୍ୟୁରିଟି ଗାର୍ଡଙ୍କୁ ସେ ଟାର୍ଗେଟ କରୁଥିବା ଜଣାଯାଇଛି। ଜଗୁଆଳିମାନେ ରାତିରେ ଶୋଇଥିବାବେଳେ ହାତୁଡ଼ି କିମ୍ବା ପଥର ଦ୍ୱାରା ସେମାନଙ୍କ ମୁଣ୍ଡ ଛେଚି ହତ୍ୟା କରୁଛନ୍ତି। ଦୁଇ ଜଣଙ୍କ ହତ୍ୟାରେ ଜଣଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବାରୁ ଏହା ସିରିଏଲ କିଲରଙ୍କ କାମ ବୋଲି କୁହାଯାଉଛି। ଅଦ୍ୟାବଧି ମୋଟ ୪ ଜଣଙ୍କୁ ଆକ୍ରମଣ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇସାରିଛନ୍ତି। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିଛି।
କାଣ୍ଟ୍‌ ଥାନା ଅନ୍ତର୍ଗତ ଏକ ଫ୍ୟାକ୍ଟ୍ରିରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ କଲ୍ୟାଣ ଲୋଧି (୫୦)ଙ୍କୁ ଅଗଷ୍ଟ ୨୮ ତାରିଖ ରାତିରେ ହାତୁଡ଼ିରେ ଆକ୍ରମଣ କରି ହତ୍ୟା କରାଯାଇଛି। ସେହିପରି ଅଗଷ୍ଟ ୨୯ରେ ସିଭିଲ୍‌ ଲାଇନ ପୋଲିସ ଷ୍ଟେଶନ ଅନ୍ତର୍ଗତ ଏକ କଲେଜର ଜଗୁଆଳି ଶମ୍ଭୁରାମ ଦୁବେ(୬୦)ଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟାର ଶିକାର ହୋଇଥିବା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ହେଲେ ଉତ୍ତମ ରଜାକ। ସାଗରର ମୋତି ନଗର ଅଞ୍ଚଳରେ ଜଣକ ଘରେ ଜଗୁଆଳି ଥିବା ମଙ୍ଗଲ ଅହିରଓ୍ବାରଙ୍କୁ ପଥରରେ ଆକ୍ରମଣ କରାଯାଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୋଟିଏ ପ୍ରକାର ଷ୍ଟାଇଲରେ ହତ୍ୟା କରାଯାଇଥିବାରୁ ସମାନ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରାଯାଇଛି। ମଙ୍ଗଲ ସୁସ୍ଥ ହେଲେ ତାଙ୍କଠାରୁ ହତ୍ୟାକାଣ୍ଡର ସୁରାକ ମିଳିପାରେ ବୋଲି ପୋଲିସ କହିଛି। ଆଶ୍ଚର୍ଯ୍ୟକର କଥା ହେଉଛି ହତ୍ୟା ପରେ ଅଭିଯୁକ୍ତ କୌଣସି ଲୁଟ୍‌ପାଟ ନ କରି କେବଳ ତାଙ୍କ ମୋବାଇଲ ଫୋନ୍‌ ନେଇଯାଉଛନ୍ତି। ଏହା ପୂର୍ବରୁ ସେଥିରୁ ସିମ୍‌କାର୍ଡ କାଢ଼ି ସେଠାରେ ହିଁ ଫିଙ୍ଗି ଦେଉଛନ୍ତି। ଅଭିଯୁକ୍ତ ସାଇକୋ କିଲର ହୋଇଥିବାରୁ କୌଣସି ସୂଚନା ନ ଥିବା ପୋଲିସ କହିଛି। ଏହାପୂର୍ବରୁ ମଧ୍ୟପ୍ରଦେଶର ସିରିଏଲ କିଲର ଆଦେଶ ଖାମ୍ରା ଟ୍ରକ୍‌ ଡ୍ରାଇଭର ଏବଂ କ୍ଲିନରଙ୍କୁ ଟାର୍ଗେଟ କରି ହତ୍ୟାକରିବା ଘଟଣା ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ଆଦେଶ ୩୪ ଜଣଙ୍କୁ ହତ୍ୟା କରି ଦଶନ୍ଧି ପର୍ଯ୍ୟନ୍ତ ଫେରାର ଥିଲେ। ୨୦୧୮ରେ ପୋଲିସ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri