‘ନୂଆ ଯୋଜନା ସାଙ୍ଗକୁ ଅଭିବୃଦ୍ଧିକୁ ଗୁରୁତ୍ୱ’

ନୂଆଦିଲ୍ଲୀ,୨୯।୧୧:ଚଳିତ ବର୍ଷ ନଭେମ୍ବର ୨୧ରୁ ୨୮ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆସନ୍ତା ବର୍ଷର ବଜେଟ ପୂର୍ବରୁ ଏକ ପ୍ରାକ ବଜେଟ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। ଏପରିକି ସପ୍ତାହବ୍ୟାପୀ ଉକ୍ତ ବୈଠକରେ ଗ୍ରାମାଞ୍ଚଳର ବିକାଶ ଠାରୁ ଆରମ୍ଭ କରି ଦେଶର ଅଭିବୃଦ୍ଧି ପର୍ଯ୍ୟନ୍ତ ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଦେଶର ପ୍ରମୁଖ ୭ ଅଂଶୀଦାର (ସଙ୍ଗଠନ) ଏବଂ ୧୧୦ରୁ ଅଧିକ ପ୍ରତିନିଧିଙ୍କ ସହ ଅର୍ଥମନ୍ତ୍ରୀ ପ୍ରାକ୍‌ ବଜେଟ ବୈଠକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ବଜେଟ ସହ ଜଡିତ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ଦେଶର ପ୍ରମୁଖ ଶିଳ୍ପପତି, ପରିବେଶବିତ, ଉଦ୍ୟୋଗୀ, ଶିକ୍ଷାବିତ୍‌ ଓ ସ୍ବାସ୍ଥ୍ୟବିତ୍‌ ଏବଂ ଏକ୍ସପର୍ଟ ଏଜେନ୍ସି ଆଦିର ପ୍ରତିନିଧି ଓ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମତାମତକୁ ନେଇ ଆଗାମୀ ବଜେଟ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅର୍ଥମନ୍ତ୍ରୀ ସୀତାରମଣ ମତପ୍ରକାଶ କରିଛନ୍ତି। ସେହିପରି ଉକ୍ତ ବୈଠକରେ ଦେଶର ର୍ନିଦ୍ଦିଷ୍ଟ କ୍ଷେତ୍ର, ବ୍ୟକ୍ତିଙ୍କ ଆୟକର ଛାଡ଼, ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରକୁ ସମ୍ଭଳ ଯୋଗାଇବା ସହ ନୂଆ ଯୋଜନା ଓ ଅଭିବୃଦ୍ଧିକୁ ଗୁରୁତ୍ୱ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏପରିକି ଅର୍ଥନୀତିକୁ ବଳ ଦେବାକୁ ହେଲେ ଖର୍ଚ୍ଚରେ ବୃଦ୍ଧି ଓ ର୍ନିଦ୍ଦିଷ୍ଟ ଇଣ୍ଡଷ୍ଟ୍ରି ପାଇଁ ପ୍ରୋତ୍ସାହନ ରାଶି ଯୋଗାଇଦେବା ଆଦି ସାଧାରଣ ଦାବି ମଧ୍ୟ ଉକ୍ତ ବୈଠକରେ ଉଠିଥିଲା। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ପ୍ରାକ୍‌ ବଜେଟ ବୈଠକ ୮ ରାଉଣ୍ଡ ଚାଲିବା ପରେ ସୋମବାର ଅର୍ଥନୀତି ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ବୈଠକ ଶେଷ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ଫେବ୍ରୁୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri