ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭ ପଏଣ୍ଟ ହ୍ରାସ ହୋଇ ଏହା ୪୯,୬୨୫ ପଏଣ୍ଟ ଏବଂ ନିଫ୍ଟିରେ ୫୪ ପଏଣ୍ଟ ହ୍ରାସ ଘଟି ୧୪,୫୯୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। କୋଭିଡ୍‌ ଯୋଗୁ ବଜାର ମାର୍ଚ୍ଚ ୨୦୧୯ରେ ରେକର୍ଡ ନିମ୍ନକୁ ଖସିଥିଲା। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ମହାମାରୀ ସତ୍ତ୍ୱେ ଭଲ କାରବାର କରିଛନ୍ତି। ସେନ୍‌ସେକ୍ସ ପ୍ରାୟ ୧୬% ବଢ଼ିଥିବା ନଜରକୁ ଆସିଛି। ସାଧାରଣ ବଜେଟ-୨୦୨୧ ଆସୁଥିବା ବେଳେ ଭାରତୀୟ ପୁଞ୍ଜିବଜାରରେ ଏହା ରେକର୍ଡ ସ୍ତର। ଆସନ୍ତୁ, ସେନ୍‌ସେକ୍ସ ସମ୍ପର୍କିତ କିଛି ରୋଚକ ତଥ୍ୟ ଏବଂ ସଫଳତା ଉପରେ ନଜର ପକାଇବା….
କେମିତି ଆରମ୍ଭ ହୋଇଥିଲା ଯାତ୍ରା- ସେନ୍‌ସେକ୍ସ ଭାରତରୁ ସବୁଠୁ ପୁରୁଣା ଷ୍ଟକ୍‌ ଏକ୍ସଚେଞ୍ଜ। ଏହା ୧୯୮୬ରେ ଆରମ୍ଭ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ଏଥିରେ ୩୦ ବୃହତ୍‌ ଏବଂ ସବୁଠାରୁ ଭଲ କାରବାର କରୁଥିବା ଷ୍ଟକ୍‌ ରହିଛି। ଏହି ସୂଚକାଙ୍କ ବେସ୍‌ ପ୍ରାଇସ ୧୦୦ରେ (ମୂଳ ବର୍ଷ ୧୯୭୮-୭୯)ରେ ଆରମ୍ଭ ହୋଇଥିଲା। ଷ୍ଟକ୍‌ ବଜାର ଆନାଲିଷ୍ଟ ଦୀପକ ମୋହନି ସେନ୍‌ସେକ୍ସ ଶବ୍ଦକୁ ଆଣିଥିଲେ। ସେନ୍‌ସିଟିଭ ଏବଂ ଇଣ୍ଡେକ୍ସ ଶବ୍ଦର ମିଶ୍ରଣରେ ସେନ୍‌ସେକ୍ସ ଶବ୍ଦର ଉତ୍ପତ୍ତି ହୋଇଥିଲା। ଆରମ୍ଭ ପରଠାରୁ ସେନ୍‌ସେକ୍ସ ବଜାର ପୁଞ୍ଜୀକରଣକୁ ଆଧାରକରି ହିସାବ ହେଉଥିବା ବେଳେ ୨୦୦୩ ସେପ୍ଟେମ୍ବର ପରଠାରୁ ଫ୍ରିଫ୍ଲୋଟ୍‌ କ୍ୟାପିଟାଲାଇଜେଶନ ମେଥଡ ଆଧାରରେ ହିସାବ କରାଯାଉଛି।
ପ୍ରମୁଖ ସଫଳତା
୧୯୯୧ରେ ଭାରତ ଏୟାର ଅର୍ଥ ବ୍ୟବସ୍ଥା ସାରା ବିଶ୍ୱ ଲାଗି ଖୋଲିବା ପରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଅନେକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେଲା। ୨୦୦୦ ମସିହା ପୂର୍ବରୁ ସେନ୍‌ସେକ୍ସ ୫ ହଜାର ପଏଣ୍ଟ ସ୍ତରରେ ଥିବା ବେଳେ ୨୦୨୧ ଜାନୁୟାରୀରେ ଏହା ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ୨୦୧୪ ମେ ମାସରେ ଏନ୍‌ଡିଏ ଶାସନ କ୍ଷମତାକୁ ଆସିବା ପରେ ସେନ୍‌ସେକ୍ସ ୨୫ ହଜାର ସ୍ତର ଟପିଥିଲା। ୩୫ ହଜାର ସ୍ତର ଛୁଇଁବାକୁ ବଜାରକୁ ୪ ବର୍ଷ ସମୟ ଲାଗିଗଲା। ମୋଦି ପୁଣି ଥରେ କ୍ଷମତାକୁ ଫେରିବା ପରେ ସେନ୍‌ସେକ୍ସ ୪୦ ହଜାର ପଏଣ୍ଟ ଟପିଲା। ମୋଦି କ୍ଷମତାକୁ ଆସିବା ବେଳେ ୨୫ ହଜାର ପଏଣ୍ଟରେ ଥିବା ସେନ୍‌ସେକ୍ସ ଏବେ ୫୦ ହଜାର ପଏଣ୍ଟ ଛୁଇଁଛି।
୪୫ରୁ ୫୦ ହଜାର ପଏଣ୍ଟକୁ ଯାତ୍ରା- ଚଳିତ ବର୍ଷ ୭ଟି ସେସନରେ ସେନ୍‌ସେକ୍ସ ୧୫୦୦ ପଏଣ୍ଟ ଯୋଡ଼ିପାରିଛି। ବିଦେଶୀ ପୁଞ୍ଜିନିବେଶକଙ୍କ ନିବେଶ ବଢ଼ିବା ଯୋଗୁ ଏହା ୪୮ ହଜାର ପଏଣ୍ଟକୁ ପଛରେ ପକାଇ ଦେଇଛି।
ବଜାର ଉପରେ କୋଭିଡ୍‌ ପ୍ରଭାବ- କୋଭିଡ୍‌ ଯୋଗୁ ବଜାର ମାର୍ଚ୍ଚରେ ଖସିଯାଇଥିଲା। ହେଲେ ପରେ ସରକାରଙ୍କ ପକ୍ଷରୁ ଆର୍ଥତ୍କ ପ୍ୟାକେଜ ଘୋଷଣା ହେବା ପରେ ବଜାରରେ କାରବାର ଉନ୍ନତ ରହିଛି। କାରବାର ଖସିବା ପରେ ସେନ୍‌ସେକ୍ସ ୧୦ ମାସ ମଧ୍ୟରେ ୫୧ % ପ୍ରତ୍ୟାବର୍ତ୍ତନ କରିଛି। କୋଭିଡ୍‌ ସମୟରେ ଷ୍ଟକ୍‌ ବଜାରର ଲାଭ କ୍ଷତି ତୁଳନାରେ ଅଧିକ। କୋଭିଡ୍‌ ଚାପରୁ ବାହାରିବା ପରେ ବଜାର ନୂଆ ରେକର୍ଡ ସ୍ତର ଛୁଇଁଛି। ମୋଟାମୋଟି ଭାବେ ସେନ୍‌ସେକ୍ସ ୧୫.୭% ବଢ଼ିଥିବା ବେଳେ ନିଫ୍ଟି ୧୪.୯% ବଢିଛି। ଏହି ସମୟରେ ଆଇଟି ଏବଂ ଫାର୍ମା ଷ୍ଟକ୍‌ କାରବାର ସବୁଠାରୁ ଭଲ ରହିଛି। ବିଶ୍ୱ ସ୍ତରର ଷ୍ଟକ୍‌ ବଜାରଗୁଡିକୁ ଧ୍ୟାନରେ ରଖିଲେ ସେନ୍‌ସେକ୍ସ ୮୦% ଏବଂ ନାସ୍‌ଦାକ ୮୬% ସୁଧାର ହୋଇଛି।
ଅର୍ଥ ବ୍ୟବସ୍ଥାର ଅନ୍ୟ ଦିଗ
୧୯୯୦ ପରଠାରୁ ଭାରତର ମୁଣ୍ଡ ପିଛା ଆୟରେ ସ୍ଥିର ବୃଦ୍ଧି ପରିଲକ୍ଷିତ ହୋଇଛି। ଆର୍ଥତ୍କ ଅଭିବୃଦ୍ଧି ପ୍ରଭାବିତ ହୋଇ ରହିଥିବା ବେଳେ ସେନ୍‌ସେକ୍ସରେ ବୃଦ୍ଧି ସହ ଏହା ଗତି କରିପାରିନାହିଁ। ଗତ ୪ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ସେନ୍‌ସେକ୍ସ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି।
ବଜାର ପୁଞ୍ଜୀକରଣ ୨୦୦ ଲକ୍ଷ କୋଟି ନିକଟତର
ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ପ୍ରାୟ ୨୦୦ ଲକ୍ଷ କୋଟି ଟଙ୍କା ନିକଟତର ହୋଇଛି।
ସମୟ- ସଫଳତା
୧୮୭୫- ଶେୟାର ଏବଂ ଷ୍ଟକ୍‌ ବ୍ରୋକର ଆସୋସିଏଶନର ୩୧୮ ସଦସ୍ୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସ୍ଥାପନା ଲାଗି ଉଦ୍ୟମ କରିଥିଲେ।
୧୯୫୬- ଭାରତର ପ୍ରଥମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ ସ୍ବୀକୃତି, ସିକ୍ୟୁରିଟିଜ କଣ୍ଟ୍ରାକ୍ଟ(ରେଗୁଲେଶନ) ଆଇନ ପାସ୍‌।
୧୯୭୭- ରିଲାଏନ୍ସ ଆଇପିଓ ଲଞ୍ଚ। ଏହାପରଠାରୁ ରିଲାଏନ୍ସର ସଫଳତା ଯାତ୍ରା ଅବ୍ୟାହତ।
୧୯୮୬ ଜାନୁୟାରୀ- ୩୦-ସ୍କ୍ରିପ୍‌ ଫ୍ରିଫ୍ଲୋଟ ବିଏସ୍‌ଇ ଇଣ୍ଡେକ୍ସ ଆରମ୍ଭ।
୧୯୯୦- ଦେଶର ପ୍ରଥମ ଇଲେକ୍‌ଟ୍ରୋନିକ ଏକ୍ସଚେଞ୍ଜ ଓଭର ଦ କାଉଣ୍ଟର ଏକ୍ସଚେଞ୍ଜ ଇଣ୍ଡିଆ (ଓଟିସିଇଆଇ)।
ଏପ୍ରିଲ ୧୯୯୨- ହର୍ଷଦ ମେହେଟ୍ଟା ସ୍କାମ୍‌ ଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୧୨.୭୭% ଖସିଲା।
୧୯୯୩- ଇନ୍‌ଫୋସିସ୍‌ର ବଜାର ପ୍ରବେଶ, ଆଇଟି କ୍ଷେତ୍ର ଶେୟାର ଲାଗି ବିଶ୍ୱାସ ବଢ଼ାଇଲା।
୧୯୯୪- ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର କାର୍ଯ୍ୟାରମ୍ଭ (ହୋଲ୍‌ସେଲ ଡେଟ୍‌ ଏବଂ ଇକ୍ୱିଟି ବଜାର ଲାଇଭ ହେଲା)।
୧୯୯୫- ବିଏସ୍‌ଇରେ ବୋଲ୍ଟ ନାମକ ଅନ୍‌ଲାଇନ ଟ୍ରେଡିଂ ଆରମ୍ଭ
୧୯୯୬- ନ୍ୟାଶନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ୍‌ ସ୍ଥାପନା।
୨୦୦୪ ମେ ୧୭- ୧୫.୫୨% ଖସିଲା ସେନ୍‌ସେକ୍ସ, କଂଗ୍ରେସ ଲୋକସଭା ନିର୍ବାଚନ ଜିତିଲା।
୨୦୦୮ ଜାନୁୟାରୀ ୨୧- କଳା ସୋମବାର, ବିଏସ୍‌ଇରେ ୧୪୦୮ ପଏଣ୍ଟ ହ୍ରାସ, ନିବେଶକଙ୍କ ସମ୍ପତ୍ତିରେ ସର୍ବାଧିକ ହ୍ରାସ।
୨୦୧୬ ନଭେମ୍ବର ୯- ଭାରତୀୟ ଟଙ୍କାର ବିମୁଦ୍ରୀକରଣ ପ୍ରଭାବ, ୧୬୮୯ ପଏଣ୍ଟ ଖସିଲା ସେନ୍‌ସେକ୍ସ।
୨୦୨୦ ଫେବୃୟାରୀ ୨୮- କୋଭିଡ୍‌ ଯୋଗୁ ୧୪୮୪ ପଏଣ୍ଟ ଖସିଲା ସେନ୍‌ସେକ୍ସ।
୨୦୨୦ ମାର୍ଚ୍ଚ ୨୩- ସାରା ଦେଶରେ ଲକ୍‌ଡାଉନ ଘୋଷଣା ଯୋଗୁ ୩୯୩୫ ପଏଣ୍ଟ (୧୩.୧୫%) ଖସିଲା ସେନ୍‌ସେକ୍ସ ।
୨୦୨୧ ଜାନୁୟାରୀ ୨୧- ୫୦ ହଜାର ସ୍ତର ଛୁଇଁଲା ସେନ୍‌ସେକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri