ସରକାରଙ୍କ ବୋଝ କମାଉଛନ୍ତି ସ୍ବାବଲମ୍ବୀ କଏଦୀ

ଭୁବନେଶ୍ୱର, ୫।୪(ବ୍ୟୁରୋ): ଜେଲ ସଂସ୍କାରରୁ ମିଳିଲା ସଫଳତା। କାରାଗାର ଶିଳ୍ପରୁ ସ୍ବାବଲମ୍ବୀ ହେଲେ କଏଦୀ, ଆଉ କମିଲା ସରକାରଙ୍କ ବୋଝ। ଏବେ କଏଦୀମାନେ କେବଳ ଚାରିକାନ୍ଥ ଭିତରେ ନ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ଏପଟେ କଏଦୀଙ୍କ ଦ୍ୱାରା ତିଆରି ସାମଗ୍ରୀ ବିକ୍ରିରୁ ଲାଭ ବି ମିଳୁଛି। ଏହି ଲାଭାଂଶ କଏଦୀ ମଙ୍ଗଳ ପାଣ୍ଠିରେ ରହିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ ହେଉଛି। ଜେଲ୍‌ ପରିଚାଳନା ସହ କଏଦୀଙ୍କ ପାଇଁ ଯାହା ସରକାର ଖର୍ଚ୍ଚ କରୁଥିଲେ ତାହାର କିଛି ଅଂଶ ଏଥିରୁ ଭରଣା କରାଯାଇ ପାରୁଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ନେଇ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର କାରାଗାର ଉଦାହରଣ ପାଲଟିଛି।
କନ୍ଧମାଳ ହଳଦୀଠାରୁ ମାଣ୍ଡିଆ ଚୂନା, ମୁଢ଼ି, କଫି, କମ୍ପୋଷ୍ଟରୁ ଫିନାଇଲ୍‌ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ୧୦ଜଣ ମହିଳା କଏଦୀ ନିୟୋଜିତ ଥିବାବେଳେ ୭୦ଜଣ ସଜା ଭୋଗୁଥିବା ପୁରୁଷ କଏଦୀ ଅନ୍ୟ କେତେକ କାର୍ଯ୍ୟ କରୁଛନ୍ତି। ଜେଲ ପରିସର କ୍ୟାଣ୍ଟିନରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଉପମା, ଚକୁଳି ଓ ଇଡ୍‌ଲି ମିଳୁଛି। କେବଳ ସେତିକି ନୁହେଁ, ଏଠାରେ ତିଆରି ବ୍ଲାଙ୍କେଟଗୁଡିକ ରାଜ୍ୟର ୮୬ ଜେଲକୁ ଯାଉଛି। ସେହିଭଳି ପୁରୁଷ କଏଦୀମାନେ କମ୍ପୋଷ୍ଟ ତିଆରି କରୁଥିବାବେଳେ କଳା ଓ ଧଳା ଫିନାଇଲ ଅବିଭକ୍ତ ପୁରୀ ଜିଲାରେ ଥିବା ଜେଲକୁ ପଠାଯାଉଛି। କାରାଗାର ଶିଳ୍ପ ସାମଗ୍ରୀର ଚାହିଦା ବଢ଼ିବା ପରେ ନିକଟରେ ଜେଲ ପକ୍ଷରୁ ଏକ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୭୮ ଲକ୍ଷ ୫ ହଜାର ୨୪୯ ଟଙ୍କାର କାରବାର ହୋଇଛି। କ୍ୟାଣ୍ଟିନ ବେପାର ସର୍ବାଧିକ ୫୬,୬୪,୭୮୦ ରହିଥିବାବେଳେ ଖାଦ୍ୟ ପ୍ରକ୍ରିୟାକରଣ ବାବଦ ୩,୦୭,୩୧୧, ମ୍ୟାନୁଫାକ୍ଚରିଂ ୯,୮୬୮୪୦, ଟେଲିଫୋନ ୫,୮୧,୩୦୦, ଲଣ୍ଡ୍ରି ଓ ଥିଏଟର ୪୮,୯୪୫, ଅଡିଟ୍‌ ରିକଭରି ୧,୭୭,୧୦୯ ଏବଂ ଅନ୍ୟାନ୍ୟ ସୂତ୍ରରୁ ୩୮,୯୬୪ ଟଙ୍କା କାରବାର ହୋଇଛି।

ନିଜ ପ୍ରସ୍ତୁତ ଅଟାରେ କଏଦୀଙ୍କୁ ରୁଟି
ପୂର୍ବରୁ କଏଦୀଙ୍କ ଖାଦ୍ୟ ପ୍ରସ୍ତୁତି ପାଇଁ ବଜାରରୁ ଅଟା କିଣାଯାଉଥିଲା। କିନ୍ତୁ ଚଳିତ ମାସରୁ କଏଦୀଙ୍କଦ୍ୱାରା ପ୍ରସ୍ତୁତ ଅଟାରେ ରୁଟି ଦିଆଯାଉଛି। ଏହାଦ୍ୱାରା ଦୈନିକ ୨୦୦ କିଲୋ ଅଟା ହିସାବରେ ମାସକୁ ୧ଲକ୍ଷ ୮୦ ହଜାର ଟଙ୍କା ଓ ବାର୍ଷିକ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏବେ ଏହାର ଲାଭାଂଶ ସିଧାସଳଖ କଏଦୀ ମଙ୍ଗଳ ପାଣ୍ଠିକୁ ହିଁ ଯିବ।
୫ଟଙ୍କାରେ ମୋଟିଭେଶନାଲ ସିନେମା
କଏଦୀଙ୍କପାଇଁ ଜେଲ ପରିସରରେ ମିନି ଥିଏଟର ରହିଛି। ଏଠାରେ ଏକାଥରକେ ୧୦୦ଜଣ ବସିପାରୁଥିବାବେଳେ ପ୍ରତି ଟିକେଟ ମୂଲ୍ୟ ୫ଟଙ୍କା ରଖାଯାଇଛି। ଦୈନିକ ଗୋଟିଏ ଶୋ ରହିଥିବାବେଳେ କେବଳ ମୋଟିଭେଶନାଲ ସିନେମା ପ୍ରଦର୍ଶିତ କରାଯାଉଛି। ସିନେମା ଦ୍ୱାରା କଏଦୀଙ୍କୁ ମନୋରଞ୍ଜନ ସହ ମାନସିକ ସ୍ଥିତିରେ ପରିବର୍ତ୍ତନ ଅଣାଯିବାକୁ ଚେଷ୍ଟା କରାଯାଉଛି।
ଖୋଲିବ ଫୁଡ୍‌ ସେଣ୍ଟର
ସାମଗ୍ରୀ ବିକ୍ରୟ କେନ୍ଦ୍ର ଭଳି ଖୁବଶୀଘ୍ର ଝାରପଡ଼ା ସ୍ବତନ୍ତ୍ର ଜେଲ୍‌କୁ ଲାଗି ଫୁଡ୍‌ ସେଣ୍ଟର ଖୋଲିବ। ଏଠାରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ପରଷାଯିବ। ପୂର୍ବରୁ ଅର୍ଡର ଦେଲେ ଚକୁଳି, ଇଡ୍‌ଲି, ଭେଜ୍‌ ବିରିୟାନୀ, ମାଣ୍ଡିଆ ଇଡ୍‌ଲି, ମାଣ୍ଡିଆ ରସଗୋଲା, ସୁଅଁା ଚାଉଳ ଖିରି ଆଦି ଯୋଗାଇ ଦିଆଯିବ। ଏହାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଜେଲ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଏହା ସମ୍ପୂର୍ଣ୍ଣଭାବେ କ୍ୟାଟରିଂ ଷ୍ଟାଇଲରେ ହେବ। ଏହାର ଆୟ କଏଦୀ ମଙ୍ଗଳ ପାଣ୍ଠିରେ ରହିବ।
ଖୁବ୍‌ଶୀଘ୍ର କଏଦୀଙ୍କ ପାଇଁ ଜିମ୍ନାସିୟମ
କଏଦୀମାନଙ୍କ ସୁସ୍ଥ ଭାବେ ବଞ୍ଚତ୍ବାର ଅଧିକାର ରହିଛି। ତେଣୁ ସେମାନଙ୍କ ପାଇଁ ଜେଲ ପରିସରରେ ଏକ ଜିମ୍ନାସିୟମ ଖୋଲିବାକୁ ଯାଉଛି। ଏଥିପାଇଁ ୨ଟି ମେଶିନ ଆସିଥିବାବେଳେ ଆହୁରି ୧୦ଟି ଉପକରଣ ଆସିବ। ଏହାପରେ ଜିମ୍ନାସିୟମକୁ ଆନୁଷ୍ଠାନିକ ଭବେ ଉଦ୍‌ଘାଟନ କରାଯିବ ବୋଲି ସୂଚନା ମିଳିଛି।

ସୁଯୋଗ ସୃଷ୍ଟିକଲା ବିକ୍ରୟ କେନ୍ଦ୍ର

ଗତ ଜାନୁୟାରୀ ପହିଲାରେ କାରାଗାର ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କଦ୍ୱାରା ଜେଲ ଫାଟକ ନିକଟରେ କାରାଗାର ଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ଏଠାରେ କନ୍ଧମାଳ ହଳଦୀ, ଅଟା, ବେସନ, ମୁଢ଼ି, ସୋରିଷ ତେଲ, ମାଣ୍ଡିଆ ଚୂନା, ସୋରିଷ ପିଡିଆ, କମ୍ପୋଷ୍ଟ, କୋରାପୁଟ କଫି, କୋରାପୁଟ କଳାଜିରା ଚାଉଳ, ଝୁଣା, ଧଳା ଫିନାଇଲ ଆଦି ବିକ୍ରି ହେଉଛି। ଏହି କାଉଣ୍ଟର ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲୁଛି। ଏହି ବିକ୍ରୟ କେନ୍ଦ୍ରରେ ଖୋଲିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୩ମାସରେ ୩ଲକ୍ଷ ୭ହଜାର ୩୧୧ ଟଙ୍କା ବିକ୍ରି ହୋଇଛି। ପ୍ରତି ମାସରେ ବେପାର ଓ ଆୟ ବଢ଼ୁଥିବାରୁ କଏଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।

କେମିତି ଖର୍ଚ୍ଚ ହେଉଛି କଏଦୀ ମଙ୍ଗଳ ପାଣ୍ଠି
କଏଦୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ଆସୁଥିବା ଆୟ କଏଦୀ ମଙ୍ଗଳ ପାଣ୍ଠିରେ ରହୁଛି। କୌଣସି କଏଦୀଙ୍କ ଜେଲରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉଛି। କଏଦୀଙ୍କ ମେଧାବୀ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଯାଉଛି। କଏଦୀଙ୍କ ପରିବାରର କେହି କ୍ୟାନ୍‌ସର ପରି ରୋଗରେ ପଡ଼ିଲେ ଏହି ପାଣ୍ଠିରୁ ସହାୟତାର ବ୍ୟବସ୍ଥା ରହିଛି। ସେହିଭଳି ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଆଦି ବିଭିନ୍ନ ସମୟରେ ପ୍ରତିଯୋଗିତା କରାଯାଇ କଏଦୀଙ୍କୁ ପୁରସ୍କୃତ କରାଯାଉଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ ହେଉଛି।

ସୁଶାନ୍ତ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri