Posted inଫୁରସତ

ମହାପ୍ରଭୁଙ୍କ କାମରେ ଆତ୍ମତୃପ୍ତି ମିଳେ: କବି ପୀତବାସ ରାଉତରାୟ

ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାରରେ ମନୋନିବେଶ କରି ଅନେକ ଭକ୍ତଙ୍କ ଅନୁଭବ ଓ ଅନୁଭୂତିକୁ ନେଇ ସେ ସ୍ବତନ୍ତ୍ର ଶୈଳୀରେ ରଚନା କରିଛନ୍ତି ଏକାଧିକ ପୁସ୍ତକ। ଯେଉଁ ପୁସ୍ତକର ନାଁ ଅ’ରୁ ଆରମ୍ଭ ହୁଏ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥାରୂଢ଼ ବେଳେ ତାଙ୍କ ନିକଟରେ ସେ ସେହି ପୁସ୍ତକକୁ ସମର୍ପଣ କରିଥାନ୍ତି। ଏହାଛଡା ତାଙ୍କର ରହିଛି ବିଭିନ୍ନ ସାହିତ୍ୟକୃତୀ, ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ଗାଳ୍ପିକ, କବି ପୀତବାସ ରାଉତରାୟ। ଜନ୍ମ ୧୯୫୨ ମସିହା ହେରାପଞ୍ଚମୀ ତିଥିରେ। ଘର ପୁରୀ ଜିଲା କୋଣାର୍କ ଅନ୍ତର୍ଗତ କରମଙ୍ଗା ଗ୍ରାମରେ। ବାପା ଭଗବାନ ଖଟୋଇ, ମା’ ପ୍ରଫୁଲ୍ଲ ଖଟୋଇ। ସେ କୁହନ୍ତି, ‘ ମୋ ଅଜା ଥିଲେ ଜଣେ ଜମିଦାର। ସେ ଶିକ୍ଷାକୁ ଯଥେଷ୍ଟ ମାନ୍ୟତା ଦେଉଥିଲେ। ତାଙ୍କରି ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା କୋଣାର୍କ ଉଚ୍ଚ ବିଦ୍ୟାଳୟ। ବାପା ଅଜାଙ୍କ ଘରକୁ ଘରଜ୍ୱାଇଁ ହୋଇ ଆସିଥିବାରୁ ଅଜାଙ୍କ ଘରେ ଆମେ ଭାଇ ଭଉଣୀ ବଢ଼ିଥିଲୁ। ବାପା ନହିର ସମବାୟ ବିଭାଗରେ ଚାକିରି କରିଥିଲେ। ପରେ ଭୁବନେଶ୍ୱର ଆସିଲେ। ସେତେବେଳେ ଘରକୁ ବିଭିନ୍ନ ଖବରକାଗଜ ଆସୁଥିଲା। ମୀନା ବଜାର ଓ ଇନ୍ଦ୍ରଧନୁରେ ପିଲାଙ୍କ ନିମନ୍ତେ ବିଭିନ୍ନ ଲେଖା ପ୍ରକାଶିତ ହେଉଥିବାରୁ ବାପା ସେସବୁକୁ ମୋ ପାଇଁ ଆଣୁଥିଲେ। ମୁଁ ସେସବୁ ପଢିବା ସହ ସେଇ ସମୟରୁ ଲେଖାଲେଖି ଆରମ୍ଭ କରିଥିଲି। ସେଥିରେ ମୋ ଲେଖା ପ୍ରକାଶିତ ହୋଇଥିଲା। ଏଥିଯୋଗୁ ବହୁତ ଉତ୍ସାହିତ ହୋଇପଡ଼ିଥିଲି। ସେବେଠାରୁ ଲେଖାଲେଖି ପ୍ରତି ରୁଚି ବଢ଼ିଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌.ଏ. ଏବଂ ଏମ୍‌.ଫିଲ୍‌. ସାରିବାପରେ କେନ୍ଦ୍ର ସରକାରଙ୍କ ଅଧୀନରେ ଦୁଇବର୍ଷ ପର୍ଯ୍ୟନ୍ତ ଏକ ଚାକିରିରେ ରହିଲି। ତା’ପରେ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆରେ ଦଶବର୍ଷ ଓ ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ରେ ପ୍ରାୟ ୨୭ବର୍ଷ ଚାକିରି କରିଥିଲି। ତେବେ ପ୍ରଭୁଶ୍ରୀ ଜଗନ୍ନାଥ ଓ ପୁରୀ ପ୍ରତି ମୋର ଆକର୍ଷଣ ପିଲାଟି ଦିନରୁ ରହି ଆସିଛି। ପ୍ରତିବର୍ଷ କାର୍ତ୍ତିକ ମାସରେ ବୋଉ ପୁରୀରେ ଯାଇ ରହୁଥିଲା। ଜଗନ୍ନାଥଙ୍କୁ ଦର୍ଶନ କରୁଥିଲା। ଏଥିପାଇଁ ମଝିରେ ମଝିରେ ବାପା ଭୁବନେଶ୍ୱରରୁ ପୁରୀକୁ ଆସୁଥିଲେ। ତାଙ୍କ ସହିତ ମୁଁ ବି ପୁରୀକୁ ଆସୁଥିଲି। ଏମିତିରେ ଅନ୍ୟ ସମୟରେ ମଧ୍ୟ ପୁରୀକୁ ଆସୁଥିଲୁ। ଥରେ ଜେଜେମା’ଙ୍କଠାରୁ ଶୁଣିଥିଲି ପିଲାଦିନେ ବାପା ବସନ୍ତରୋଗରେ ପୀଡ଼ିତ ହୋଇଥିଲେ। ଏହି ରୋଗରୁ ଆରୋଗ୍ୟ ନିମନ୍ତେ ଜେଜେମା’ ତାଙ୍କୁ କଦଳୀ ପତ୍ରରେ ଶୁଆଇ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। ଆଉ କହିଥିଲେ ପୁଅ ବଡ଼ ହେଲେ ପ୍ରତିବର୍ଷ ରଥଯାତ୍ରାରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରି ଭୋଗଲାଗି କରିବ। ସମୟକ୍ରମେ ବାପାଙ୍କ ଦେହ ସୁସ୍ଥ ହୋଇଯାଇଥିଲା। ଏହାପରେ ପ୍ରତିବର୍ଷ ବାପା ରଥଯାତ୍ରାକୁ ଆସି ରଥରେ ଭୋଗ କରୁଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ତାଙ୍କ ସହିତ ମୁଁ ମଧ୍ୟ ଆସୁଥିଲି। ସେ କହୁଥିଲେ, ଜଗନ୍ନାଥଙ୍କୁ ନିଜ ପାଇଁ କିଛି ମାଗ ନାହିଁ। କେବଳ କହିବ ବିଶ୍ୱବାସୀଙ୍କ ମଙ୍ଗଳ ହେଉ। କିନ୍ତୁ ଗୋଟେବର୍ଷ ବାପାଙ୍କ ଦେହ ଅସୁସ୍ଥ ଯୋଗୁ ସେ ପୁରୀକୁ ଆସିପାରି ନଥିଲେ। ଏଥିପାଇଁ ତାଙ୍କ ଆଖି ଲୁହ ଛଳଛଳ ହୋଇଗଲା। ମୁଁ ବାପାଙ୍କୁ ବୁଝାଇ କହିଥିଲି, ଶ୍ରୀଜଗନ୍ନାଥ ଭକ୍ତଙ୍କ ଅନୁଭବ ଓ ଅନୁଭୂତିର ପୁସ୍ତକଟିଏ ଆରମ୍ଭ କରିବି। ଏହି ପୁସ୍ତକକୁ ରଥାରୂଢ଼ବେଳେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ; ଯାହା ସମଗ୍ର ବିଶ୍ୱବାସୀ ପ୍ରସାଦ ରୂପେ ପାଇପାରିବେ। ଏହି କଥାରେ ବାପା ଖୁସି ହୋଇ ମତେ ହଜାର ଟଙ୍କା ଦେଇଥିଲେ। ଆଉ କହିଥିଲେ, ଏହି କାର୍ଯ୍ୟକୁ ଆଗେଇ ନେଇଚାଲ। ସେବେଠାରୁ ପ୍ରତିବର୍ଷ ମହାପ୍ରଭୁଙ୍କ ରଥାରୂଢ଼ବେଳେ ପୁସ୍ତକଟିଏ ପ୍ରକାଶନ କରି ତାଙ୍କ ପାଖରେ ସମର୍ପଣ କରୁଛି। ଦୀର୍ଘ ୧୬ ବର୍ଷ ଧରି ଏହି କାମ ମୁଁ ପ୍ରତିବର୍ଷ କରି ଆସୁଛି। ସମର୍ପଣ କରାଯାଉଥିବା ପୁସ୍ତକର ଏକାଧିକ ସଂସ୍କରଣ ବାହାରିଛି। ୨୦୨୦ ମସିହାରେ କରୋନା କଟକଣା ସମୟରେ ରାସ୍ତାଘାଟ, ହାଟବଜାର ସବୁକିଛି ବନ୍ଦ ହୋଇ ଯାଇଥିଲା। ଏହି ସମୟରେ କିପରି ପୁସ୍ତକ ପ୍ରକାଶନ କରିବି ଚିନ୍ତା ଥିଲା। କେହିକେହି ଭାବିଥିଲେ ବୋଧହୁଏ ଏଥର ପୁସ୍ତକ ପ୍ରକାଶନ ହୋଇପାରିବ ନାହିଁ। କିନ୍ତୁ ମହାପ୍ରଭୁଙ୍କ ଲୀଳା ବଡ଼ ବିଚିତ୍ର! ମୋ ମୋବାଇଲକୁ ଏତେ ପରିମାଣରେ ଲେଖା ଆସିଲା ଯେ ତାହା ଗୋଟିଏ ନୁହେଁ ଦୁଇଖଣ୍ଡ ବହି ହୋଇ ପ୍ରକାଶିତ ହେଲା। ଯାହାର ନାଁ ‘ଅଦ୍ୱିତୀୟ ଶ୍ରୀଜଗନ୍ନାଥ’ ଓ ‘ଅକ୍ଷୟ ଶ୍ରୀଜଗନ୍ନାଥ’। ସତରେ ମହାପ୍ରଭୁଙ୍କ ପାଇଁ କିଛି କରିପାରିଲେ ଆତ୍ମତୃପ୍ତି ମିଳେ। ମୋର ବିଭିନ୍ନ ସାହିତ୍ୟକୃତୀର ସ୍ବୀକୃତିସ୍ବରୂପ ମତେ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ଯାହା ମଧ୍ୟରେ ଆସେ ଉତ୍କଳରତ୍ନ ସମ୍ମାନ, ବଳଭଦ୍ର ସମ୍ମାନ, ଶିଶୁଅନନ୍ତ ସମ୍ମାନ ଆଦି। ବ୍ୟଙ୍ଗ ସାହିତ୍ୟ ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ପୁରସ୍କାର, ଉତ୍କଳ ସାହିତ୍ୟ ସମ୍ମାନ, ଫକିରମୋହନ ସମ୍ମାନ, ଗଳ୍ପ ରଚନା ପାଇଁ ଅମୃତାୟନ, ନୀଳକଇଁ, ତୀର ତରଙ୍ଗ ଆଦି ସାହିତ୍ୟ ପତ୍ରିକାରୁ ବହୁ ପୁରସ୍କୃତ ହୋଇପାରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଉପସଭାପତି ଭାବେ ମୁଁ କାର୍ଯ୍ୟ କରୁଛି। ବର୍ତ୍ତମାନ ମୁଁ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ସମ୍ପାଦକ, ମୁକ୍ତ ଚିନ୍ତନର ସମ୍ପାଦକ, ଏକାମ୍ର ପୁସ୍ତକ ମେଳାର ସଭାପତି, ଓଡ଼ିଶା ଲେଖକ ସମବାୟ ସମିତିର କାର୍ଯ୍ୟକାରୀ ସଭାପତି। କିନ୍ତୁ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କାର୍ଯ୍ୟ କରିଥିଲି। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୋ ସାହିତ୍ୟ ସାଧନାରେ ପତ୍ନୀ ମୀନାକ୍ଷୀ ରାଉତରାୟ ଅନୁବାଦକ ଭାବେ ସାଥୀ ହୋଇଛନ୍ତି। ଏବେ ପୁଅ ଝିଅ ଜ୍ୱାଇଁ ଓ ଦୁଇ ନାତୁଣୀଙ୍କୁ ନେଇ ମହାପ୍ରଭୁଙ୍କ ପାଖେ ସମର୍ପିତ ଜୀବନ ଖୁସିରେ ବିତୁଛି।

– ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri