୨୦୨୩ ଶେଷ ସୁଦ୍ଧା ୮୦,୦୦୦ଅଙ୍କ ଛୁଇଁବ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଶେୟାର ବଜାରର କାରବାର ଓ ନିବେଶ ଆସନ୍ତା ବର୍ଷ ପ୍ରାୟ ୩୦% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ବର୍ଷ ଠାରୁ ଆସନ୍ତା ବର୍ଷର ନିବେଶ ମଧ୍ୟ ବୃଦ୍ଧି ଘଟିବ ବୋଲି ବ୍ରୋକରେଜ ହାଉସ ମୋର୍ଗନ ଷ୍ଟେନଲୀ ପକ୍ଷରୁ କୁହାଯାଇଛି। କାରଣ କ୍ରମାଗତ ଭାବେ ଷ୍ଟକ ମାର୍କେଟ୍‌ର ଫଳାଫଳ ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ରହିବା ସାଙ୍ଗକୁ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଶେୟାର ବଜାରର ନିବେଶକମାନେ ମଧ୍ୟ ଭଲ ଲାଭ ପାଉଥିବା ମୋର୍ଗନ ଷ୍ଟେନଲୀ ପକ୍ଷରୁ ଉଲ୍ଲେଖ କରାଯାଇଛି। ସେହିଭଳି ଭାରତୀୟ ଶେୟାର ବଜାରରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଭଲ ନିବେଶ ଦେଖିବାକୁ ମିଳିପାରେ ବୋଲି ମୋର୍ଗନ ଷ୍ଟେନଲୀ ପକ୍ଷରୁ ଆକଳନ କରାଯାଇଛି। ବିଏସଇ ସେନସେକ୍ସ ୨୦୨୩ ଶେଷ ସୁଦ୍ଧା ୮୦,୦୦୦ ଅଙ୍କରେ ପହଞ୍ଚତ୍ବ ବୋଲି ମୋର୍ଗନ ଷ୍ଟେନଲୀ ଆକଳନ କରିଛି, ସୂଚନା ଅନୁଯାୟୀ ଯଦି ଭାରତକୁ ଗ୍ଲୋବାଲ ବଣ୍ଡ ସୂଚକାଙ୍କରେ ସାମିଲ କରାଯାଏ। ତେବେ ଆସନ୍ତା ୧୨ମାସ ମଧ୍ୟରେ ପ୍ରାୟ ୨୦ବିଲିୟନ ଡଲାର ଭାରତରେ ନିବେଶ ହୋଇପାରେ ବୋଲି ଆଶା କରାଯାଉଛି। ସେହିପରି ମୋର୍ଗନ ଷ୍ଟେନଲୀ ୨୦୨୨ ରେ ମଧ୍ୟ ଭାରତ ସେଥିରେ ସାମିଲ ହେବା ନେଇ ମଧ୍ୟ ଆଶା ବ୍ୟକ୍ତ କରିଥିଲେ କିନ୍ତୁ ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ କଟକଣା ଲାଗି ତାହା ହୋଇପାରିନଥିଲା। ଏପରିକି ସଂସ୍ଥାର ରିପୋର୍ଟ ଅନୁସାରେ ସେଥିରେ ଆହୁରି ବିଳମ୍ବ ଘଟିପାରେ ବୋଲି ଆଶଙ୍କା କରାଯାଇଛି। ଅପରପକ୍ଷରେ ବଣ୍ଡ ସେଟଲମେଣ୍ଟର ନିୟମ ଏବଂ ଟ୍ୟାକ୍ସ ଜଟିଳତା ପରି ପ୍ରସଙ୍ଗର ସମାଧାନକୁ ଗୁରୁତ୍ୱର ସହ ନେବା ଏବଂ ପ୍ରଥମେ ସେ ସବୁର ସମାଧାନ ଜରୁରୀ ବୋଲି ମୋର୍ଗନ ମତ ପ୍ରକାଶ କିରିଛି। ମୋର୍ଗନ ଷ୍ଟେନଲୀଙ୍କ ସୂଚନା ଅନୁସାରେ ତୈଳ ଏବଂ ସାର ମୂଲ୍ୟରେ ହ୍ରାସ ସାଙ୍ଗକୁ ୨୦୨୨-୨୫ ସୁଦ୍ଧା ବାର୍ଷିକ ୨୫% ହାରରେ ରୋଜଗାର କ୍ଷମତା ବୃଦ୍ଧି ହୁଏ ତେବେ ସେନସେକ୍ସ ୮୦,୦୦୦ ଅଙ୍କ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ମୋର୍ଗନ ଷ୍ଟେନଲୀଙ୍କ ରିର୍ପୋଟ ଅନୁସାରେ ଯଦି ସେନସେକ୍ସର ବେସ କେସ ଟାର୍ଗେଟ ୬୮,୫୦୦ ଅଙ୍କରେ ରହିବ କିନ୍ତୁ ବଜାର କାରବାର ବିପରୀତରେ ଯାଏ ତେବେ ସେନସେକ୍ସ ୫୨,୦୦୦ ଯାଏ ଖସିପାରେ ବୋଲି ଆଶଙ୍କା କରାଯାଉଛି ହେଲେ ଏହାର ସମ୍ଭାବନା ମାତ୍ର ୨୦% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri