ଯଦି ଆପଣ Jioର ସିମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ତାହାର ଗ୍ରାହକମାନଙ୍କ ପାଇଁ ’Happy New Year 2.0’ ଅଫର୍ ଆଣିଛି। ଏଥିରେ ୩୯୯ ଟଙ୍କା ଏବଂ ୩,୯୯୯ ଟଙ୍କାର ନୂଆ ରିଚାର୍ଜ ପ୍ଲାନ ସହିତ ୧୫ ଟଙ୍କାରୁ ଆରମ୍ଭ ହେଉଥିବା ଅସୀମିତ 5G ଡାଟା ଭାଉଚର୍ ମଧ୍ୟ ସାମିଲ ରହିଛି। ବିଶେଷ କଥା ହେଉଛି ଯେ ଏହି ପ୍ଲାନ୍ଗୁଡ଼ିକରେ କଲିଂ ଏବଂ ଡାଟା ସହିତ Canva Pro, JioHotstar ଏବଂ FanCode ଭଳି ଅନେକ ଅତିରିକ୍ତ ସୁବିଧା ମଧ୍ୟ ମିଳୁଛି। ଏଭଳି ପରିସ୍ଥିତିରେ କମ ଦାମରେ ଅଧିକ ସୁବିଧା ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହି ପ୍ଲାନ୍ଗୁଡ଼ିକ ବେଶ ଉପଯୋଗୀ ହୋଇପାରେ।
Jioର ୩୯୯ ଟଙ୍କିଆ ପ୍ଲାନ ସେହି ଗ୍ରାହକମାନଙ୍କ ପାଇଁ, ଯେଉଁମାନେ କମ ମୂଲ୍ୟରେ ଅଧିକ ସୁବିଧା ଚାହୁଁଛନ୍ତି। ଏହି ରିଚାର୍ଜରେ ୨୮ ଦିନର ବୈଧତା ମିଳୁଛି। ଏଥିସହିତ ଅସୀମିତ ଭଏସ କଲିଂ, ପ୍ରତିଦିନ ୧୦୦ SMS ଏବଂ ଅସୀମିତ 4G ଓ 5G ଡାଟାର ସୁବିଧା ଦିଆଯାଉଛି।
ଏହି ପ୍ଲାନର ବିଶେଷତ୍ୱ ହେଉଛି ଏଥିସହିତ ମିଳୁଥିବା ଅତିରିକ୍ତ ସୁବିଧା (Extra Benefits)। କମ୍ପାନୀ ଏଥିରେ ୧୨ ମାସ ପାଇଁ Canva Proର ମାଗଣା ସବସ୍କ୍ରିପସନ ଦେଉଛି, ଯାହାର ମୂଳ ଦାମ ୪,୦୦୦ ଟଙ୍କା ବୋଲି କୁହାଯାଇଛି। ଏହା ବ୍ୟତୀତ JioHotstar Mobile + Hollywood ଏବଂ JioGamesର ଆକ୍ସେସ ମଧ୍ୟ ମିଳୁଛି। ୟୁଜର୍ସଙ୍କୁ 50GB JioAICloud ଷ୍ଟୋରେଜ ସହିତ JustDial Lite, ହାଇପରଲୋକାଲ କୁପନ୍ସ ଏବଂ ଡିଜିଟାଲ ଡାଏରୀ ଭଳି ସୁବିଧା ମଧ୍ୟ ମିଳିବ।
ଯେଉଁ ଲୋକମାନେ ପ୍ରତି ମାସରେ ରିଚାର୍ଜ କରିବାରୁ ବଞ୍ଚିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ Jioର ୩,୯୯୯ ଟଙ୍କିଆ ପ୍ଲାନ ଏକ ଭଲ ବିକଳ୍ପ ହୋଇପାରେ। ଏହି ପ୍ଲାନ୍ରେ ୩୬୫ ଦିନ ଅର୍ଥାତ୍ ପୂରା ଏକ ବର୍ଷର ବୈଧତା ମିଳୁଛି। ଏଥିରେ ପ୍ରତିଦିନ ୧୦୦ SMS, ଅସୀମିତ ଭଏସ କଲିଂ ଏବଂ ଅସୀମିତ 4G ଓ 5G ଡାଟାର ସୁବିଧା ଦିଆଯାଉଛି।
ଅତିରିକ୍ତ ସୁବିଧା କଥା କହିଲେ, ଏହି ପ୍ଲାନ ସହିତ ୧,୫୯୦ ଟଙ୍କା ମୂଲ୍ୟର Canva Pro Lite ସବସ୍କ୍ରିପସନ ମାଗଣା ମିଳୁଛି। ଏହା ବ୍ୟତୀତ JioHotstar Mobile + Hollywood ଏବଂ ଖେଳ ଦେଖିବା ପାଇଁ FanCodeର ମାଗଣା ଆକ୍ସେସ ଦିଆଯାଉଛି। ଫାଇଲ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସେଭ କରିବା ପାଇଁ ୟୁଜର୍ସଙ୍କୁ 50GB JioAICloud ଷ୍ଟୋରେଜ ମଧ୍ୟ ମିଳିବ।
Jio ସେହି ଗ୍ରାହକମାନଙ୍କ ପାଇଁ ମଧ୍ୟ ନୂଆ ଡାଟା ଭାଉଚର୍ ଆଣିଛି, ଯେଉଁମାନଙ୍କର ଦୈନିକ ମିଳୁଥିବା ଇଣ୍ଟରନେଟ ଡାଟା ଶୀଘ୍ର ସରିଯାଏ। କମ୍ପାନୀର ନୂଆ ଆଡ-ଅନ ପ୍ୟାକ ମାତ୍ର ୧୫ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧୫ରୁ ୨୫ ଟଙ୍କା ମଧ୍ୟରେ ଦୁଇଟି ଭାଉଚର୍ ସାମିଲ ରହିଛି।
Jio ସେହି ଗ୍ରାହକମାନଙ୍କ ପାଇଁ ମଧ୍ୟ ନୂଆ ଡାଟା ଭାଉଚର୍ ଆଣିଛି, ଯେଉଁମାନଙ୍କର ଦୈନିକ ମିଳୁଥିବା ଇଣ୍ଟରନେଟ ଡାଟା ଶୀଘ୍ର ସରିଯାଏ। କମ୍ପାନୀର ନୂଆ ଆଡ-ଅନ ପ୍ୟାକ ମାତ୍ର ୧୫ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧୫ ଏବଂ ୨୫ ଟଙ୍କାର ଦୁଇଟି ଭାଉଚର୍ ସାମିଲ ରହିଛି। ଏହି ଦୁଇଟିରେ ଟ୍ରୁଲି ଅସୀମିତ (Truly Unlimited) 5G ଡାଟାର ସୁବିଧା ମିଳୁଛି।
Jioର ୧୫ ଟଙ୍କିଆ ଡାଟା ଭାଉଚରର ବୈଧତା ୧ ଦିନ ହୋଇଥିବା ବେଳେ ୨୫ ଟଙ୍କିଆ ଭାଉଚର୍ରେ ୨ ଦିନର ବୈଧତା ମିଳୁଛି। ଏହି ଦୁଇଟି ପ୍ୟାକ୍ର ବିଶେଷତ୍ୱ ହେଉଛି ଯେ ଏଥିରେ ଡାଟା ଡାଉନଲୋଡ କିମ୍ୱା ବ୍ୟବହାର କରିବାର କୌଣସି ର୍ନିଦ୍ଧାରିତ ସୀମା ନାହିଁ। ଏଥିସହିତ ସ୍ପିଡ ଉପରେ ମଧ୍ୟ କୌଣସି ଅଲଗା ସୀମା ରଖାଯାଇ ନାହିଁ। ଅର୍ଥାତ୍ ଯୋଗ୍ୟ 5G ନେଟୱର୍କ ଏବଂ ଡିଭାଇସ ଥିଲେ ୟୁଜର୍ସ ବିନା ଡାଟା ସୀମାର ଚିନ୍ତାରେ ଇଣ୍ଟରନେଟ ବ୍ୟବହାର କରିପାରିବେ।
Jio ୫୦ ଟଙ୍କାର ଏକ ସୱତନ୍ତ୍ର ନାଇଟ ଡାଟା ଭାଉଚର୍ ମଧ୍ୟ ଆଣିଛି। ଏହାର ବୈଧତା ୨୮ ଦିନ ରହିଛି। ଏହି ପ୍ୟାକ ଅଧୀନରେ ୟୁଜର୍ସଙ୍କୁ ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅସୀମିତ 4G ଏବଂ 5G ଡାଟାର ସୁବିଧା ମିଳିବ। ଏହି ଭାଉଚର୍ ସେହି ଲୋକମାନଙ୍କ କାମରେ ଆସିପାରେ, ଯେଉଁମାନେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟବହାର କରନ୍ତି, ଅନଲାଇନ କାମ କରନ୍ତି କିମ୍ୱା ଫିଲ୍ମ ଓ ୱେବ ସିରିଜ ଦେଖିବାକୁ ପସନ୍ଦ କରନ୍ତି।

