Posted inଖେଳ

ମୁଁ ଆଗାମୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ

ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍‌ ୨୦୨୨ରେ ବାଜିମାତ୍‌ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ ଆସନ୍ତା ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହୁଁନାହାନ୍ତି। ପୁଣିଥରେ ଦଳ ଚାମ୍ପିୟନ ହେବାକୁ ଚାହୁଁଥିଲେ ୨୦୦୭ ଭଳି ରଣନୀତି ଆପଣାଉ। ବରିଷ୍ଠଙ୍କୁ ବାଦ୍‌ ଦେଇ ଯୁବ କ୍ରିକେଟରଙ୍କୁ ଆଗକୁ ଅଣାଯାଉ ବୋଲି ସେ କହିଛନ୍ତି।

କ୍ରିକବଜ୍‌ ସହ କଥାବାର୍ତ୍ତାରେ ସେହ୍ବାଗ କହିଛନ୍ତି, ମୁଁ ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ କହିବି ନାହିଁ, ହେଲେ ନିଶ୍ଚିତ ଭାବେ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛି। ପରବର୍ତ୍ତୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହେଁନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ଏହା ଘଟିଛି। ବହୁ ବର୍ଷ ଧରି ଖେଳିଥିବା ଭେଟେରାନ ଖେଳାଳିମାନେ ସେହି ବିଶ୍ୱକପ୍‌କୁ ଯାଇ ନ ଥିଲେ। ଯୁବ ଖେଳାଳିଙ୍କ ଟିମ୍‌ ଯାଇଥିଲା, ଯେଉଁମାନଙ୍କଠାରୁ କେହି କିଛି ବି ଆଶା କରି ନ ଥିଲେ। ପରବର୍ତ୍ତୀ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ସମାନ ଦଳ ଦେଖିବାକୁ ଚାହେଁ। ସେମାନେ ଜିତିବେ ବୋଲି କେହି ଆଶା କରିବେ ନାହିଁ। ହେଲେ ଭବିଷ୍ୟତ ପାଇଁ ସେହି ଦଳ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତୁମେ ତୁମର ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କର ତେବେ ତୁମେ କେବଳ ଦୁଇ ବର୍ଷ ମଧ୍ୟରେ ଗୋଟିଏ ଟିମ୍‌ ଗଠନ କରିପାରିବ। ଯେଉଁମାନେ ପ୍ରଦର୍ଶନ କରୁନାହାନ୍ତି ଉକ୍ତ ବରିଷ୍ଠ ଖେଳାଳିଙ୍କୁ ମୁଁ ଆଗାମୀ ବିଶ୍ୱକପ୍‌ରେ ଦେଖିବାକୁ ଚାହୁଁନାହିଁ। ଆଶା ଯେ ଚୟନକର୍ତ୍ତାମନେ ଏଭଳି ନିଷ୍ପତ୍ତି ନେବେ। ହେଲେ ସମସ୍ୟା ଏହା ଯେ ଚୟନକର୍ତ୍ତାମାନେ ପରବର୍ତ୍ତୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ରହିବେ କି? ହେଲେ ଯଦି ସେମାନେ ସମାନ ଦଳ ଏବଂ ସମାନ ଆଭିମୁଖ୍ୟ ସହ ବିଶ୍ୱକପ୍‌ ଖେଳନ୍ତି ତେବେ ଫଳାଫଳ ସମାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri