ପଶୁପକ୍ଷୀଙ୍କ ମା’ ସେହେଗାଲ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ମା’ର ସ୍ନେହ, ପ୍ରେମ, ଭଲପାଇବାର ତୁଳନା ନାହିଁ। ତା’ ଭଲପାଇବା କେମିତି ବି, କାହା ପାଇଁ ହୋଇଥାଏ। ଏମିତି ଜଣେ ନିଆରା ମା’ ଅଛନ୍ତି, ଯିଏ ପଶୁପକ୍ଷୀଙ୍କ ଜୀବନ ଆଉ ସ୍ବର ପାଲଟିଛନ୍ତି। ସେମାନଙ୍କ ସହ କଥା ହୁଅନ୍ତି, ଖାଇବାକୁ ଦିଅନ୍ତି, ଭଲମନ୍ଦ ବୁଝନ୍ତି। ସେମାନଙ୍କ ଖୁସିରେ ଖୁସି ହୁଅନ୍ତି, ଦୁଃଖ କଷ୍ଟ ଦୂର ପାଇଁ ପାଖେ ପାଖେ ଥାଆନ୍ତି। ଏମିତିକି ମରିଗଲେ ସ୍ବତନ୍ତ୍ର ଭାବେ ସତ୍କାର ବି କରନ୍ତି। ଏମିତି ଜଣେ ମା’ ହେଉଛନ୍ତି ଟ୍ରିମାନ ସେହେଗାଲ। ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ଏହି ମା’ଙ୍କ ଜୀବନକାହାଣୀ ବିଶ୍ୱ ମାତୃ ଦିବସ ପାଇଁ ବଡ଼ ପ୍ରେରଣା।
ଘରେ ଏବେ ବିଲେଇ, ଗାଈ, ବଳଦ, ଗୁଣ୍ଡୁଚୀ, ନେଉଳ, ବିଭିନ୍ନ ପକ୍ଷୀ ଆଦି ରହିଛନ୍ତି। ସେ ସମସ୍ତଙ୍କୁ ପିଲା ବୋଲି ସମ୍ବୋଧନ କରିବା ସହ ରାଜା, ଶାନ୍ତ, କହ୍ନେୟା, ଟିପୁ, ଖୁସି, ଏମିତି କେତେ କ’ଣ ନାମରେ ଡାକନ୍ତି। ସେମାନଙ୍କ ଖାଇବା, ରହିବା, ଯତ୍ନ ସବୁ ସେ ହିଁ ବୁଝନ୍ତି। ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ବେଶ୍‌ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରନ୍ତି। ଏସବୁ ଦେଖିଲେ ଲାଗିବ ସତେ ଯେମିତି ଏମାନେ ସେହେଗାଲଙ୍କ ଘରର ଜଣେ ଜଣେ ସଦସ୍ୟ। କେବଳ ଘରେ ନୁହେଁ, ସାରା ସହରରେ ରାସ୍ତା, କଲୋନୀ, ହାଟବଜାରରେ ବୁଲୁଥିବା ନିରୀହ ପଶୁପକ୍ଷୀ ମଧ୍ୟ ତାଙ୍କ ଅନାବିଳ ସେହ୍ନ, ମମତାରେ ବାନ୍ଧି ହୋଇଯାଇଛନ୍ତି। ଦିନରେ ଘରେ ଥିବା ପଶୁପକ୍ଷୀଙ୍କ କଥା ବୁଝନ୍ତି, ସନ୍ଧ୍ୟା ହେଲେ ବାହାରେ ଥିବା ନିରୀହ ପ୍ରାଣୀଙ୍କୁ ଖାଇବାକୁ ଦେବାକୁ ବାହାରିଥାନ୍ତି। ପ୍ରାୟତଃ ରାତି ୮ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ସେମାନଙ୍କ ସହ ସମୟ ବିତାଇଥାନ୍ତି। ଯେତେବେଳେ ଦେଖିବ ତାଙ୍କ ସହ ୧୦/୧୫ କୁକୁର ବୁଲୁଥିବେ। ସେ ଜୁଆଡେ ଯାଉଥିବେ ଏମାନେ ନିଜ ପିଲାଙ୍କ ଭଳି ସୁରକ୍ଷା ଦେଉଥିବେ। ସେହେଗାଲ ସେମାନଙ୍କ ସହ କଥା ହେବା ସହ ଖୁସି ବି ହୁଅନ୍ତି। ଯିବା ବାଟରେ ଯେଉଁଠି କୁକୁର, ବୁଲା ଗୋରୁଙ୍କୁ ଦେଖନ୍ତି, ହାତରେ ଧରିଥିବା ଖାଦ୍ୟ ଖୁଆଇଦେଇ ଖୁସି ହୋଇଥାନ୍ତି। ଗୋଟେ ଗୋଟେ ସ୍ଥାନରେ ପାଖାପାଖି ୮୦କୁକୁରଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ଦେଇଥାନ୍ତି। ଖାଲି ଯେ ସେମାନଙ୍କୁ ଖାଇବା ଦେଇ ସେ ଚାଲିଯାଆନ୍ତି ତାହା ନୁହେଁ, ସେମାନଙ୍କ ସହ ବସି କଥା ମଧ୍ୟ ହୁଅନ୍ତି। ବାଟରେ କାହାକୁ ଦେଖି କୁକୁରମାନେ ଭୁକିଲେ ସେ ସେମାନଙ୍କୁ ତାଗିଦ କରନ୍ତି। ପଶୁଙ୍କ ପ୍ରତି ଏଭଳି ଭଲପାଇବା ସମ୍ପର୍କରେ ସେହେଗାଲ କୁହନ୍ତି, ଦୟା, କରୁଣା, ପ୍ରେମ ଯେବେ ଆମ ଭିତରେ ଆସିଯିବ ଆମେ ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିବା। ସେମାନେ କଥା କହିପାରୁନାହାନ୍ତି। କେତେବେଳେ ତାଙ୍କ ଉପରେ ଗାଡ଼ି ମାଡ଼ି ଯାଉଛି, କେତେବେଳେ କାହାର ଗୋଡ଼ ଖଣ୍ଡିଆ ହୋଇଯାଉଛି, କିଏ କେତେବେଳେ ଦରମରା ଅବସ୍ଥାରେ ବୁଲୁଛି। ସେମାନଙ୍କ କଥା କହିବା ପାଇଁ କେହି ତ ରହିବା ଦରକାର। ମୁଁ ସେମାନଙ୍କ ପାଇଁ ଅଛି। ସେମାନଙ୍କ ମନ, ଦେହ ଓ ପେଟ କଥା ମରିବା ଯାଏ ବୁଝିବି। ସେମାନେ ମଣିଷଙ୍କଠାରୁ ବିଶ୍ୱସ୍ତ। କିଏ କିଛି ବି ଖାଇବାକୁ ଦେଉ ସେ ତାଙ୍କ ପଛେ ପଛେ ବୁଲିବେ। ମାସେ ପରେ ଦେଖିଲେ ବି ଜାଣିପାରିବେ।
ଆୟଙ୍ଗର ଯୋଗଶିକ୍ଷା ଅନୁପ୍ରାଣିତ କରିଛି
ପୁଣେରେ ନୃତତ୍ତ୍ୱ ବିଭାଗରେ ଅଧ୍ୟୟନ କରୁଥିବା ବେଳୁ ହିଁ ସେହେଗାଲଙ୍କର ପଶୁପକ୍ଷୀଙ୍କ ପ୍ରତି ଭଲପାଇବା ଜାଗ୍ରତ ହୋଇଥିଲା। ପ୍ରଥମେ ସେ ୨/୩ ପଶୁଙ୍କୁ ଉଦ୍ଧାର କଲାପରେ ସେମାନଙ୍କ ପ୍ରତି ଏକ ଭଲପାଇବା ଓ ଦୃଢ଼ ବନ୍ଧନ ଯୋଡ଼ି ହେଲା। ସେ କୁହନ୍ତି, ଧୀରେଧୀରେ ମୁଁ ଉଦ୍ଧାର କରିଥିବା ପଶୁମାନଙ୍କୁ ଆଣି ପାଖରେ ରଖିଲି। ସେମାନଙ୍କୁ ମୁଁ ସବୁବେଳେ ଭଲ ଖାଇବାକୁ ଦେବାକୁ ଚେଷ୍ଟା କରେ। ବିଲେଇମାନଙ୍କୁ ମାଛ, କୁକୁରମାନଙ୍କୁ ଚିକେନ ଭାତ ନ ହେଲେ ଚୁଡ଼ା ଚିକେନ ଦିଏ। ଏଥିପାଇଁ ମୋ ପରିବାର ଓ ମୋ ସାଙ୍ଗସାଥୀ ମୋତେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ମୁଁ ଗୁରୁଜୀ ବି.କେ.ଏସ୍‌ ଆୟଙ୍ଗରଙ୍କଠାରୁ ଯୋଗ ଶିକ୍ଷା କରିଛି। ଆୟଙ୍ଗର ଏମିତି ଏକ ଯୋଗ ଯାହା ପଶୁମାନଙ୍କ ପ୍ରତି ଭଲପାଇବା ଓ ସମାଜକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାରେ ସାହାଯ୍ୟ କରେ। ୩ବର୍ଷ ହେବ ମୁଁ ମଧ୍ୟ ଏହି ଶିକ୍ଷା ଦେବା ଆରମ୍ଭ କରିଛି। ଏଥିରୁ ମିଳୁଥିବା ଅର୍ଥକୁ ପଶୁମାନଙ୍କ ପାଇଁ ଖର୍ଚ୍ଚ କରିଥାଏ। ଏହି ଯୋଗ ବିଷୟରେ ବହୁତ କମ୍‌ ଲୋକ ସଚେତନ ଅଛନ୍ତି। ଅନ୍ୟ ସବୁଠାରୁ ଏହି ଯୋଗ ଭିନ୍ନ। ଅଧିକରୁ ଅଧିକ ଶିକ୍ଷା କରିବାକୁ ପିଲାମାନେ ଯୋଗଦେଲେ ମୁଁ ଉପାର୍ଜିତ ଅର୍ଥକୁ ଅଧିକ ପଶୁପକ୍ଷୀଙ୍କ ପାଇଁ ଲଗାଇ ପାରିବି ବୋଲି ନିଆରା ମା’ ସେହେଗାଲ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri