Posted inଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): କ୍ଲବ-୭୩ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ସତ୍ୟବ୍ରତ ମହାପାତ୍ର ସ୍ମାରକୀ ଅଲ୍‌ ଓଡ଼ିଶା ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୨ଟି ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଛି। ଗୁରୁବାର ପ୍ରଥମ ସେମିଫାଇନାଲରେ କିଶୋର କ୍ଲବ-ସନ୍‌ରାଇଜ୍‌ କ୍ଲବ ଏବଂ ଦ୍ୱିତୀୟ ସେମିରେ ରାଇଜିଂ ଷ୍ଟୁଡେଣ୍ଟ ଓ ଇଣ୍ଡିପେଣ୍ଡଣ୍ଟ କ୍ଲବ ମଧ୍ୟରେ ମୁକାବିଲା ହେବ। ଦିବସର ପ୍ରଥମ ମ୍ୟାଚରେ କଟକର ଇଣ୍ଡିପେଣ୍ଡଣ୍ଟ କ୍ଲବ ବିଜୟୀ ହୋଇଛି। ଏହି ଦଳ ୨-୧ ଗୋଲରେ ଫୁଲବାଣୀ ଫୁଟବଲ ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମହମ୍ମଦ ଆଫ୍ରିଦୀ ୫ମ ଓ ବିକାଶ ପରିହାରି ୬୨ତମ ମିନିଟରେ ଏବଂ ପରାଜିତ ଦଳର ଲିଓନ ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଣ୍ଡିପେଣ୍ଡଣ୍ଟ କ୍ଲବର ବିକାଶ ପରିହାରୀ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସ୍ପୋଟର୍‌ସ ଏମ୍ପୋରିୟମ ଏମ୍‌ଡି ରୌନକ ଧୁପର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରେଫରି ଆଶୀର୍ବାଦ କାନୁନ୍‌ଗୋ, ପ୍ରଦୀପ୍ତ ନାୟକ, ସୁବ୍ରତ ପୁରୋହିତ ଓ ଅରୁଣ କୁମାର ନାୟକ ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ଚନ୍ଦ୍ର ମହାନ୍ତି ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। ଦିବସର ଦ୍ୱିତୀୟ ମ୍ୟାଚରେ କଟକର ସନ୍‌ରାଇଜ୍‌ କ୍ଲବ ୫-୧ ଗୋଲରେ ସମ୍ବଲପୁର ଫୁଟବଲ ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ବାପୁନି ବିନ୍ଧାଣୀ ୩୬ ଓ ୫୯ତମ ମିନିଟରେ ୨ଟି ଏବଂ ଇମାନୁଏଲ୍‌ ୧୭ଶ, ଆର୍ନୋଲ୍ଡ ୪୫ ଓ ଜିତୁ ମୁଦୁଲି ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସମ୍ବଲପୁର ଏକାଡେମୀର ରାଇସନ ମାରାଣ୍ଡି ୪୩ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ବାପୁନି ବିନ୍ଧାଣୀଙ୍କୁ ଅତିଥି ଶିଳ୍ପପତି ସନ୍ତୋଷ ମହାନ୍ତି ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?