ଫୋକସ୍‌ରେ ସମ୍ବେଦନଶୀଳ ବୁଥ୍‌

ଢେଙ୍କାନାଳ ଅଫିସ୍‌/ଭୁବନ, ୨୨।୨(ଡି.ଏନ.ଏ) ଢେଙ୍କାନାଳ ଜିଲାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକର ଭୋଟର ନିଜ ମନପସନ୍ଦର ପ୍ରତିନିଧି ବାଛିବେ। ପଞ୍ଚାୟତ ଭୋଟରେ ହିଂସାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଶିଳ୍ପ ଜିଲାରେ ଶେଷ ପର୍ଯ୍ୟାୟ ଭୋଟ ଶାନ୍ତିଶୃଙ୍ଖଳାର ସହିତ ସାରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ସନ୍ଧ୍ୟାସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚତ୍ ସାରିଛନ୍ତି। ଉଭୟ ବ୍ଲକର ୧୪୨ ସମ୍ବେଦନଶୀଳ ବୁଥ୍‌ କଡ଼ା ସୁରକ୍ଷା ବଳୟରେ ରହିଥିବାବେଳେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଏଲ୍‌. ଦିବ୍ୟା ଭି. ପ୍ରସ୍ତୁତି ବ୍ୟବସ୍ଥାର ତଦାରଖ କରିଛନ୍ତି।
ଭୁବନ ବ୍ଲକର ୧୮ ପଞ୍ଚାୟତରେ ୮୨ ହଜାର ୭୪୭ ଭୋଟର ସେମାନଙ୍କ ବହୁମୂଲ୍ୟ ମତସାବ୍ୟସ୍ତ କରିବେ। ଏଥିଲାଗି ୨୫୮ ବୁଥ୍‌ କରାଯାଇଛି। ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସରପଞ୍ଚ ପଦବୀରେ ୬୦ ଏବଂ ସମିତିସଭ୍ୟ ପଦବୀରେ ୬୦ ଜଣଙ୍କ ଭାଗ୍ୟ ବାଲଟ ବାକ୍ସରେ ବନ୍ଦ ହେବ। ଉତ୍ତେଜନାପ୍ରବଣ ଏବଂ ଅଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ ୧୧୦ ବୁଥ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୮ ପଞ୍ଚାୟତ ପାଇଁ ୧୮ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ୬ ଗ୍ରୁପ୍‌ରେ ବିଭକ୍ତ ହୋଇ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକୁ ତଦାରଖ କରିବେ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଶୀର୍ବାଦ ପରିଡ଼ା ସୂଚନା ଦେଇଛନ୍ତି। ଭୋଟ ପୂର୍ବରୁ ସୋମବାର ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ଜିଲାପାଳ ବିଭାଗୀୟ ଅଧିକାରୀ ଏବଂ ପୋଲିସ ପ୍ରଶାସନ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଗତ ନିର୍ବାଚନରେ ବ୍ଲକରେ ବ୍ୟାପକ ବିଭ୍ରାଟ ସାଙ୍ଗକୁ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୪ ଇନ୍ସପେକ୍ଟର, ୨ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଏଥିସହ ୨୦ଟି ମୋବାଇଲ ଟିମ୍‌ ଗଠନ କରାଯାଇଛି। ସୋମବାର ଅପରାହ୍ନରେ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
ସେହିପରି କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୨୭୬ ବୁଥ୍‌ରେ ୮୩ ହଜାର ୨୦୦ ଭୋଟର ମତଦାନ କରିବେ। ୩୨ ମତଦାନ କେନ୍ଦ୍ରକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବ୍ଲକର ୩ ଜିଲା ପରିଷଦ ଆସନ ପାଇଁ ୨୧ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୯୦ ସରପଞ୍ଚ, ୬୧ ସମିତିସଭ୍ୟ, ୨୭୬ ୱାର୍ଡରେ ୩୮୫ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri