Categories: ଖେଳ

ୟୁଏସ୍‌ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା

ନୂଆଦିଲ୍ଲୀ,୩୧।୮: ଆମେରିକୀୟ ଟେନିସ ତାରକା ସେରାନା ଓ୍ବିଲିୟମ୍ସ ନିକଟରେ ତାଙ୍କର ଅବସର ଘୋଷଣା କରିଛନ୍ତି। ହେଲେ ସେ ଏବେ ୟୁଏସ୍‌ ଓପନ ଖେଳୁଛନ୍ତି। ସେ ନିଜ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିଛନ୍ତି। ମୋଣ୍ଟେନେଗ୍ରୋର ୮୦ତମ ଖେଳାଳି ଡଙ୍କା କୋଭିନିକ୍‌ଙ୍କୁ ସେ ହରାଇଛନ୍ତି। ସେରେନା ଏହି ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେ ପିନ୍ଧିଥିବା ଜୋତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେରେନା ଏଭଳି ଜୋତା ପିନ୍ଧିଥିଲେ ଯେଉଁଥିରେ ୪୦୦ ହୀରା ଖଚିତ ହୋଇଥିଲା। ସେ ନିଜ ହାତରେ ଡିଜାଇନ କରିଥିବା ନାଇକ୍‌ କମ୍ପାନୀର ଜୋତା ପିନ୍ଧି ମ୍ୟାଚ୍‌ ଖେଳିବାକୁ ଓହ୍ଲାଇଥିଲେ।

ପ୍ରକାଶ ଯେ, ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହେଉଛି ସେରେନା। ୧୯୯୯ରେ ୧୭ ବର୍ଷ ବୟସରେ ସେ ପ୍ରଥମ ୟୁଏସ୍‌ ଓପନ ଜିତିଥିଲେ। ସେତେବେଳେ ସେ ନିଜ କେଶରେ ଧଳା ମୋତି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେ ୪୦ ବର୍ଷରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳୁଛନ୍ତି।

Share