ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭ ପଏଣ୍ଟ ହ୍ରାସ ହୋଇ ଏହା ୪୯,୬୨୫ ପଏଣ୍ଟ ଏବଂ ନିଫ୍ଟିରେ ୫୪ ପଏଣ୍ଟ ହ୍ରାସ ଘଟି ୧୪,୫୯୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। କୋଭିଡ୍‌ ଯୋଗୁ ବଜାର ମାର୍ଚ୍ଚ ୨୦୧୯ରେ ରେକର୍ଡ ନିମ୍ନକୁ ଖସିଥିଲା। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ମହାମାରୀ ସତ୍ତ୍ୱେ ଭଲ କାରବାର କରିଛନ୍ତି। ସେନ୍‌ସେକ୍ସ ପ୍ରାୟ ୧୬% ବଢ଼ିଥିବା ନଜରକୁ ଆସିଛି। ସାଧାରଣ ବଜେଟ-୨୦୨୧ ଆସୁଥିବା ବେଳେ ଭାରତୀୟ ପୁଞ୍ଜିବଜାରରେ ଏହା ରେକର୍ଡ ସ୍ତର। ଆସନ୍ତୁ, ସେନ୍‌ସେକ୍ସ ସମ୍ପର୍କିତ କିଛି ରୋଚକ ତଥ୍ୟ ଏବଂ ସଫଳତା ଉପରେ ନଜର ପକାଇବା….
କେମିତି ଆରମ୍ଭ ହୋଇଥିଲା ଯାତ୍ରା- ସେନ୍‌ସେକ୍ସ ଭାରତରୁ ସବୁଠୁ ପୁରୁଣା ଷ୍ଟକ୍‌ ଏକ୍ସଚେଞ୍ଜ। ଏହା ୧୯୮୬ରେ ଆରମ୍ଭ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ଏଥିରେ ୩୦ ବୃହତ୍‌ ଏବଂ ସବୁଠାରୁ ଭଲ କାରବାର କରୁଥିବା ଷ୍ଟକ୍‌ ରହିଛି। ଏହି ସୂଚକାଙ୍କ ବେସ୍‌ ପ୍ରାଇସ ୧୦୦ରେ (ମୂଳ ବର୍ଷ ୧୯୭୮-୭୯)ରେ ଆରମ୍ଭ ହୋଇଥିଲା। ଷ୍ଟକ୍‌ ବଜାର ଆନାଲିଷ୍ଟ ଦୀପକ ମୋହନି ସେନ୍‌ସେକ୍ସ ଶବ୍ଦକୁ ଆଣିଥିଲେ। ସେନ୍‌ସିଟିଭ ଏବଂ ଇଣ୍ଡେକ୍ସ ଶବ୍ଦର ମିଶ୍ରଣରେ ସେନ୍‌ସେକ୍ସ ଶବ୍ଦର ଉତ୍ପତ୍ତି ହୋଇଥିଲା। ଆରମ୍ଭ ପରଠାରୁ ସେନ୍‌ସେକ୍ସ ବଜାର ପୁଞ୍ଜୀକରଣକୁ ଆଧାରକରି ହିସାବ ହେଉଥିବା ବେଳେ ୨୦୦୩ ସେପ୍ଟେମ୍ବର ପରଠାରୁ ଫ୍ରିଫ୍ଲୋଟ୍‌ କ୍ୟାପିଟାଲାଇଜେଶନ ମେଥଡ ଆଧାରରେ ହିସାବ କରାଯାଉଛି।
ପ୍ରମୁଖ ସଫଳତା
୧୯୯୧ରେ ଭାରତ ଏୟାର ଅର୍ଥ ବ୍ୟବସ୍ଥା ସାରା ବିଶ୍ୱ ଲାଗି ଖୋଲିବା ପରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଅନେକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେଲା। ୨୦୦୦ ମସିହା ପୂର୍ବରୁ ସେନ୍‌ସେକ୍ସ ୫ ହଜାର ପଏଣ୍ଟ ସ୍ତରରେ ଥିବା ବେଳେ ୨୦୨୧ ଜାନୁୟାରୀରେ ଏହା ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ୨୦୧୪ ମେ ମାସରେ ଏନ୍‌ଡିଏ ଶାସନ କ୍ଷମତାକୁ ଆସିବା ପରେ ସେନ୍‌ସେକ୍ସ ୨୫ ହଜାର ସ୍ତର ଟପିଥିଲା। ୩୫ ହଜାର ସ୍ତର ଛୁଇଁବାକୁ ବଜାରକୁ ୪ ବର୍ଷ ସମୟ ଲାଗିଗଲା। ମୋଦି ପୁଣି ଥରେ କ୍ଷମତାକୁ ଫେରିବା ପରେ ସେନ୍‌ସେକ୍ସ ୪୦ ହଜାର ପଏଣ୍ଟ ଟପିଲା। ମୋଦି କ୍ଷମତାକୁ ଆସିବା ବେଳେ ୨୫ ହଜାର ପଏଣ୍ଟରେ ଥିବା ସେନ୍‌ସେକ୍ସ ଏବେ ୫୦ ହଜାର ପଏଣ୍ଟ ଛୁଇଁଛି।
୪୫ରୁ ୫୦ ହଜାର ପଏଣ୍ଟକୁ ଯାତ୍ରା- ଚଳିତ ବର୍ଷ ୭ଟି ସେସନରେ ସେନ୍‌ସେକ୍ସ ୧୫୦୦ ପଏଣ୍ଟ ଯୋଡ଼ିପାରିଛି। ବିଦେଶୀ ପୁଞ୍ଜିନିବେଶକଙ୍କ ନିବେଶ ବଢ଼ିବା ଯୋଗୁ ଏହା ୪୮ ହଜାର ପଏଣ୍ଟକୁ ପଛରେ ପକାଇ ଦେଇଛି।
ବଜାର ଉପରେ କୋଭିଡ୍‌ ପ୍ରଭାବ- କୋଭିଡ୍‌ ଯୋଗୁ ବଜାର ମାର୍ଚ୍ଚରେ ଖସିଯାଇଥିଲା। ହେଲେ ପରେ ସରକାରଙ୍କ ପକ୍ଷରୁ ଆର୍ଥତ୍କ ପ୍ୟାକେଜ ଘୋଷଣା ହେବା ପରେ ବଜାରରେ କାରବାର ଉନ୍ନତ ରହିଛି। କାରବାର ଖସିବା ପରେ ସେନ୍‌ସେକ୍ସ ୧୦ ମାସ ମଧ୍ୟରେ ୫୧ % ପ୍ରତ୍ୟାବର୍ତ୍ତନ କରିଛି। କୋଭିଡ୍‌ ସମୟରେ ଷ୍ଟକ୍‌ ବଜାରର ଲାଭ କ୍ଷତି ତୁଳନାରେ ଅଧିକ। କୋଭିଡ୍‌ ଚାପରୁ ବାହାରିବା ପରେ ବଜାର ନୂଆ ରେକର୍ଡ ସ୍ତର ଛୁଇଁଛି। ମୋଟାମୋଟି ଭାବେ ସେନ୍‌ସେକ୍ସ ୧୫.୭% ବଢ଼ିଥିବା ବେଳେ ନିଫ୍ଟି ୧୪.୯% ବଢିଛି। ଏହି ସମୟରେ ଆଇଟି ଏବଂ ଫାର୍ମା ଷ୍ଟକ୍‌ କାରବାର ସବୁଠାରୁ ଭଲ ରହିଛି। ବିଶ୍ୱ ସ୍ତରର ଷ୍ଟକ୍‌ ବଜାରଗୁଡିକୁ ଧ୍ୟାନରେ ରଖିଲେ ସେନ୍‌ସେକ୍ସ ୮୦% ଏବଂ ନାସ୍‌ଦାକ ୮୬% ସୁଧାର ହୋଇଛି।
ଅର୍ଥ ବ୍ୟବସ୍ଥାର ଅନ୍ୟ ଦିଗ
୧୯୯୦ ପରଠାରୁ ଭାରତର ମୁଣ୍ଡ ପିଛା ଆୟରେ ସ୍ଥିର ବୃଦ୍ଧି ପରିଲକ୍ଷିତ ହୋଇଛି। ଆର୍ଥତ୍କ ଅଭିବୃଦ୍ଧି ପ୍ରଭାବିତ ହୋଇ ରହିଥିବା ବେଳେ ସେନ୍‌ସେକ୍ସରେ ବୃଦ୍ଧି ସହ ଏହା ଗତି କରିପାରିନାହିଁ। ଗତ ୪ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ସେନ୍‌ସେକ୍ସ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି।
ବଜାର ପୁଞ୍ଜୀକରଣ ୨୦୦ ଲକ୍ଷ କୋଟି ନିକଟତର
ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ପ୍ରାୟ ୨୦୦ ଲକ୍ଷ କୋଟି ଟଙ୍କା ନିକଟତର ହୋଇଛି।
ସମୟ- ସଫଳତା
୧୮୭୫- ଶେୟାର ଏବଂ ଷ୍ଟକ୍‌ ବ୍ରୋକର ଆସୋସିଏଶନର ୩୧୮ ସଦସ୍ୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସ୍ଥାପନା ଲାଗି ଉଦ୍ୟମ କରିଥିଲେ।
୧୯୫୬- ଭାରତର ପ୍ରଥମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ ସ୍ବୀକୃତି, ସିକ୍ୟୁରିଟିଜ କଣ୍ଟ୍ରାକ୍ଟ(ରେଗୁଲେଶନ) ଆଇନ ପାସ୍‌।
୧୯୭୭- ରିଲାଏନ୍ସ ଆଇପିଓ ଲଞ୍ଚ। ଏହାପରଠାରୁ ରିଲାଏନ୍ସର ସଫଳତା ଯାତ୍ରା ଅବ୍ୟାହତ।
୧୯୮୬ ଜାନୁୟାରୀ- ୩୦-ସ୍କ୍ରିପ୍‌ ଫ୍ରିଫ୍ଲୋଟ ବିଏସ୍‌ଇ ଇଣ୍ଡେକ୍ସ ଆରମ୍ଭ।
୧୯୯୦- ଦେଶର ପ୍ରଥମ ଇଲେକ୍‌ଟ୍ରୋନିକ ଏକ୍ସଚେଞ୍ଜ ଓଭର ଦ କାଉଣ୍ଟର ଏକ୍ସଚେଞ୍ଜ ଇଣ୍ଡିଆ (ଓଟିସିଇଆଇ)।
ଏପ୍ରିଲ ୧୯୯୨- ହର୍ଷଦ ମେହେଟ୍ଟା ସ୍କାମ୍‌ ଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୧୨.୭୭% ଖସିଲା।
୧୯୯୩- ଇନ୍‌ଫୋସିସ୍‌ର ବଜାର ପ୍ରବେଶ, ଆଇଟି କ୍ଷେତ୍ର ଶେୟାର ଲାଗି ବିଶ୍ୱାସ ବଢ଼ାଇଲା।
୧୯୯୪- ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର କାର୍ଯ୍ୟାରମ୍ଭ (ହୋଲ୍‌ସେଲ ଡେଟ୍‌ ଏବଂ ଇକ୍ୱିଟି ବଜାର ଲାଇଭ ହେଲା)।
୧୯୯୫- ବିଏସ୍‌ଇରେ ବୋଲ୍ଟ ନାମକ ଅନ୍‌ଲାଇନ ଟ୍ରେଡିଂ ଆରମ୍ଭ
୧୯୯୬- ନ୍ୟାଶନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ୍‌ ସ୍ଥାପନା।
୨୦୦୪ ମେ ୧୭- ୧୫.୫୨% ଖସିଲା ସେନ୍‌ସେକ୍ସ, କଂଗ୍ରେସ ଲୋକସଭା ନିର୍ବାଚନ ଜିତିଲା।
୨୦୦୮ ଜାନୁୟାରୀ ୨୧- କଳା ସୋମବାର, ବିଏସ୍‌ଇରେ ୧୪୦୮ ପଏଣ୍ଟ ହ୍ରାସ, ନିବେଶକଙ୍କ ସମ୍ପତ୍ତିରେ ସର୍ବାଧିକ ହ୍ରାସ।
୨୦୧୬ ନଭେମ୍ବର ୯- ଭାରତୀୟ ଟଙ୍କାର ବିମୁଦ୍ରୀକରଣ ପ୍ରଭାବ, ୧୬୮୯ ପଏଣ୍ଟ ଖସିଲା ସେନ୍‌ସେକ୍ସ।
୨୦୨୦ ଫେବୃୟାରୀ ୨୮- କୋଭିଡ୍‌ ଯୋଗୁ ୧୪୮୪ ପଏଣ୍ଟ ଖସିଲା ସେନ୍‌ସେକ୍ସ।
୨୦୨୦ ମାର୍ଚ୍ଚ ୨୩- ସାରା ଦେଶରେ ଲକ୍‌ଡାଉନ ଘୋଷଣା ଯୋଗୁ ୩୯୩୫ ପଏଣ୍ଟ (୧୩.୧୫%) ଖସିଲା ସେନ୍‌ସେକ୍ସ ।
୨୦୨୧ ଜାନୁୟାରୀ ୨୧- ୫୦ ହଜାର ସ୍ତର ଛୁଇଁଲା ସେନ୍‌ସେକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri