Posted inଖେଳ

କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ

ମୋଣ୍ଟମେଲୋ(ସ୍ପେନ), ୧୩।୮(ଏପି)- କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସର୍ଗିଓ ପେରେଜ ଚଳିତ ସପ୍ତାହରେ ହେବାକୁଥିବା ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ଭାଗନେବେ। ପେରେଜ ଚଳିତ ସିଜନରେ ରେସିଂ ପଏଣ୍ଟ ଟିମ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମା’ଙ୍କୁ ଡାକ୍ତରଖାନାରେ ଦେଖା କରିବା ପାଇଁ ଏକ ଘରୋଇ ବିମାନରେ ମେକ୍ସିକୋ ଯାତ୍ରା ଅବସରରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡର ସିଲଭରଷ୍ଟୋନରେ ଅନୁଷ୍ଠିତ ଗତ ୨ଟି ରେସ୍‌ରେ ଭାଗନେଇ ପାରି ନ ଥିଲେ। ଭେଟେରାନ ଜର୍ମାନ ଡ୍ରାଇଭର ନିକୋ ହକେନବର୍ଗ ତାଙ୍କ ସ୍ଥାନରେ ସିଲଭରଷ୍ଟୋନରେ ରେସ୍‌ କରିଥିଲେ। ଏବେ ରିପୋର୍ଟ ନେଗେଟିଭ୍‌ ଆସିବାପରେ ମୋଟରରେସିଂର ଗଭର୍ନିଂ ବଡି ପେରେଜଙ୍କୁ ଆଗାମୀ ରେସ୍‌ରେ ଭାଗନେବାକୁ ଅନୁମତି ଦେଇଛନ୍ତି ବୋଲି ତାଙ୍କ ଟିମ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ସିଜନରେ ୫ଟି ରେସ୍‌ ଶେଷ ହୋଇଥିବାବେଳେ ଅନ୍ୟ କୌଣସି ଡ୍ରାଇଭର କରୋନ ପଜିଟିଭ୍‌ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି -୨୦ ବିଶ୍ୱକପରେ ଖେଳିବେ କରୋନା ପଜିଟିଭ୍‌ ଖେଳାଳି : ଆଇସିସି ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହୋଇଛି। କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ବାହାରକୁ ଆସୁଛି। ଆଇସିସି ପକ୍ଷରୁ...

ରିଷଭ ପନ୍ତଙ୍କୁ ନେଇ ଏମିତି କହିଲେ ଜାଡେଜା, ସମସ୍ତେ ହସି ହସି ଗଡିଲେ

ଦୁବାଇ,୩୧।୮: ଭାରତ ଏସିଆ କପ ୨୦୨୨ରେ ପ୍ରଥମ ମ୍ୟାଚ ଜିତିଛି। ଆଜିର ମ୍ୟାଚରେ ହଂକଂକୁ ପରାସ୍ତ କରି ଭାରତ ଶୀର୍ଷ ୪ରେ ସ୍ଥାନ ପାଇବାକୁ ଚାହୁଁଛି।...

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ବ୍ରିସବେନ, ୮ା୧୦: ଡେଭିଡ ଓ୍ବାର୍ନରଙ୍କ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଓ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ...

ବ୍ଲାଟରଙ୍କ ବିରୋଧରୁ ଗୋଟିଏ ମାମଲା ପ୍ରତ୍ୟାହାର କରାଯିବ

ପ୍ୟାରିସ୍‌,୧୧।୪(ଏଏଫ୍‌ପି)- ପୂର୍ବତନ ଫିଫା ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କ ବିରୋଧରୁ ଦୁଇଟି ଗୋଟିଏ ମାମଲା ପ୍ରତ୍ୟାହାର କରିବାକୁ ସୁଇସ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ଅଫିସ୍‌ (ଏମ୍‌ପିସି) ନିଷ୍ପତ୍ତି ନେଇଛି।...

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ...

ଛୁରି ଦେଖାଇ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଘର ଲୁଟିଲେ ଦୁର୍ବୃତ୍ତ

ଲାହୋର,୧୬।୩- ଟୋଟେନହାମ ହଟସ୍‌ପର ଡିଫେଣ୍ଡର ଜାନ ଭର୍ଟଘେନଙ୍କ ପରିବାରକୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ ଲୁଟିଛନ୍ତି। ୪ ଜଣ ଦୁର୍ବୃତ୍ତ ମାସ୍କ ପିନ୍ଧି ଭର୍ଟଘେନଙ୍କ ଘରେ...

ଆଇପିଏଲ୍‌ରେ ବେବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୨୮।୧: ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଡେୱାଲ୍ଡ ବ୍ରେଭିସ ବେବି ଏବି ଡି ଭିଲିୟର୍ସ ଭାବରେ ଜଣାଶୁଣା। ସେ ଅଣ୍ଡର ୧୯ ବିଶ୍ୱକପ ଚମତ୍କାର ବ୍ୟାଟିଂ କରି...

ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍‌ ଇଣ୍ଡିଆ। ଅକ୍ଷର ପଟେଲ...

Advertisement
Archives

Model This Week