ଫୋକସ୍‌ରେ ସମ୍ବେଦନଶୀଳ ବୁଥ୍‌

ଢେଙ୍କାନାଳ ଅଫିସ୍‌/ଭୁବନ, ୨୨।୨(ଡି.ଏନ.ଏ) ଢେଙ୍କାନାଳ ଜିଲାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକର ଭୋଟର ନିଜ ମନପସନ୍ଦର ପ୍ରତିନିଧି ବାଛିବେ। ପଞ୍ଚାୟତ ଭୋଟରେ ହିଂସାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଶିଳ୍ପ ଜିଲାରେ ଶେଷ ପର୍ଯ୍ୟାୟ ଭୋଟ ଶାନ୍ତିଶୃଙ୍ଖଳାର ସହିତ ସାରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ସନ୍ଧ୍ୟାସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚତ୍ ସାରିଛନ୍ତି। ଉଭୟ ବ୍ଲକର ୧୪୨ ସମ୍ବେଦନଶୀଳ ବୁଥ୍‌ କଡ଼ା ସୁରକ୍ଷା ବଳୟରେ ରହିଥିବାବେଳେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଏଲ୍‌. ଦିବ୍ୟା ଭି. ପ୍ରସ୍ତୁତି ବ୍ୟବସ୍ଥାର ତଦାରଖ କରିଛନ୍ତି।
ଭୁବନ ବ୍ଲକର ୧୮ ପଞ୍ଚାୟତରେ ୮୨ ହଜାର ୭୪୭ ଭୋଟର ସେମାନଙ୍କ ବହୁମୂଲ୍ୟ ମତସାବ୍ୟସ୍ତ କରିବେ। ଏଥିଲାଗି ୨୫୮ ବୁଥ୍‌ କରାଯାଇଛି। ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସରପଞ୍ଚ ପଦବୀରେ ୬୦ ଏବଂ ସମିତିସଭ୍ୟ ପଦବୀରେ ୬୦ ଜଣଙ୍କ ଭାଗ୍ୟ ବାଲଟ ବାକ୍ସରେ ବନ୍ଦ ହେବ। ଉତ୍ତେଜନାପ୍ରବଣ ଏବଂ ଅଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ ୧୧୦ ବୁଥ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୮ ପଞ୍ଚାୟତ ପାଇଁ ୧୮ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ୬ ଗ୍ରୁପ୍‌ରେ ବିଭକ୍ତ ହୋଇ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକୁ ତଦାରଖ କରିବେ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଶୀର୍ବାଦ ପରିଡ଼ା ସୂଚନା ଦେଇଛନ୍ତି। ଭୋଟ ପୂର୍ବରୁ ସୋମବାର ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ଜିଲାପାଳ ବିଭାଗୀୟ ଅଧିକାରୀ ଏବଂ ପୋଲିସ ପ୍ରଶାସନ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଗତ ନିର୍ବାଚନରେ ବ୍ଲକରେ ବ୍ୟାପକ ବିଭ୍ରାଟ ସାଙ୍ଗକୁ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୪ ଇନ୍ସପେକ୍ଟର, ୨ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଏଥିସହ ୨୦ଟି ମୋବାଇଲ ଟିମ୍‌ ଗଠନ କରାଯାଇଛି। ସୋମବାର ଅପରାହ୍ନରେ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
ସେହିପରି କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୨୭୬ ବୁଥ୍‌ରେ ୮୩ ହଜାର ୨୦୦ ଭୋଟର ମତଦାନ କରିବେ। ୩୨ ମତଦାନ କେନ୍ଦ୍ରକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବ୍ଲକର ୩ ଜିଲା ପରିଷଦ ଆସନ ପାଇଁ ୨୧ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୯୦ ସରପଞ୍ଚ, ୬୧ ସମିତିସଭ୍ୟ, ୨୭୬ ୱାର୍ଡରେ ୩୮୫ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?