ଚର୍ଚ୍ଚାରେ ସମାନ୍ତରାଳ ପ୍ରାର୍ଥୀ ଚୟନ

ପୁରୀ ଅଫିସ,୧୮।୧: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁରୀ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନରେ ଲାଗିପଡ଼ିଛନ୍ତି। ପୂର୍ବ ପଞ୍ଚାୟତ ନିର୍ବାଚନରେ ପୁରୀ ସଦରକୁ ବିଜେଡି ଏକତରଫା ଅକ୍ତିଆର କରିଥିଲା। ତେବେ ପୂର୍ବ ଥର ଭଳି ଏଥର ବିଜେଡି ଏକସ୍ବର ଓ ଏକମନ ହୋଇ ନିର୍ବାଚନକୁ ଓହ୍ଲାଉଥିବା ମନେ ହେଉନାହିଁ। ଦୁଇଟି ଗୋଷ୍ଠୀ ସମାନ୍ତରାଳ ଭାବେ ନିର୍ବାଚନ ପ୍ରସ୍ତୁତି ସହ ପ୍ରାର୍ଥୀ ଚୟନ କରୁଥିବା ଚର୍ଚ୍ଚା ଚାଲିଛି। ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ସରପଞ୍ଚ ଓ ସମିତିସଭ୍ୟ ପଦ ଲାଗି ପ୍ରାର୍ଥୀ ଚୟନ ହେଉଥିବା ଜଣାପଡ଼ିଛି। ସେହିଭଳି ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଅନ୍ୟ ଏକ ଗୋଷ୍ଠୀ ମୁଖ୍ୟତଃ ଯୁବ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ଏହି ଗୋଷ୍ଠୀ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଚୟନ କରାଯାଉଥିବା ଶୁଣିବାକୁ ମିଳୁଛି।
ନିର୍ବାଚନମଣ୍ଡଳୀ ଅଧୀନରେ ପୁରୀ ସଦରର ୧୯ଟି ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତରେ ବିଜେଡିର ଦୁଇଗୋଷ୍ଠୀ ଗାଁ ଗାଁ ବୁଲି ଲୋକଙ୍କୁ ନିଜ ସପକ୍ଷରେ ମନାଇବା ପାଇଁ ଚେଷ୍ଟା ଚଳାଇବା ସହ ପତିଆରା ବଢାଇବା ଆଶାରେ ରହିଛନ୍ତି। ଏ ନେଇ ମହେଶ୍ୱରଙ୍କ ସମର୍ଥକ ତଥା ପୂର୍ବତନ ଜିଲା ପରିଷଦ ସଭାପତି ଦିବାକର ପାତ୍ର କହିଛନ୍ତି, ବିବାଦ ନୁହେଁ ବରଂ କାଁ ଭାଁ କ୍ଷେତ୍ରରେ ଅସନ୍ତୋଷ ରହିଛି। ତେବେ ଜିଲା ସଭାପତିଙ୍କ ନେତୃତ୍ୱରେ ପ୍ରାର୍ଥୀ ଚୟନ ହେଉଛି ଓ ସମସ୍ତ ବିଜେଡି ପ୍ରାର୍ଥୀ ଜିତିବେ। ଯେଉଁମାନେ ଗୋଷ୍ଠୀ ବିବାଦ ସୃଷ୍ଟି କରି ପ୍ରାର୍ଥୀ ଦେଉଛନ୍ତି ସେମାନଙ୍କୁ ଉଚିତ୍‌ ଜବାବ ଦିଆଯିବ। ଅନ୍ୟପକ୍ଷରେ ଖୁଣ୍ଟିଆ କହିଛନ୍ତି, ଦଳ ପାଇଁ ପ୍ରାର୍ଥୀ ଚୟନ ହେଉଛି। ଯାହାର ସଙ୍ଗଠନ ଥିବ, ସେ ଜିତିବ। ବିନା ଦଳୀୟ ଚିହ୍ନରେ ଲଢିବାକୁ ଥିବାରୁ ଅଧିକରୁ ଅଧିକ ନେତା ଆଶାୟୀ ରହିବା ସ୍ବାଭାବିକ କଥା, କିନ୍ତୁ ଦଳରେ ବିବାଦ ନାହିଁ ବୋଲି ସେ କହିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଉଭୟ ୨୬ ଓ ୨୭ ନମ୍ବର ଜୋନ୍‌ରେ ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା। ତେବେ ଏଥର ବିଜୟ ନେଇ ଆଶାବାଦୀ ରହିଛି। ବିଜେଡି କନ୍ଦଳରୁ ଭାଜପା ଫାଇଦା ନେବାକୁ ମସୁଧା କରୁଛି। ଭାଜପା ଜିଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି, ଜିଲା ପରିଷଦ ନିର୍ବାଚନରେ ଭାଜପା ଆଗୁଆ ରହିବ। ୨୬ନଂ. ଜୋନ୍‌ ଅଧୀନ ଗୋପୀନାଥପୁର, ବାଲିଗୁଆଳି, କାଶୀ ହରିପୁର, ହରେକୃଷ୍ଣପୁର, ବେଲଦଳ, ସମଙ୍ଗରା ଏବଂ ୨୭ନଂ. ଜୋନ୍‌ର ଚନ୍ଦନପୁର, ଗଡ଼ମୃଗଶିରା, ଚାଳିଶିବାଟିଆ ପ୍ରଭୃତି ପଞ୍ଚାୟତରେ ଭାଜପା ଭଲ ପ୍ରଦର୍ଶନ କରିବ। ଅନ୍ୟପକ୍ଷରେ କଂଗ୍ରେସ ଏବେ ମଧ୍ୟ ନେତୃତ୍ୱ ସଙ୍କଟକୁ ନେଇ ଚିନ୍ତାରେ ରହିଛି। ଜିଲା ସଭାପତି ଅଜିତ ମଙ୍ଗରାଜଙ୍କ ବିୟୋଗ ପରଠୁ ଜିଲା ସଭାପତି ପଦ ଖାଲି ପଡ଼ିଛି। ଦଳୀୟ କର୍ମୀ ଓ ନେତାମାନେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନେତୃତ୍ୱଙ୍କ ଭରସାରେ ବସି ରହିଥିବାବେଳେ ଏପର୍ଯ୍ୟନ୍ତ ବୈଠକଟିଏ ବି ହୋଇପାରିନାହିଁ। ଏପରି କି ପର୍ଯ୍ୟବେକ୍ଷକ ମଧ୍ୟ ଜିଲାସ୍ତରୀୟ ନେତାଙ୍କ ସହ ଆଲୋଚନା କରିନାହାନ୍ତି। ସ୍ଥାନୀୟ ନେତାମାନେ ନିଜ ନିଜ ସ୍ତରରେ ପ୍ରାର୍ଥୀ ଖୋଜି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ଦଳର ବରିଷ୍ଠ ନେତା ରାଜେଶ କୁମାର ମିଶ୍ର କହିଛନ୍ତି, ବିଜେଡି ଓ ଭାଜପା ପ୍ରତି ଜନ ଅସନ୍ତୋଷ ରହିଛି। ମାତ୍ର ଜିଲା କଂଗ୍ରେସରେ ନେତୃତ୍ୱ ଅଭାବ ଯୋଗୁ ମତଦାତାଙ୍କ ଆସ୍ଥାଭାଜନ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri