Posted inଖେଳ

୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍‌ସିବି: ସେହ୍ବାଗ

ଶାରଜା,୧୨।୧୦: ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ ପ୍ରଦର୍ଶନ ଭାରି ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଅସଫଳ ହେବା ଯୋଗୁ ଦଳ ହାତରୁ ମ୍ୟାଚ୍‌ ଚାଲିଯାଇଥିବା କୁହାଯାଉଛି। ଏହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବ ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ।

ଆର୍‌ସିବି କେବଳ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଆସୁଥିଲା। ଏଲିମିନେଟର୍‌ରେ ତାର ପରିଣାମ ଭୋଗିବାକୁ ପଡ଼ିଛି। ଲକି ଚାର୍ମକୁ ଖେଳାଇବାକୁ ଚାହୁଁଥିଲେ କର୍ଣ୍ଣ ଶର୍ମାଙ୍କଠାରୁ ଭଲ ଆଉ କେହି ନୁହେଁ ବୋଲି ସେହ୍ବାଗ କହିଛନ୍ତି।

କହିରଖୁଛୁ, ଆଇପିଏଲ୍‌ ନିଲାମର ପ୍ରଥମ ରାଉଣ୍ଡରେ ଖ୍ରୀଷ୍ଟିଆନଙ୍କୁ କେହି କିଣି ନ ଥିଲେ। ପରେ ବାଙ୍ଗାଲୋର ତାଙ୍କୁ ୪.୮ କୋଟି ଟଙ୍କାରେ କିଣିଥିଲା। ଏହି ଖେଳାଳି ଚଳିତ ଆଇପିଏଲ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ସେ ମୋଟ ୯ ମ୍ୟାଚ୍‌ ଖେଳିଥିଲେ ହେଁ ସବୁଥିରେ ଫ୍ଲପ୍‌ ହୋଇଛନ୍ତି। ଏହି ସିଜନ୍‌ରେ ୭ ଥର ତାଙ୍କୁ ବ୍ୟାଟିଂର ସୁଯୋଗ ମିଳିଥିଲା। ସେ ୨.୩୩ ହାରରେ ମାତ୍ର ୧୪ ରନ୍‌ କରିଥିଲେ। ସେହିଭଳି ସେ ବୋଲିଂରେ ୯.୩୦ ହାରରେ କେବଳ ୪ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି...

ମନୀଷ କୁମାର ଜାତୀୟ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ...

୩ୟ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲ୍‌ରେ ଏହି ସଫଳତା ହାସଲ କରିବେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି...

୨୦୨୨ ଜୁଲାଇ ୧୫ରୁ ବିଶ୍ୱ ଆଥଲେଟିକ୍ସ

୨୦୨୧ରେ ହେବାକୁଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ୨୦୨୨ ଜୁଲାଇ ୧୫ରୁ ୨୨ ପର୍ଯ୍ୟନ୍ତ ଆମେରିକାର ଅର୍ଗାନସ୍ଥିତ ଇଉଜେନିଠାରେ ଅନୁଷ୍ଠିତ ହେବ। ବର୍ମିଂହାମଠାରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା...

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ...

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର...

୧୫୦୦ ଛକା, ୩୦୦୦ ଚୌକା ସହ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୨୧।୯: କ୍ରିସ ଗେଲ ବିଶ୍ୱ କ୍ରିକେଟର ଏକ ଜଣାଶୁଣା ନାମ। ଆଜି ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ, ତାଙ୍କୁ ୪୨ ବର୍ଷ ବୟସ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ...

Advertisement
Archives

Model This Week