ପଶୁପକ୍ଷୀଙ୍କ ମା’ ସେହେଗାଲ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ମା’ର ସ୍ନେହ, ପ୍ରେମ, ଭଲପାଇବାର ତୁଳନା ନାହିଁ। ତା’ ଭଲପାଇବା କେମିତି ବି, କାହା ପାଇଁ ହୋଇଥାଏ। ଏମିତି ଜଣେ ନିଆରା ମା’ ଅଛନ୍ତି, ଯିଏ ପଶୁପକ୍ଷୀଙ୍କ ଜୀବନ ଆଉ ସ୍ବର ପାଲଟିଛନ୍ତି। ସେମାନଙ୍କ ସହ କଥା ହୁଅନ୍ତି, ଖାଇବାକୁ ଦିଅନ୍ତି, ଭଲମନ୍ଦ ବୁଝନ୍ତି। ସେମାନଙ୍କ ଖୁସିରେ ଖୁସି ହୁଅନ୍ତି, ଦୁଃଖ କଷ୍ଟ ଦୂର ପାଇଁ ପାଖେ ପାଖେ ଥାଆନ୍ତି। ଏମିତିକି ମରିଗଲେ ସ୍ବତନ୍ତ୍ର ଭାବେ ସତ୍କାର ବି କରନ୍ତି। ଏମିତି ଜଣେ ମା’ ହେଉଛନ୍ତି ଟ୍ରିମାନ ସେହେଗାଲ। ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ଏହି ମା’ଙ୍କ ଜୀବନକାହାଣୀ ବିଶ୍ୱ ମାତୃ ଦିବସ ପାଇଁ ବଡ଼ ପ୍ରେରଣା।
ଘରେ ଏବେ ବିଲେଇ, ଗାଈ, ବଳଦ, ଗୁଣ୍ଡୁଚୀ, ନେଉଳ, ବିଭିନ୍ନ ପକ୍ଷୀ ଆଦି ରହିଛନ୍ତି। ସେ ସମସ୍ତଙ୍କୁ ପିଲା ବୋଲି ସମ୍ବୋଧନ କରିବା ସହ ରାଜା, ଶାନ୍ତ, କହ୍ନେୟା, ଟିପୁ, ଖୁସି, ଏମିତି କେତେ କ’ଣ ନାମରେ ଡାକନ୍ତି। ସେମାନଙ୍କ ଖାଇବା, ରହିବା, ଯତ୍ନ ସବୁ ସେ ହିଁ ବୁଝନ୍ତି। ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ବେଶ୍‌ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରନ୍ତି। ଏସବୁ ଦେଖିଲେ ଲାଗିବ ସତେ ଯେମିତି ଏମାନେ ସେହେଗାଲଙ୍କ ଘରର ଜଣେ ଜଣେ ସଦସ୍ୟ। କେବଳ ଘରେ ନୁହେଁ, ସାରା ସହରରେ ରାସ୍ତା, କଲୋନୀ, ହାଟବଜାରରେ ବୁଲୁଥିବା ନିରୀହ ପଶୁପକ୍ଷୀ ମଧ୍ୟ ତାଙ୍କ ଅନାବିଳ ସେହ୍ନ, ମମତାରେ ବାନ୍ଧି ହୋଇଯାଇଛନ୍ତି। ଦିନରେ ଘରେ ଥିବା ପଶୁପକ୍ଷୀଙ୍କ କଥା ବୁଝନ୍ତି, ସନ୍ଧ୍ୟା ହେଲେ ବାହାରେ ଥିବା ନିରୀହ ପ୍ରାଣୀଙ୍କୁ ଖାଇବାକୁ ଦେବାକୁ ବାହାରିଥାନ୍ତି। ପ୍ରାୟତଃ ରାତି ୮ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ସେମାନଙ୍କ ସହ ସମୟ ବିତାଇଥାନ୍ତି। ଯେତେବେଳେ ଦେଖିବ ତାଙ୍କ ସହ ୧୦/୧୫ କୁକୁର ବୁଲୁଥିବେ। ସେ ଜୁଆଡେ ଯାଉଥିବେ ଏମାନେ ନିଜ ପିଲାଙ୍କ ଭଳି ସୁରକ୍ଷା ଦେଉଥିବେ। ସେହେଗାଲ ସେମାନଙ୍କ ସହ କଥା ହେବା ସହ ଖୁସି ବି ହୁଅନ୍ତି। ଯିବା ବାଟରେ ଯେଉଁଠି କୁକୁର, ବୁଲା ଗୋରୁଙ୍କୁ ଦେଖନ୍ତି, ହାତରେ ଧରିଥିବା ଖାଦ୍ୟ ଖୁଆଇଦେଇ ଖୁସି ହୋଇଥାନ୍ତି। ଗୋଟେ ଗୋଟେ ସ୍ଥାନରେ ପାଖାପାଖି ୮୦କୁକୁରଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ଦେଇଥାନ୍ତି। ଖାଲି ଯେ ସେମାନଙ୍କୁ ଖାଇବା ଦେଇ ସେ ଚାଲିଯାଆନ୍ତି ତାହା ନୁହେଁ, ସେମାନଙ୍କ ସହ ବସି କଥା ମଧ୍ୟ ହୁଅନ୍ତି। ବାଟରେ କାହାକୁ ଦେଖି କୁକୁରମାନେ ଭୁକିଲେ ସେ ସେମାନଙ୍କୁ ତାଗିଦ କରନ୍ତି। ପଶୁଙ୍କ ପ୍ରତି ଏଭଳି ଭଲପାଇବା ସମ୍ପର୍କରେ ସେହେଗାଲ କୁହନ୍ତି, ଦୟା, କରୁଣା, ପ୍ରେମ ଯେବେ ଆମ ଭିତରେ ଆସିଯିବ ଆମେ ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିବା। ସେମାନେ କଥା କହିପାରୁନାହାନ୍ତି। କେତେବେଳେ ତାଙ୍କ ଉପରେ ଗାଡ଼ି ମାଡ଼ି ଯାଉଛି, କେତେବେଳେ କାହାର ଗୋଡ଼ ଖଣ୍ଡିଆ ହୋଇଯାଉଛି, କିଏ କେତେବେଳେ ଦରମରା ଅବସ୍ଥାରେ ବୁଲୁଛି। ସେମାନଙ୍କ କଥା କହିବା ପାଇଁ କେହି ତ ରହିବା ଦରକାର। ମୁଁ ସେମାନଙ୍କ ପାଇଁ ଅଛି। ସେମାନଙ୍କ ମନ, ଦେହ ଓ ପେଟ କଥା ମରିବା ଯାଏ ବୁଝିବି। ସେମାନେ ମଣିଷଙ୍କଠାରୁ ବିଶ୍ୱସ୍ତ। କିଏ କିଛି ବି ଖାଇବାକୁ ଦେଉ ସେ ତାଙ୍କ ପଛେ ପଛେ ବୁଲିବେ। ମାସେ ପରେ ଦେଖିଲେ ବି ଜାଣିପାରିବେ।
ଆୟଙ୍ଗର ଯୋଗଶିକ୍ଷା ଅନୁପ୍ରାଣିତ କରିଛି
ପୁଣେରେ ନୃତତ୍ତ୍ୱ ବିଭାଗରେ ଅଧ୍ୟୟନ କରୁଥିବା ବେଳୁ ହିଁ ସେହେଗାଲଙ୍କର ପଶୁପକ୍ଷୀଙ୍କ ପ୍ରତି ଭଲପାଇବା ଜାଗ୍ରତ ହୋଇଥିଲା। ପ୍ରଥମେ ସେ ୨/୩ ପଶୁଙ୍କୁ ଉଦ୍ଧାର କଲାପରେ ସେମାନଙ୍କ ପ୍ରତି ଏକ ଭଲପାଇବା ଓ ଦୃଢ଼ ବନ୍ଧନ ଯୋଡ଼ି ହେଲା। ସେ କୁହନ୍ତି, ଧୀରେଧୀରେ ମୁଁ ଉଦ୍ଧାର କରିଥିବା ପଶୁମାନଙ୍କୁ ଆଣି ପାଖରେ ରଖିଲି। ସେମାନଙ୍କୁ ମୁଁ ସବୁବେଳେ ଭଲ ଖାଇବାକୁ ଦେବାକୁ ଚେଷ୍ଟା କରେ। ବିଲେଇମାନଙ୍କୁ ମାଛ, କୁକୁରମାନଙ୍କୁ ଚିକେନ ଭାତ ନ ହେଲେ ଚୁଡ଼ା ଚିକେନ ଦିଏ। ଏଥିପାଇଁ ମୋ ପରିବାର ଓ ମୋ ସାଙ୍ଗସାଥୀ ମୋତେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ମୁଁ ଗୁରୁଜୀ ବି.କେ.ଏସ୍‌ ଆୟଙ୍ଗରଙ୍କଠାରୁ ଯୋଗ ଶିକ୍ଷା କରିଛି। ଆୟଙ୍ଗର ଏମିତି ଏକ ଯୋଗ ଯାହା ପଶୁମାନଙ୍କ ପ୍ରତି ଭଲପାଇବା ଓ ସମାଜକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାରେ ସାହାଯ୍ୟ କରେ। ୩ବର୍ଷ ହେବ ମୁଁ ମଧ୍ୟ ଏହି ଶିକ୍ଷା ଦେବା ଆରମ୍ଭ କରିଛି। ଏଥିରୁ ମିଳୁଥିବା ଅର୍ଥକୁ ପଶୁମାନଙ୍କ ପାଇଁ ଖର୍ଚ୍ଚ କରିଥାଏ। ଏହି ଯୋଗ ବିଷୟରେ ବହୁତ କମ୍‌ ଲୋକ ସଚେତନ ଅଛନ୍ତି। ଅନ୍ୟ ସବୁଠାରୁ ଏହି ଯୋଗ ଭିନ୍ନ। ଅଧିକରୁ ଅଧିକ ଶିକ୍ଷା କରିବାକୁ ପିଲାମାନେ ଯୋଗଦେଲେ ମୁଁ ଉପାର୍ଜିତ ଅର୍ଥକୁ ଅଧିକ ପଶୁପକ୍ଷୀଙ୍କ ପାଇଁ ଲଗାଇ ପାରିବି ବୋଲି ନିଆରା ମା’ ସେହେଗାଲ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri