ନିର୍ବାଚନ ନୁହେଁ, ସହମତିରେ ଚୟନ

କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି, ଭାଜପା ଓ କଂଗ୍ରେସ ଦଳର ନେତାମାନେ ଉପସ୍ଥିତ ଥିଲେ। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ, ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ବିଜେଡିର ପ୍ରଫୁଲ୍ଲ କୁମାର ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହି କୋଟିଆ ନିର୍ବାଚନ ଉପରେ ନିଜ ମତ ରଖିଥିଲେ। କୋଟିଆରେ ସର୍ବସମ୍ମତିକ୍ରମେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ବଛାହେବେ ବୋଲି ନିଷ୍ପତ୍ତିି ନିଆଯାଇଥିଲା। ଜିଲା ପରିଷଦ ସଭ୍ୟ ମଧ୍ୟ ସର୍ବ ସମ୍ମତିକ୍ରମେ ବଛାହେବେ ବୋଲି ବୈଠକରେ ସ୍ଥିର ହୋଇଛି। ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଯେକୌଣସି ଦଳରେ ଥାନ୍ତୁ ନା କାହଁିକି, ସେଥିରୁ ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶୁକ୍ରବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଥିବାବେଳେ କୋଟିଆ ପଞ୍ଚାୟତ ନିର୍ବାଚନ ନେଇ କ’ଣ ହେବ ତାହା ନେଇ ସମସ୍ତଙ୍କ ନଜର ରହିଛି। କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ବ ଗ୍ରାମର ୧୩ ୱାର୍ଡରେ ମୋଟ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିବସରେ କୋଟିଆ ପଞ୍ଚାୟତ ପାଇଁ ୬ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଓ୍ବାର୍ଡସଭ୍ୟ ଲାଗି ୮ ଓ ସମିତିସଭ୍ୟ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri