ବ୍ରାଉନସୁଗାର ଜବତ: ୩ ଗିରଫ

ବେତନଟୀ,୪।୧୦(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ସେ କହଛନ୍ତି, ଦୁର୍ଗାଷ୍ଟମୀରେ ବୈଶିଙ୍ଗା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ତଥା ଆନ୍ତଃଜିଲା ଅପରାଧୀଙ୍କ ପ୍ରବେଶକୁ ରୋକିବା ନିମିତ୍ତ ଏସ୍‌ଆଇ୍‌ ଅନିତା ସ୍ବାଇଁଙ୍କ ଅଧୀନରେ ଏକ ପୋଲିସ ଟିମ୍‌ ୧୮ନଂ. ଜାତୀୟ ରାଜପଥ ବାଲେଶ୍ୱର-ମୟୂରଭଞ୍ଜ ସୀମା କଳମା ଛକରେ ସୋମବାର ଗାଡ଼ିମୋଟର ଚେକିଂ କରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଗୋବିନ୍ଦରାୟପୁର ପଟରୁ ବାହାରି ଏକ ଓଡି-ଓଓ୍ବାନ୍‌ଏକ୍ସ-୮୪୫୬ ନମ୍ବର ବିଶିଷ୍ଟ ୟାମାହା ଏଫ୍‌ଜେଡ୍‌ ବାଇକ ଯୋଗେ ବାରିପଦା ପଟକୁ ଯାଉଥିବାବେଳେ ହଠାତ୍‌ ପୋଲିସକୁ ଦେଖି ଗାଡ଼ି ବୁଲେଇ ଦ୍ରୁତଗତିରେ ପଛକୁ ଫେରି ବାଲେଶ୍ୱର ପଟକୁ ପଳାଇଯିବାକୁ ଚେଷ୍ଟା କରିଥିଲେ l ପୋଲିସର ସନ୍ଦେହ ଘନୀଭୂତ ହେବାରୁ ସେମାନେ ଉକ୍ତ ବାଇକର ପିଛା କରି ତିନି ଯୁବକଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଧମକଚମକ ଦେଇ ପଚାରିବାରୁ ସେମାନେ ବ୍ରାଉନସୁଗାର ବେପାର କରନ୍ତି ବୋଲି ଜଣାପଡ଼ିଥିଲା ଓ ଘଟଣାସ୍ଥଳରୁ ତାଙ୍କ ନିକଟରୁ ସିଗାରେଟ ଖୋଳରେ ପ୍ୟାକିଂ ହୋଇଥିବା ବ୍ରାଉନସୁଗାର ମିଳିଥିଲା। ସେମାନଙ୍କ କହିବା ଅନୁଯାୟୀ ସେମାନେ ଉକ୍ତ ପ୍ୟାକେଟକୁ ବାରିପଦା ବସ୍‌ଷ୍ଟାଣ୍ଡରୁ ବସ୍‌ ଯୋଗେ କଟକ ପଠାଇଥାନ୍ତେ । ଅଭିଯୁକ୍ତ ଯୁବକମାନେ ହେଲେ ବୈଶିଙ୍ଗା ଥାନା ଗୋବିନ୍ଦରାୟପୁର ଗ୍ରାମର ସେକ୍‌ ଉସ୍‌ମାନ ଗାନିଙ୍କ ପୁଅ ସେକ୍‌ ଅବ୍‌ଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରଙ୍କ ପୁଅ ମଲ୍ଲିକ ଜାଫର(୨୨) ଓ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ସେକ୍‌ ଅର୍ସଦଙ୍କ ପୁଅ ସେକ୍‌ ନିଆଜ(୨୫) l


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri