ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ

ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର କରୁଥିବା ‘ସେକ୍ସ ଟୟ’ ବ୍ୟବସାୟ ଆତ୍ମନିର୍ଭରଶୀଳତା ମନ୍ତ୍ରକୁ ନେଇ ବେଶ୍‌ ଉତ୍ସାହିତ। ଅନ୍ୟପଟେ ସଂସ୍କାରୀ ଭାରତ ସ୍ଲୋଗାନ ଏହି ବ୍ୟବସାୟ ଆଗରେ ପ୍ରତିବନ୍ଧକ ସାଜିବା ଆଶଙ୍କା ମଧ୍ୟ ରହିଛି।
ଜନସଂଖ୍ୟାର ବିସ୍ଫୋରଣ କ୍ଷେତ୍ରରେ ଭାରତ ନିକଟ ଭବିଷ୍ୟତରେ ଚାଇନାକୁ ପଛରେ ପକାଇ ଦେବା ସମ୍ଭାବନା ଜଳଜଳ ହୋଇ ଦିଶୁଛି। ପାଶ୍ଚତ୍ୟ ସଂସ୍କୃତିର ବଢୁଥିବା ଚାପ ନୂଆ ବ୍ୟବସାୟ ଲାଗି ପଥ ମଧ୍ୟ ଉନ୍ମୁକ୍ତ କରୁଛି। ଏସବୁ ଭିତରେ ସାରା ପୃଥିବୀକୁ ଯୌନଜୀବନର ସକାରାତ୍ମକ ବାର୍ତ୍ତା ଦେଇଥିବା ଭାରତ ଭଳି ବିଶାଳ ଦେଶରେ ‘ସେକ୍ସ ଟୟ’ ସମ୍ପର୍କିତ ବ୍ୟବସାୟରେ ଅଭିବୃଦ୍ଧି ଘଟିଛି। ହେଲେ ପ୍ରଚଳିତ ପରମ୍ପରା, ସଂସ୍କୃତି ଏହି ବିଜନେସ୍‌ର ପଥରୋଧ କରୁଛି। ତଥାପି ଆଗାମୀ ଦଶନ୍ଧିରେ ଏହି ଉଦ୍ୟୋଗର ଭବିଷ୍ୟତ ବେଶ୍‌ ଉଜ୍ୱଳ ବୋଲି କୁହାଯାଉଛି।
‘ଆଡଲ୍ଟ ଟୟ’ର ପ୍ରମୁଖ ଅନ୍‌ଲାଇନ୍‌ ଷ୍ଟୋର ‘ବେସରମ ଡଟ୍‌ କମ୍‌’ର ପ୍ରତିଷ୍ଠାତା ରାଜ୍‌ ଅର୍‌ମାନୀଙ୍କ ମତରେ ‘ଯେବେଠାରୁ ସରକାରଙ୍କ ଆତ୍ମନିର୍ଭର ଭାରତ ମନ୍ତ୍ର ଶୁଣିବାକୁ ମିଳିଛି, ସେବେଠାରୁ ଏହି ବ୍ୟବସାୟକୁ ଗତି ମିଳିବ ବୋଲି ଅନୁଭବ ହେଉଛି। ଯଦିଓ ଭାରତରେ ‘ସେକ୍ସ ଟୟ’ ବିକ୍ରି ହେଉଛି, ତଥାପି ଅଧିକାଂଶ ମାଲ୍‌ ବାହାରୁ ଆମଦାନୀ ହେଉଛି। ଏବେ ଦେଶରେ ଏହି ଉଦ୍ୟୋଗକୁ ଅଭିବୃଦ୍ଧି କରିବାକୁ ଅନେକ କମ୍ପାନୀ ଉତ୍ସାହିତ ଅଛନ୍ତି। ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଡିସେମ୍ବର ସୁଦ୍ଧା ଭାରତୀୟ ବଜାରରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟ୍ୟାଗ୍‌ମାର୍କରେ ‘ଆଡଲ୍ଟ ଟୟ’ର ଅନେକ ଉପକରଣ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଉପଲବ୍ଧ ହେବ।
କରୋନା ପ୍ରଭାବିତ ଲକ୍‌ଡାଉନ୍‌ ସମୟରେ ପର୍ନ ଓ୍ବେବ୍‌ସାଇଟ୍‌ର ଚାହିଦା ବଢ଼ିଛି। ଏହା ପ୍ରମାଣିତ କରୁଛି ଆମ ସାମାଜିକ ବ୍ୟବସ୍ଥାରେ ଉଗ୍ର ଆଧୁନିକତାର ପଦଧ୍ୱନି ଶୁଭିଲାଣି। ଏଥିରେ ଯୁବପିଢ଼ି ସାମିଲ ହେବା ଭିନ୍ନ ଦିଗକୁ ସୂଚାଉଛି। ଫଳରେ ଯୁବବର୍ଗଙ୍କ ମାନସିକତାକୁ ବୁଝିବା ଭଳି ଉପକରଣଗୁଡ଼ିକୁ ନାମିତ କରିବାକୁ ବିଭିନ୍ନ କମ୍ପାନୀ ଯୋଜନା କରୁଛନ୍ତି। ଭାରତୀୟ ବଜାରରେ ‘ସେକ୍ସ ଟୟ’ କାରବାର ସମ୍ପୂର୍ଣ୍ଣ ଭାବେ ଚାଇନା ଉପରେ ନିର୍ଭରଶୀଳ। ହାରାହାରି ୭୦% ମାଲ୍‌ ଚାଇନାରୁ ଆମଦାନୀ ହୋଇଥାଏ। ଏବେ ଚାଇନା ସହିତ ସମ୍ପର୍କ ବିଗିଡ଼ିବା ପରେ ଦେଶରେ ଏହି ଉଦ୍ୟୋଗକୁ ପରିବର୍ଦ୍ଧିତ କରିବାକୁ ବିଭିନ୍ନ କମ୍ପାନୀ ଅଣ୍ଟା ଭିଡ଼ିଲେଣି। ଏହି ଧାଡ଼ିରେ ଆଗରେ ଅଛନ୍ତି ଦାଟ୍‌ସ ପର୍ସନାଲ, ଲଭଟ୍ରିଟ୍‌ସ, ଇଟ୍‌ସପ୍ଲେଜର, ସାୟକାର୍ଟ, ପ୍ରିଭିପ୍ଲେଜର, କିଂକପିନ୍‌ ଭଳି କମ୍ପାନୀ।
‘ଆଡଲ୍ଟ ଟୟ’ର ବ୍ୟବସାୟ କେବଳ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହରରେ ସୀମିତ ହୋଇ ରହିନାହିଁ। ‘ଦାଟ୍‌ସ ପର୍ସନାଲ’ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୪୮% ମେଟ୍ରୋଠାରୁ ଛୋଟ ସହରରେ, ୪୦% ଟିୟର-୨ ଅର୍ଥାତ୍‌ ସାଧାରଣ ସହରରେ ଏବଂ ୧୨% ଛୋଟ ସହରରେ ଏହି ଖେଳଣା ନିଜର ଉପସ୍ଥିତି ଜାହିର କରିସାରିଲାଣି। ସେହିପରି ‘ଅରମାନୀ ଷ୍ଟୋର’ ନିଜର ୩୭% ବ୍ୟବସାୟ କେବଳ ମେଟ୍ରୋଠୁ ଛୋଟ ସହରରେ କରୁଥିବା କହିଛି। ଦିବ୍ୟା ଚୌହାନଙ୍କ କମ୍ପାନୀ ‘ଇଟ୍‌ସ ପ୍ଲେଜର’ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ବରୁ କେବଳ ୭୫% ପୁରୁଷ ‘ସେକ୍ସ ଟୟ’ କ୍ରେତା ଥିଲେ। ଏହି ଟ୍ରେଣ୍ଡରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏବେ ପୁରୁଷ ମହିଳାଙ୍କ ମଧ୍ୟରେ ଏହି ଅନୁପାତ ୫୦:୫୦ ହୋଇଗଲାଣି। ଛୋଟ ସହରରୁ ମେଟ୍ରୋ ଯାଏ ମହିଳାମାନେ ‘ସେକ୍ସ ଟୟ’କୁ ଯୌନଜୀବନର ସାଥୀ ଭାବେ ଗ୍ରହଣ କରିବା ଆରମ୍ଭ କଲେଣି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ନାଟକ, ତାମିଲନାଡୁ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟ ସେକ୍ସଟୟର ପ୍ରମୁଖ ବଜାର ପାଲଟିଛି ବୋଲି ସେ ସୂଚନା ଦେଇଛନ୍ତି।

କ’ଣ କହେ ଆଇନ
ଆଇପିସିର ଦଫା ୨୯୨ ଅନୁଯାୟୀ, ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ସାମଗ୍ରୀର ପ୍ରକାଶନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ପୁରୁଣା ଆଇନର ପରିଧିରେ ସେକ୍ସଟୟ ଭଳି ଉଦ୍ୟୋଗ ଦୀର୍ଘଦିନ ହେଲା ଅଣନିଃଶ୍ୱାସୀ ହୋଇପଡ଼ିଛି। ତଥାପି ଆଇନର ଛକାପଞ୍ଝା ଭିତରେ ଏହି କାରବାର ନିଜର ବ୍ୟବସାୟିକ ପରିସର ବଢ଼ାଇ ଚାଲିଛି। ଏହି ବ୍ୟବସାୟରେ ଭଲ ଲାଭ ମିଳୁଥିବା ସତ୍ତ୍ୱେ ନିବେଶ ଏବଂ ବିକାଶର ରାସ୍ତା ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇନାହିଁ।
ଭାରତରେ କାରବାର ୮୭୦୦କୋଟି
ଦେଶରେ ‘ସେକ୍ସଟୟ’ କାରବାରର ପ୍ରକୃତ ତଥ୍ୟ ଆକଳନ କରିବା କଷ୍ଟକର ବ୍ୟାପାର। ତଥାପି ଏକ ରିପୋର୍ଟ ଅନୁଯାୟୀ ୨୦୨୦ ସୁଦ୍ଧା ଏହି କାରବାର ୮୭୦୦ କୋଟି ପାର୍‌ କରିସାରିଲାଣି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଦେଶରେ ସେକ୍ସଟୟ ସମ୍ପର୍କିତ ଉପକରଣର ବ୍ୟବସାୟ ୧୨୦ ବିଲିୟନ ଟଙ୍କା ଟପିବ ବୋଲି ଅନୁମାନ କରାଯାଉଛି। ସେହିପରି ସାରା ଦୁନିଆରେ ଏହାର କାରବାର ୨୯ ବିଲିୟନ ଡଲାର ଟପିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri