ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ

ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର କରୁଥିବା ‘ସେକ୍ସ ଟୟ’ ବ୍ୟବସାୟ ଆତ୍ମନିର୍ଭରଶୀଳତା ମନ୍ତ୍ରକୁ ନେଇ ବେଶ୍‌ ଉତ୍ସାହିତ। ଅନ୍ୟପଟେ ସଂସ୍କାରୀ ଭାରତ ସ୍ଲୋଗାନ ଏହି ବ୍ୟବସାୟ ଆଗରେ ପ୍ରତିବନ୍ଧକ ସାଜିବା ଆଶଙ୍କା ମଧ୍ୟ ରହିଛି।
ଜନସଂଖ୍ୟାର ବିସ୍ଫୋରଣ କ୍ଷେତ୍ରରେ ଭାରତ ନିକଟ ଭବିଷ୍ୟତରେ ଚାଇନାକୁ ପଛରେ ପକାଇ ଦେବା ସମ୍ଭାବନା ଜଳଜଳ ହୋଇ ଦିଶୁଛି। ପାଶ୍ଚତ୍ୟ ସଂସ୍କୃତିର ବଢୁଥିବା ଚାପ ନୂଆ ବ୍ୟବସାୟ ଲାଗି ପଥ ମଧ୍ୟ ଉନ୍ମୁକ୍ତ କରୁଛି। ଏସବୁ ଭିତରେ ସାରା ପୃଥିବୀକୁ ଯୌନଜୀବନର ସକାରାତ୍ମକ ବାର୍ତ୍ତା ଦେଇଥିବା ଭାରତ ଭଳି ବିଶାଳ ଦେଶରେ ‘ସେକ୍ସ ଟୟ’ ସମ୍ପର୍କିତ ବ୍ୟବସାୟରେ ଅଭିବୃଦ୍ଧି ଘଟିଛି। ହେଲେ ପ୍ରଚଳିତ ପରମ୍ପରା, ସଂସ୍କୃତି ଏହି ବିଜନେସ୍‌ର ପଥରୋଧ କରୁଛି। ତଥାପି ଆଗାମୀ ଦଶନ୍ଧିରେ ଏହି ଉଦ୍ୟୋଗର ଭବିଷ୍ୟତ ବେଶ୍‌ ଉଜ୍ୱଳ ବୋଲି କୁହାଯାଉଛି।
‘ଆଡଲ୍ଟ ଟୟ’ର ପ୍ରମୁଖ ଅନ୍‌ଲାଇନ୍‌ ଷ୍ଟୋର ‘ବେସରମ ଡଟ୍‌ କମ୍‌’ର ପ୍ରତିଷ୍ଠାତା ରାଜ୍‌ ଅର୍‌ମାନୀଙ୍କ ମତରେ ‘ଯେବେଠାରୁ ସରକାରଙ୍କ ଆତ୍ମନିର୍ଭର ଭାରତ ମନ୍ତ୍ର ଶୁଣିବାକୁ ମିଳିଛି, ସେବେଠାରୁ ଏହି ବ୍ୟବସାୟକୁ ଗତି ମିଳିବ ବୋଲି ଅନୁଭବ ହେଉଛି। ଯଦିଓ ଭାରତରେ ‘ସେକ୍ସ ଟୟ’ ବିକ୍ରି ହେଉଛି, ତଥାପି ଅଧିକାଂଶ ମାଲ୍‌ ବାହାରୁ ଆମଦାନୀ ହେଉଛି। ଏବେ ଦେଶରେ ଏହି ଉଦ୍ୟୋଗକୁ ଅଭିବୃଦ୍ଧି କରିବାକୁ ଅନେକ କମ୍ପାନୀ ଉତ୍ସାହିତ ଅଛନ୍ତି। ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଡିସେମ୍ବର ସୁଦ୍ଧା ଭାରତୀୟ ବଜାରରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟ୍ୟାଗ୍‌ମାର୍କରେ ‘ଆଡଲ୍ଟ ଟୟ’ର ଅନେକ ଉପକରଣ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଉପଲବ୍ଧ ହେବ।
କରୋନା ପ୍ରଭାବିତ ଲକ୍‌ଡାଉନ୍‌ ସମୟରେ ପର୍ନ ଓ୍ବେବ୍‌ସାଇଟ୍‌ର ଚାହିଦା ବଢ଼ିଛି। ଏହା ପ୍ରମାଣିତ କରୁଛି ଆମ ସାମାଜିକ ବ୍ୟବସ୍ଥାରେ ଉଗ୍ର ଆଧୁନିକତାର ପଦଧ୍ୱନି ଶୁଭିଲାଣି। ଏଥିରେ ଯୁବପିଢ଼ି ସାମିଲ ହେବା ଭିନ୍ନ ଦିଗକୁ ସୂଚାଉଛି। ଫଳରେ ଯୁବବର୍ଗଙ୍କ ମାନସିକତାକୁ ବୁଝିବା ଭଳି ଉପକରଣଗୁଡ଼ିକୁ ନାମିତ କରିବାକୁ ବିଭିନ୍ନ କମ୍ପାନୀ ଯୋଜନା କରୁଛନ୍ତି। ଭାରତୀୟ ବଜାରରେ ‘ସେକ୍ସ ଟୟ’ କାରବାର ସମ୍ପୂର୍ଣ୍ଣ ଭାବେ ଚାଇନା ଉପରେ ନିର୍ଭରଶୀଳ। ହାରାହାରି ୭୦% ମାଲ୍‌ ଚାଇନାରୁ ଆମଦାନୀ ହୋଇଥାଏ। ଏବେ ଚାଇନା ସହିତ ସମ୍ପର୍କ ବିଗିଡ଼ିବା ପରେ ଦେଶରେ ଏହି ଉଦ୍ୟୋଗକୁ ପରିବର୍ଦ୍ଧିତ କରିବାକୁ ବିଭିନ୍ନ କମ୍ପାନୀ ଅଣ୍ଟା ଭିଡ଼ିଲେଣି। ଏହି ଧାଡ଼ିରେ ଆଗରେ ଅଛନ୍ତି ଦାଟ୍‌ସ ପର୍ସନାଲ, ଲଭଟ୍ରିଟ୍‌ସ, ଇଟ୍‌ସପ୍ଲେଜର, ସାୟକାର୍ଟ, ପ୍ରିଭିପ୍ଲେଜର, କିଂକପିନ୍‌ ଭଳି କମ୍ପାନୀ।
‘ଆଡଲ୍ଟ ଟୟ’ର ବ୍ୟବସାୟ କେବଳ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହରରେ ସୀମିତ ହୋଇ ରହିନାହିଁ। ‘ଦାଟ୍‌ସ ପର୍ସନାଲ’ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୪୮% ମେଟ୍ରୋଠାରୁ ଛୋଟ ସହରରେ, ୪୦% ଟିୟର-୨ ଅର୍ଥାତ୍‌ ସାଧାରଣ ସହରରେ ଏବଂ ୧୨% ଛୋଟ ସହରରେ ଏହି ଖେଳଣା ନିଜର ଉପସ୍ଥିତି ଜାହିର କରିସାରିଲାଣି। ସେହିପରି ‘ଅରମାନୀ ଷ୍ଟୋର’ ନିଜର ୩୭% ବ୍ୟବସାୟ କେବଳ ମେଟ୍ରୋଠୁ ଛୋଟ ସହରରେ କରୁଥିବା କହିଛି। ଦିବ୍ୟା ଚୌହାନଙ୍କ କମ୍ପାନୀ ‘ଇଟ୍‌ସ ପ୍ଲେଜର’ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ବରୁ କେବଳ ୭୫% ପୁରୁଷ ‘ସେକ୍ସ ଟୟ’ କ୍ରେତା ଥିଲେ। ଏହି ଟ୍ରେଣ୍ଡରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏବେ ପୁରୁଷ ମହିଳାଙ୍କ ମଧ୍ୟରେ ଏହି ଅନୁପାତ ୫୦:୫୦ ହୋଇଗଲାଣି। ଛୋଟ ସହରରୁ ମେଟ୍ରୋ ଯାଏ ମହିଳାମାନେ ‘ସେକ୍ସ ଟୟ’କୁ ଯୌନଜୀବନର ସାଥୀ ଭାବେ ଗ୍ରହଣ କରିବା ଆରମ୍ଭ କଲେଣି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ନାଟକ, ତାମିଲନାଡୁ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟ ସେକ୍ସଟୟର ପ୍ରମୁଖ ବଜାର ପାଲଟିଛି ବୋଲି ସେ ସୂଚନା ଦେଇଛନ୍ତି।

କ’ଣ କହେ ଆଇନ
ଆଇପିସିର ଦଫା ୨୯୨ ଅନୁଯାୟୀ, ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ସାମଗ୍ରୀର ପ୍ରକାଶନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ପୁରୁଣା ଆଇନର ପରିଧିରେ ସେକ୍ସଟୟ ଭଳି ଉଦ୍ୟୋଗ ଦୀର୍ଘଦିନ ହେଲା ଅଣନିଃଶ୍ୱାସୀ ହୋଇପଡ଼ିଛି। ତଥାପି ଆଇନର ଛକାପଞ୍ଝା ଭିତରେ ଏହି କାରବାର ନିଜର ବ୍ୟବସାୟିକ ପରିସର ବଢ଼ାଇ ଚାଲିଛି। ଏହି ବ୍ୟବସାୟରେ ଭଲ ଲାଭ ମିଳୁଥିବା ସତ୍ତ୍ୱେ ନିବେଶ ଏବଂ ବିକାଶର ରାସ୍ତା ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇନାହିଁ।
ଭାରତରେ କାରବାର ୮୭୦୦କୋଟି
ଦେଶରେ ‘ସେକ୍ସଟୟ’ କାରବାରର ପ୍ରକୃତ ତଥ୍ୟ ଆକଳନ କରିବା କଷ୍ଟକର ବ୍ୟାପାର। ତଥାପି ଏକ ରିପୋର୍ଟ ଅନୁଯାୟୀ ୨୦୨୦ ସୁଦ୍ଧା ଏହି କାରବାର ୮୭୦୦ କୋଟି ପାର୍‌ କରିସାରିଲାଣି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଦେଶରେ ସେକ୍ସଟୟ ସମ୍ପର୍କିତ ଉପକରଣର ବ୍ୟବସାୟ ୧୨୦ ବିଲିୟନ ଟଙ୍କା ଟପିବ ବୋଲି ଅନୁମାନ କରାଯାଉଛି। ସେହିପରି ସାରା ଦୁନିଆରେ ଏହାର କାରବାର ୨୯ ବିଲିୟନ ଡଲାର ଟପିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri