Posted inଜାତୀୟ

ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ:୩ ରାତିରେ ୩ ହତ୍ୟା

ଭୋପାଳ, ୨ା୯:ମଧ୍ୟପ୍ରଦେଶର ସାଗର ସହରରେ ଜଣେ ସିରିଏଲ କିଲର ଆତଙ୍କ ଖେଳାଇଛନ୍ତି। ଗତ ୩ ଦିନରେ ୩ ଜଣଙ୍କୁ ହତ୍ୟା କରିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବିଶେଷକରି ସିକ୍ୟୁରିଟି ଗାର୍ଡଙ୍କୁ ସେ ଟାର୍ଗେଟ କରୁଥିବା ଜଣାଯାଇଛି। ଜଗୁଆଳିମାନେ ରାତିରେ ଶୋଇଥିବାବେଳେ ହାତୁଡ଼ି କିମ୍ବା ପଥର ଦ୍ୱାରା ସେମାନଙ୍କ ମୁଣ୍ଡ ଛେଚି ହତ୍ୟା କରୁଛନ୍ତି। ଦୁଇ ଜଣଙ୍କ ହତ୍ୟାରେ ଜଣଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବାରୁ ଏହା ସିରିଏଲ କିଲରଙ୍କ କାମ ବୋଲି କୁହାଯାଉଛି। ଅଦ୍ୟାବଧି ମୋଟ ୪ ଜଣଙ୍କୁ ଆକ୍ରମଣ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇସାରିଛନ୍ତି। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିଛି।
କାଣ୍ଟ୍‌ ଥାନା ଅନ୍ତର୍ଗତ ଏକ ଫ୍ୟାକ୍ଟ୍ରିରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ କଲ୍ୟାଣ ଲୋଧି (୫୦)ଙ୍କୁ ଅଗଷ୍ଟ ୨୮ ତାରିଖ ରାତିରେ ହାତୁଡ଼ିରେ ଆକ୍ରମଣ କରି ହତ୍ୟା କରାଯାଇଛି। ସେହିପରି ଅଗଷ୍ଟ ୨୯ରେ ସିଭିଲ୍‌ ଲାଇନ ପୋଲିସ ଷ୍ଟେଶନ ଅନ୍ତର୍ଗତ ଏକ କଲେଜର ଜଗୁଆଳି ଶମ୍ଭୁରାମ ଦୁବେ(୬୦)ଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟାର ଶିକାର ହୋଇଥିବା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ହେଲେ ଉତ୍ତମ ରଜାକ। ସାଗରର ମୋତି ନଗର ଅଞ୍ଚଳରେ ଜଣକ ଘରେ ଜଗୁଆଳି ଥିବା ମଙ୍ଗଲ ଅହିରଓ୍ବାରଙ୍କୁ ପଥରରେ ଆକ୍ରମଣ କରାଯାଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୋଟିଏ ପ୍ରକାର ଷ୍ଟାଇଲରେ ହତ୍ୟା କରାଯାଇଥିବାରୁ ସମାନ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରାଯାଇଛି। ମଙ୍ଗଲ ସୁସ୍ଥ ହେଲେ ତାଙ୍କଠାରୁ ହତ୍ୟାକାଣ୍ଡର ସୁରାକ ମିଳିପାରେ ବୋଲି ପୋଲିସ କହିଛି। ଆଶ୍ଚର୍ଯ୍ୟକର କଥା ହେଉଛି ହତ୍ୟା ପରେ ଅଭିଯୁକ୍ତ କୌଣସି ଲୁଟ୍‌ପାଟ ନ କରି କେବଳ ତାଙ୍କ ମୋବାଇଲ ଫୋନ୍‌ ନେଇଯାଉଛନ୍ତି। ଏହା ପୂର୍ବରୁ ସେଥିରୁ ସିମ୍‌କାର୍ଡ କାଢ଼ି ସେଠାରେ ହିଁ ଫିଙ୍ଗି ଦେଉଛନ୍ତି। ଅଭିଯୁକ୍ତ ସାଇକୋ କିଲର ହୋଇଥିବାରୁ କୌଣସି ସୂଚନା ନ ଥିବା ପୋଲିସ କହିଛି। ଏହାପୂର୍ବରୁ ମଧ୍ୟପ୍ରଦେଶର ସିରିଏଲ କିଲର ଆଦେଶ ଖାମ୍ରା ଟ୍ରକ୍‌ ଡ୍ରାଇଭର ଏବଂ କ୍ଲିନରଙ୍କୁ ଟାର୍ଗେଟ କରି ହତ୍ୟାକରିବା ଘଟଣା ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ଆଦେଶ ୩୪ ଜଣଙ୍କୁ ହତ୍ୟା କରି ଦଶନ୍ଧି ପର୍ଯ୍ୟନ୍ତ ଫେରାର ଥିଲେ। ୨୦୧୮ରେ ପୋଲିସ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri