୪ ଜୁଲାଇରେ ଖୋଲିବ ସେନ୍‌କୋ ଗୋଲ୍ଡର ଆଇପିଓ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଆଇପିଓ ୨୦୨୩ ଜୁଲାଇ ୪ରେ ଖୋଲିବ ବୋଲି ସେନ୍‌କୋ ଗୋଲ୍ଡ ପକ୍ଷରୁ ସୂଚନା ଦିଆଯାଇଛି, ଯେଉଁଥିରେ ୪୦୫ କୋଟି ଟଙ୍କାର ଇକ୍ୱିଟି ଶେୟାର ସାମିଲ ରହିଛି। ଏଥିରେ ୨୭୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରାଯିବ ଏବଂ ଏସ୍‌ଏଆଇଏଫ୍‌ ପାର୍ଟନର୍ସ ଇଣ୍ଡିଆ ୪ ଲିମିଟେଡ୍‌ ୧୩୫ କୋଟି ଟଙ୍କାର ଇକ୍ୱିଟି ଶେୟାର ଅଫର ଫର ସେଲ୍‌ ପାଇଁ ଉପଲବ୍ଧ କରିବେ। ଆଙ୍କର ନିବେଶକମାନେ ୨୦୨୩ ଜୁଲାଇ ୪ରେ ବିଡ୍‌ ଦାଖଲ କରିପାରିବେ। ଏହି ଅଫର ୨୦୨୩ ଜୁଲାଇ ୬ ରେ ବନ୍ଦ ହେବ। ଏହି ଅଫରର ଇକ୍ୱିଟି ଶେୟାର ପିଛା ମୂଲ୍ୟ ୩୦୧ ଟଙ୍କାରୁ ୩୧୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୪୭ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିପାରିବେ ଏବଂ ଏହା ପରେ ୪୭ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ଶେୟାର ଯୋଡ଼ିପାରିବେ। ଏହି ଅଫରରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୧୯୬ କୋଟି ଟଙ୍କାକୁ କମ୍ପାନୀର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍‌ କାର୍ଯ୍ୟରେ ବ୍ୟବହାର କରାଯିବ। ଅପରପକ୍ଷରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍‌ ହେବ ନାହିଁ। ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦% ଆଙ୍କର ନିବେଶକଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ। ଯେଉଁଥିପାଇଁ ବିଆର୍‌ଏଲ୍‌ଏମ୍‌ ସହିତ ଆଲୋଚନା ହୋଇଛି। ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍‌ ଫଣ୍ଡ୍‌ ପାଇଁ ସଂରକ୍ଷିତ ରହିବ। ସେଥିପାଇଁ ଆବଶ୍ୟକ ସବ୍‌ସ୍କ୍ରିପ୍‌ସନ୍‌ ନ ମିଳିଲେ ଅବଶିଷ୍ଟ ଇକ୍ୱିଟି ଶେୟାରକୁ ନେଟ୍‌ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ। ନେଟ୍‌ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍‌ ଫଣ୍ଡ୍‌ମାନଙ୍କ ପାଇଁ ରହିବ। ନିଟ୍‌ ଇସ୍ୟୁର ୧୫% ଅଣ ସଂସ୍ଥାଗତ ବିଡରମାନଙ୍କ ଲାଗି ରହିବ। ତାହାର ୧୦% ରିଟେଲ୍‌ ନିବେଶକମାନଙ୍କ ପାଇଁ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri