ପୁଞ୍ଜିବଜାରରେ ଐତିହାସିକ ରେକର୍ଡ;୫୦ ହଜାର ପଏଣ୍ଟ ସ୍ତର ଛୁଇଁଲା ସେନ୍‌ସେକ୍ସ

 

ମୁମ୍ବାଇ: ଭାରତୀୟ ପୁଞ୍ଜିବଜାର ଗୁରୁବାର ଐତିହାସିକ ରେକର୍ଡ ସ୍ତର ଛୁଇଁବାକୁ ସକ୍ଷମ ହୋଇଛି। ଦିନର କାରବାରରେ ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ଛୁଇଁଥିଲା। ହେଲେ କାରବାର ଶେଷ ବେଳକୁ ଏହା ୧୬୭ ପଏଣ୍ଟ ଖସି ୪୯,୬୨୪.୭୬ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୫୪.୩୫ ପଏଣ୍ଟ ବା ୦.୩୭% ଖସିବା ଯୋଗୁ ଏହା ୧୪,୫୯୦.୩୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ସବୁଠାରୁ ଭଲ କାରବାର କରିଥିବା ଶେୟାର ମଧ୍ୟରେ ଓଏନ୍‌ଜିସି ରହିଛି। ଏଥିରେ ପ୍ରାୟ ୪% ବୃଦ୍ଧି ପରିଲକ୍ଷିତ ହୋଇଛି। ସେହିଭଳି ଭାରତୀ ଏୟାରଟେଲ, ଏସ୍‌ବିଆଇ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ଏନ୍‌ଟିପିସି, ସନ୍‌ଫାର୍ମା ଏବଂ ଆଇଟିସିର କାରବାର ମଧ୍ୟ ଉନ୍ନତ ରହିଛି। ଭଲ କାରବାର ହାସଲ କରିଥିବା ଅନ୍ୟ ଶେୟାର ମଧ୍ୟରେ ବଜାଜ ଫିନ୍‌ସର୍ଭ, ବଜାଜ ଅଟୋ, ରିଲାଏନ୍ସ ଏବଂ ଏସିଆନ ପେଣ୍ଟସ ଭଳି କମ୍ପାନୀ ରହିଛନ୍ତି।
ଏହି ସମୟରେ ଟଙ୍କା ୬ ପଇସା ଦୃଢ଼ ହେବା ଯୋଗୁ ୫ ମାସର ସର୍ବୋଚ୍ଚ ସ୍ତର ୭୨.୯୯ ଟଙ୍କା ରହିଛି। ଏସିଆର ଅନ୍ୟ ପ୍ରମୁଖ ଶେୟାର ବଜାର ଯଥା ସାଂଘାଇ, ସିିଓଲ ଏବଂ ଟୋକିଓରେ ଶେୟାର କାରବାର ଭଲ ରହିଛି। କେବଳ ହଂକଂ ଶେୟାର ବଜାରରେ କାରବାର ନିମ୍ନରେ ରହିଛି। ୟୁରୋପର ଶେୟାର ବଜାରରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ଭାରତୀୟ ପୁଞ୍ଜିବଜାରରେ ପ୍ରଫିଟ ବୁକିଂ ଯୋଗୁ କାରବାର ଶେଷ ବେଳକୁ ବଜାର ନିମ୍ନରେ ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହା ଭାରତୀୟ ଶେୟାର ବଜାର ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା। ଫଳରେ ସେନ୍‌ସେକ୍ସ ୫୦ହଜାର ସ୍ତର ଟପିଯାଇଥିଲା। ଗୁରୁବାର ଭାରତୀୟ ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ୨୨୮୯ କୋଟି ଟଙ୍କା ନିବେଶ କରିଛନ୍ତି। ବୁଧବାର କାରବାର ଭଲ ରହିଥିବା, ଶୁକ୍ରବାର କାରବାର ବଢିବାରୁ ନିବେଶକଙ୍କୁ ୧.୬୫ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବଜାର ପୁଞ୍ଜୀକରଣ ୧୯୭.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। କାରବାର ଉନ୍ନତ ରହିଲେ ସେନ୍‌ସେକ୍ସ ୫୦ ହଜାର ଟପିବା ନେଇ ବଜାର ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri