Posted inଜାତୀୟ

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର ମଧ୍ୟରେ ଦିଲ୍ଲୀ କିମ୍ୱା ଅନ୍ୟ କୌଣସି ବଡ଼ ସହରରେ ଯୁବ ଓ ସାମାଜିକ ସଂଗଠନଗୁଡ଼ିକ ଏକତ୍ରିତ ହେବାର ସଙ୍କେତ ମିଳୁଛି।

ଏହି ବିରୋଧ ଜୁଲାଇ ୨୦୨୬ରେ ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ଭଳି ପରିସ୍ଥିତି ସୃଷ୍ଟି କରିପାରେ। ଏଥିମଧ୍ୟରେ ୨୦ରୁ ୨୩ ସେପ୍ଟେମ୍ୱର ସମୟ ଅଧିକ ସମ୍ୱେଦନଶୀଳ ମନେହେଉଛି।

ଯଦିଓ କେନ୍ଦ୍ର ସରକାର ଭାଙ୍ଗିବା କିମ୍ୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦବୀ ଉପରେ ସିଧାସଳଖ ସଙ୍କଟର କୌଣସି ସଙ୍କେତ ନାହିଁ। କୁଣ୍ଡଳୀ ଦର୍ଶାଉଛି ଯେ ସରକାର ନିଜର ରାଜନୈତିକ ସ୍ଥିତି ବଜାୟ ରଖିବେ, ମାତ୍ର ପୋଲିସ, ପ୍ରଶାସନ, ପରୀକ୍ଷା ବ୍ୟବସ୍ଥା, ସଂରକ୍ଷଣ କିମ୍ୱା ମୁଦ୍ରାସ୍ଫୀତି (ମହଙ୍ଗା ମାଡ଼) ସହ ଜଡ଼ିତ କୌଣସି ପ୍ରସଙ୍ଗରେ ତାଙ୍କୁ ଉତ୍ତର ଦେବାକୁ ପଡ଼ିପାରେ। ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳକୁ ମଧ୍ୟ ଏହି ସମୟରେ ଯୁବ ତଥା ସାମାଜିକ ନ୍ୟାୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସୁଯୋଗ ମିଳିପାରେ।

ଜୁଲାଇ ମାସରେ ଯନ୍ତରମନ୍ତରରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ପ୍ରଥମେ ପରୀକ୍ଷା ବ୍ୟବସ୍ଥା ଏବଂ ପ୍ରଶ୍ନପତ୍ର ଲିକ ସହିତ ଜଡ଼ିତ ଥିଲା। ଧୀରେ ଧୀରେ ବେକାରୀ, ଯୁବକମାନଙ୍କ ଭବିଷ୍ୟତ ଏବଂ ସରକାରୀ ଉତ୍ତରଦାୟିତ୍ୱର ପ୍ରଶ୍ନ ମଧ୍ୟ ଏଥିରେ ସାମିଲ ହେଲା। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଆକ୍ରୋଶ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିଲା। ବିରୋଧୀ ନେତାଙ୍କ ସମର୍ଥନ ପରେ ଏହା ଏକ ବଡ଼ ରାଜନୈତିକ ରୂପ ନେଇଥିଲା।

ସେପ୍ଟେମ୍ୱରରେ ଠିକ ସେହି ଘଟଣାର ପୁନରାବୃତ୍ତି ହେବ ବୋଲି ନିଶ୍ଚିତ ଭାବେ କୁହାଯାଇ ନ ପାରେ। କିନ୍ତୁ ଭାରତର କୁଣ୍ଡଳୀରେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ଫରକ କେବଳ ଏତିକି ହୋଇପାରେ ଯେ ଏଥର ବିରୋଧର କାରଣ କେବଳ ପରୀକ୍ଷା କିମ୍ୱା ନିଯୁକ୍ତି ନ ହୋଇପାରେ।

ସେପ୍ଟେମ୍ୱର ରାଜନୀତିରେ ବୁଧଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଂଶୋତ୍ତରୀ ଦଶାରେ ମଙ୍ଗଳ-ରାହୁ ମଧ୍ୟରେ ବୁଧଙ୍କ ପ୍ରଭାବ ମାସର ଅଧିକାଂଶ ସମୟ ଧରି ରହିବ। ଯୋଗିନୀ ଦଶାରେ ମଧ୍ୟ ବୁଧଙ୍କ ଅଧୀନରେ ଥିବା ଭଦ୍ରିକା ଅବଧି ଚାଲିଛି। ୭ ସେପ୍ଟେମ୍ୱରରେ ଗୋଚରସ୍ଥ ବୁଧ ନିଜର ଉଚ୍ଚ ରାଶି କନ୍ୟାରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?