ପାଣି ଚୋରି ରୋକିବ ସେନ୍‌ସର

ଯାଜପୁର ଅଫିସ,୧୬।୧୧: ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସହର, ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନଗୁଡିକୁ ଆଇନ ଅନୁଯାୟୀ ଜଳଯୋଗାଣ କରାଯାଉଛି। ୱାଟର ଆଲୋକେଶନ କମିଟି(ଡବ୍ଲ୍ୟୁଏସି)ର ମଞ୍ଜୁରୀକ୍ରମେ ୩୧ା୩ା୨୦୨୦ ସୁଦ୍ଧା ୧୦୮ ସହରାଞ୍ଚଳ ଏବଂ ୨୧୭ ଶିଳ୍ପାନୁଷ୍ଠାନକୁ ନଦୀ, ନାଳ ଓ ଭୂତଳ ଜଳ ବଣ୍ଟନ ହେଉଛି। ସେଥିମଧ୍ୟରୁ କେବଳ ୬୦ ଟି ଶିଳ୍ପାନୁଷ୍ଠାନ ଭୂତଳ ଜଳ ବ୍ୟବହାର କରୁଛନ୍ତି। ତେବେ କେଉଁ ଅନୁଷ୍ଠାନ କେତେ ଜଳ ଉତ୍ତୋଳନ କରୁଛି ତା’ର ହିସାବ ରଖିବାକୁ ଜଳ ମାପକ ଯନ୍ତ୍ର(ଫ୍ଲୋ ମିଟର) ବ୍ୟବହାର କରାଯାଉଛି। ଏହି ଯନ୍ତ୍ରର ମିଟର ଅନୁଯାୟୀ ସରକାର ଜଳକର ଆଦାୟ କରି ଆସୁଛନ୍ତି। ତେବେ ଏହି ପ୍ରକ୍ରିୟାରେ ଅଧିକାଂଶ ଶିଳ୍ପାନୁଷ୍ଠାନ ଟାମ୍ପରିଂ କରି ଜଳକର ଫାଙ୍କୁ ଥିବା ଅଭିଯୋଗ ହୋଇଆସୁଛି। ତେଣୁ ରାଜ୍ୟ ସରକାର ଏଣିକି ଶିଳ୍ପାନୁଷ୍ଠାନଗୁଡିକରେ ସେନ୍‌ସର ବେସ୍‌ଡ ଫ୍ଲୋ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯନ୍ତ୍ରରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ କେତେ ଜଳ ଉତ୍ତୋଳନ କରୁଛି ତାହାର ହିସାବ ଇନ୍‌ଟେକ୍‌ ପଏଣ୍ଟ ନିକଟରେ ଥିତ୍ବା ମେଶିନରେ ମଧ୍ୟ ସୂଚନା ଦେବ। ତେଣୁ ଟାମ୍ପରିଂ କରି ଆଉ କୌଣସି ଶିଳ୍ପାନୁଷ୍ଠାନ ପାଣି ଚୋରି କରିପାରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ବିଶ୍ୱାସ ରହିଛି।
ଜଳ ସମ୍ପଦ ବିଭାଗର ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ରୁ ଓଡ଼ିଶା ଇଣ୍ଟିଗ୍ରେଟେଡ ପାୱାର ପ୍ରକଳ୍ପ ଦୈନିକ ସର୍ବାଧିକ ୧୪୦ କ୍ୟୁସେକ ପାଣି ବ୍ୟବହାର କରୁଛି। ଏହାପରେ ମହାନଦୀରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଦୈନିକ ୧୧୭.୭୧ କ୍ୟୁସେକ ପାଣି ନେଉଥିବାବେଳେ ମହାନଦୀ ବ୍ୟାରେଜରୁ ପାରାଦୀପ ଆଇଓସିଏଲ ୩୮.୭୫ କ୍ୟୁସେକ, ହୀରାକୁଦ ଡ୍ୟାମ୍‌ରୁ ଆଇଟିପିସି ୫୨.୯୮ କ୍ୟୁସେକ, ଏନଟିପିସି ଦର୍ଲିପାଲି ୫୫ କ୍ୟୁସେକ, ସେସା ଷ୍ଟେରଲାଇଟ୍‌ ଲିଃ ୭୨ କ୍ୟୁସେକ, ବେଦାନ୍ତ ଆଲୁମିନା ଲିଃ ୪୦.୯ କ୍ୟୁସେକ, ସାମଲ ବ୍ୟାରେଜରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୬୬.୧୬ କ୍ୟୁସେକ, ବ୍ରାହ୍ମଣୀ ନଦୀରୁ ଓଡ଼ିଶା ଥର୍ମାଲ ପାୱାର ୮୦ କ୍ୟୁସେକ, ତାଳଚେର ଏନ୍‌ଟିପିସି ୫୫.୪୯ କ୍ୟୁସେକ, ରୁଙ୍ଗଟା ମାଇନ୍ସ ୨୮.୯୪ କ୍ୟୁସେକ, ଖରସ୍ରୋତା ନଦୀରୁ କଳିଙ୍ଗନଗର ଟାଟା ଷ୍ଟିଲ ଲିଃ. ୭୪.୩୨ କ୍ୟୁସେକ ପାଣି ଉତ୍ତୋଳନ କରୁଛନ୍ତି। ସେହିପରି ଓଏମ୍‌ସିର ସୁକୁରୁଙ୍ଗି କ୍ରୋମାଇଟ ମାଇନ୍ସ ଓ ସାଉଥ୍‌ କାଳିଆପାଣି କ୍ରୋମାଇଟ ମାଇନ୍ସ, ସାନ୍ତୁକା ଫୁଡ୍‌ସ ପ୍ରା.ଲିଃ., ରୁଙ୍ଗଟା ମାଇନ୍ସ, ରାମ୍‌କୋ ସିମେଣ୍ଟ, ଦୈତାରୀ ଓଏମ୍‌ସି, କାଳିଆପାଣି କ୍ରୋମାଇଟ ମାଇନ୍ସ, ବାଲେଶ୍ୱର ଆଲୋଏଜ, ଫେକର ଚାର୍ଜକ୍ରୋମ ପ୍ଲାଣ୍ଟ ପ୍ରମୁଖ ଖଣି ଓ ଶିଳ୍ପାନୁଷ୍ଠାନ ଭୂତଳ ଜଳ ବ୍ୟବହାର କରୁଛନ୍ତି। ତେବେ ଉପଯୁକ୍ତ ଭାବେ ହିସାବ ରହୁ ନ ଥିବାରୁ ମନଇଚ୍ଛା ଭୂତଳ ଜଳ ବ୍ୟବହାର କରାଯାଉଛି। ଏହାଦ୍ୱାରା ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଓଡ଼ିଶା ଷ୍ଟେଟ୍‌ ଲେଭଲ କମିଟି(ଏସ୍‌ଏଲ୍‌ସି) ଫର ଆସେସ୍‌ମେଣ୍ଟ ଅଫ ଗ୍ରାଉଣ୍ଡ ୱାଟର ରିସୋର୍ସ(ଜିଡବ୍ଲୁଆର୍‌ଏ)-୨୦୨୦ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ଼, ଯାଜପୁର ଜିଲାର କୋରେଇ ଏବଂ ନୂଆପଡ଼ା ଜିଲାର ନୂଆପଡ଼ା ବ୍ଲକ ସେମି କ୍ରିଟିକାଲ ସ୍ଥିତିରେ ରହିଛି। ଅନ୍ୟପକ୍ଷେ ଅନେକ ଶିଳ୍ପାନୁଷ୍ଠାନ ପାଣି ନେଇ ଉପଯୁକ୍ତ ଭାବେ ଜଳକର ଦାଖଲ କରୁ ନ ଥିବା ନେଇ ବିଭିନ୍ନ ସମୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ତାଗିଦ କରାଯାଉଛି। ଏହାପରେ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ଜଳକର ମଧ୍ୟ ଛାଡ଼ ହେଉଥିବା ନଜିର ରହିଛି। ଅତି ନିମ୍ନମାନର ଫ୍ଲୋ ମିଟର ଜରିଆରେ ପାଣି ଯୋଗାଇ ଦିଆଯାଉଥିବାରୁ ବାସ୍ତବରେ କେତେ ପରିମାଣର ପାଣି ଯାଉଛି ତାହା ମଧ୍ୟ ଆକଳନ କରିବା ସମ୍ଭବ ହୋଇପାରୁନାହିଁ। ଏଭଳି ଭାବରେ ଭୂତଳ ଓ ନଦୀଜଳକୁ ଖଣି ଓ ଶିଳ୍ପାନୁଷ୍ଠାନ ଲୁଟ କରି ଆସୁଥିଲେ ହେଁ ସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି। ଚୁକ୍ତିଠାରୁ ଢେର ଅଧିକ ୫,୮୭,୧୭୮.୨ କ୍ୟୁବିକ ମିଟର ଜଳ ବ୍ରାହ୍ମଣୀରୁ ଉତ୍ତୋଳନ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଗତ ଜୁନରେ ଦର୍ଶାଯାଇଥିଲା। ନିର୍ଦ୍ଧାରିତ ଜଳକର ଅନୁସାରେ କ୍ୟୁବିକ ମିଟର ପିଛା ୬.୭୫ ଟଙ୍କା ଅନୁଯାୟୀ ୩୯,୬୩,୪୫୩ ଟଙ୍କା
ପାଣି ଚୋରି…
ହେଉଥିଲା। ପୂର୍ବ ବଳକାକୁ ମିଶାଇ ଇଡ୍‌କୋ ପାଖରେ ସମୁଦାୟ ୩୨ କୋଟି ୬୨ ଲକ୍ଷ ୭୧୭ ଟଙ୍କା ଜଳକର ବାକି ରହିଥିବା ଜଣାପଡ଼ିଥିଲା। ଏଭଳି ଅନେକ ଦୃଷ୍ଟାନ୍ତ ରହିଥିଲେ ହେଁ ଜଳକର ଆଦାୟ ଉପରେ ସରକାର ସେତେଟା ଗୁରୁତ୍ୱ ଦେଉ ନ ଥିବା ମନେ ହେଉଛି। ତେବେ ବିଳମ୍ବରେ ହେଲେ ମଧ୍ୟ ପାଣି ଚୋରି ରୋକିବାକୁ ଡିଜିଟାଲ ସେନ୍‌ସର ଫ୍ଲୋ ମିଟର ଲଗାଇବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି। ଯଥାଶୀଘ୍ର ଇନ୍‌ଟେକ୍‌ ପଏଣ୍ଟ ନିକଟରେ ସେନ୍‌ସର ଫ୍ଲୋ ମିଟର ନ ଲଗାଇଲେ ଆବଶ୍ୟକ ଜରିମାନା ଆଦାୟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଡିଜିଟାଲ ଫ୍ଲୋ ମିଟର ଲାଗିଛି। ତେବେ ସେନସର ଫ୍ଲୋ ମିଟର ଲାଗିଲେ ପାଣି ଟାମ୍ପରିଂ ନିୟନ୍ତ୍ରଣ ହୋଇପାରିବ। ତଦାରଖ ହେଉଥିବା ସେଣ୍ଟରରେ ଲାଗିଥିବା ଅନ୍ୟ ଏକ ମେଶିନରେ ପାଣି ଉତ୍ତୋଳନ ପରିମାଣ ମଧ୍ୟ ଜଣାପଡ଼ିବ। ଏହି ମେଶିନ ଜିପିଏସ୍‌(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଭଳି କାମରେ ଆସିବ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?