Posted inଫୁରସତ

ସହଯୋଗ ଲୋଡ଼ା

ଆଜି ହେଉଛି ‘ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…
ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ ଖପୁରି ଭିତରେ ଏହାକୁ ସୁରକ୍ଷିତ କରି ରଖିଛି ପ୍ରକୃତି। ମସ୍ତିଷ୍କଟି ବେଶ୍‌ ନରମ ଓ ଧଳା ଏହାର ଭିତର ଅଂଶ। ସେଥିପାଇଁ ଦୁର୍ଘଟଣାରେ ପଡ଼ି ଖପୁରି ଫାଟିଗଲେ ‘ଦହି ବାହାରି ଆସିଲା’ ବୋଲି ଲୋକେ କହିଥାଆନ୍ତି। ମସ୍ତିଷ୍କର ଓଜନ ଦେଢ଼ କିଗ୍ରା ଓ ଏହା ସ୍ନାୟୁକୋଷଗୁଡ଼ିକୁ ନେଇ ଗଠିତ। ମସ୍ତିଷ୍କର ରହିଛି ବିଭିନ୍ନ ଅଂଶ, ଯଥା-ସିରିବ୍ରମ, ସେରିବେଲମ୍‌, ବ୍ରେନ୍‌ ଷ୍ଟେମ୍‌ ଇତ୍ୟାଦି। ଅଂଶଭେଦରେ ସେଗୁଡିକର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ। ମସ୍ତିଷ୍କକୁ ଦେହର ‘ହେଡ୍‌ ଅଫିସ’ ବୋଲି କୁହାଯାଇଛି। କାରଣ ସମଗ୍ର ଦେହଟିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସୁଖୀ କାରିଗର ହେଉଛି ମସ୍ତିଷ୍କ। ଆମର ସୁଖ ଦୁଃଖ, କ୍ରୋଧ, ପ୍ରେମ, ଅଭିମାନ ସହ ବିଭିନ୍ନ ଅଭିବ୍ୟକ୍ତ ସମେତ ଶାରୀରିକ ଅସୁଖବିସୁଖ ମଧ୍ୟ ମସ୍ତିଷ୍କ ହାତରେ ରହିଛି। ଅନୁଭବ କରିବା, ଚଲାବୁଲା କରିପାରିବା, ଶ୍ୱାସକ୍ରିୟା କରିବା, ଚିନ୍ତା କରିବା, ମନେରଖିବା, ମନେପକାଇବା ଆଦି ଯାବତୀୟ କାମର ପଶ୍ଚାତ୍‌ରେ ରହିଛି ମସ୍ତିଷ୍କର ଭୂମିକା। ମସ୍ତିଷ୍କର ବିକାଶ ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ ଭ୍ରୂଣ ଅବସ୍ଥାରୁ।
ବ୍ରେନ୍‌ ଟ୍ୟୁମର ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୮ ତାରିଖରେ ପାଳିତ ହୋଇଥାଏ ‘ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ତେବେ ରୋଗର ଭାବୀ ପରିଣତି ଭଲ ହୋଇ ନ ଥିବାରୁ ରୋଗୀର ଚିକିତ୍ସାରେ ଅବହେଳା ନ କରି ରୋଗୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ଓ ତାହାର ମନୋବଳ ବୃଦ୍ଧି କରାଇବା ପାଇଁ ଯତ୍ନଶୀଳ ହେବା ହେଉଛି ପ୍ରଥମ କର୍ତ୍ତବ୍ୟ। ରୋଗୀ, ରୋଗୀ ପରିବାର ସଦସ୍ୟ, ରୋଗୀ ଚିକିତ୍ସାରେ ନିୟୋଜିତ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ସହଯୋଗ ଏଥିପାଇଁ କାମ୍ୟ। ରୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଦାନ ଉପଲବ୍ଧ ହେବା ଉଚିତ। ସମସ୍ତଙ୍କର ଅକୁଣ୍ଠ ସହଯୋଗ ମିଳିପାରିଲେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କର ଅଶେଷ ଉପକାର ସାଧିତ ହୋଇପାରିବ। ଏହା ହିଁ ହେଉଛି ଚଳିତ ବର୍ଷ ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଉପଲକ୍ଷେ ପ୍ରସାରିତ ବାର୍ତ୍ତାର ସାରମର୍ମ।
ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ତାହାକୁ ‘ମସ୍ତିଷ୍କ ମୃତ୍ୟୁ’ ବା ବ୍ରେନ୍‌ ଡେଡ୍‌ ବୋଲି କହିଥାଉ। ସେପରି ଅବସ୍ଥା ଉପୁଜିଲେ ବିଭିନ୍ନ ଯାନ୍ତ୍ରିକ ଉପକରଣ ବିନିଯୋଗ କରି ରୋଗୀକୁ ବଞ୍ଚେଇ ରଖିହେଲେ ମଧ୍ୟ ମୃତ୍ୟୁ ହିଁ ହେଉଛି ଅବଶ୍ୟମ୍ଭାବୀ ପରିଣତି। ଏହି ବ୍ରେନ୍‌ ଡେଡ୍‌ ଅବସ୍ଥାରେ ହିଁ ଅଙ୍ଗ ପ୍ରତିରୋପଣ ପାଇଁ ତା’ର ଶରୀରରୁ ବିଭିନ୍ନ ଅଙ୍ଗ ସଂଗ୍ରହ କରାଯାଇଥାଏ।
ଅନ୍ୟାନ୍ୟ ଅଙ୍ଗଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷଗୁଡିକୁ ନେଇ ଗଠିତ ହୋଇଥିବାରୁ ମସ୍ତିଷ୍କରେ ମଧ୍ୟ ଅର୍ବୁଦ ବା ‘ଟ୍ୟୁମର’ ଜାତ ହୋଇଥାଏ। ତେବେ ମସ୍ତିଷ୍କଟି ଖପୁରି ହାଡ଼ଗୁଡିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ମସ୍ତିଷ୍କରେ ଅର୍ବୁଦ ଶରୀରର ଅନ୍ୟ ଅଙ୍ଗଗୁଡିକୁ ପ୍ରସରି ପାରେ ନାହିଁ। କିନ୍ତୁ ଶରୀରର ଅନ୍ୟ ଅଙ୍ଗଗୁଡିକରେ କ୍ୟାନ୍‌ସର ବା କର୍କଟ ରୋଗ ହେଲେ ତାହା ମସ୍ତିଷ୍କକୁ ପ୍ରସରି ଯାଇପାରେ। ମସ୍ତିଷ୍କରେ ବିଭିନ୍ନ ପ୍ରକାର ଟ୍ୟୁମର ହେଉଥିଲେ ମଧ୍ୟ ‘ଗ୍ଲାୟୋମା’ ନାମକ ଟ୍ୟୁମର ସବୁଠାରୁ ବେଶୀ ମାରାତ୍ମକ। ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର ସ୍ପଷ୍ଟ କାରଣ ଜଣାପଡିନି। ଅଥଚ କେବଳ ଆମେରିକାରେ ରହିଛନ୍ତି ପାଖାପାଖି ୭ ଲକ୍ଷ ବ୍ରେନ୍‌ ଟ୍ୟୁମର ରୋଗୀ।
ପିଲାଠାରୁ ବୁଢ଼ା-ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି। ମହିଳାମାନଙ୍କ ଅପେକ୍ଷା ବେଶୀ ଆକ୍ରାନ୍ତ ହୋଇଥାଆନ୍ତି ପୁରୁଷମାନେ। ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ।
ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନ୍‌ରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରି ହେବାର ବାଟ ନ ଥାଏ। ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁଁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶପାଏ ଭୀଷଣ ମୁଣ୍ଡ ବ୍ୟଥା, ବାନ୍ତି, ଆଖିକୁ ଭଲ ଦେଖାଯାଏନା, କାନରେ ଭଲ ଶୁଣିହୁଏନି। ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ। ଭଲ ଭାବରେ କଥା କହିପାରେନି। କୌଣସି କଥା ମନେରଖିପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା। ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ।
ରୋଗ ନିର୍ଣ୍ଣୟ ପାଇଁ ଡାକ୍ତରମାନେ ରୋଗୀର ଶାରୀରିକ ପରୀକ୍ଷା କରନ୍ତି। ଖପୁରିକୁ ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ, ଏମ୍‌ଆରଆଇ ସ୍କାନ, ପେଟ ସ୍କାନ, ଇଇଜି, ଆଞ୍ଜିଓଗ୍ରାମ୍‌, ଭେଣ୍ଟିକ୍ୟୁଲୋଗ୍ରାମ ଇତ୍ୟାଦି ପରୀକ୍ଷା କରେଇ ନିଅନ୍ତି। ଅପରେଶନ କରିବା ସମୟରେ ଆକ୍ରାନ୍ତ ଅଂଶରୁ ତନ୍ତୁ ସଂଗ୍ରହ କରି କରେଇଥାଆନ୍ତି ତା’ର ବାୟୋଲୋଜି ପରୀକ୍ଷା।
ଅପରେଶନ ସମୟରେ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ମସ୍ତିଷ୍କରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମାନ ଥିବାରୁ ସତର୍କ ନ ରହିଲେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ଅପରେଶନ କରି ସାରି କରାଯାଏ ରଶ୍ମି ଚିକିତ୍ସା ବା ‘ରେଡିଓଥେରାପି’। ସ୍ଥଳବିଶେଷରେ ରସାୟନ ଚିକିତ୍ସା ବା କେମୋଥେରାପି। ସଅଳ ଚିକିତ୍ସା କରା ନ ଗଲେ ରୋଗୀର ଭବିଷ୍ୟତ ଭଲ ନୁହେଁ।

 

ସମସ୍ତଙ୍କର ଅକୁଣ୍ଠ ସହଯୋଗ ମିଳିପାରିଲେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କର ଅଶେଷ ଉପକାର ସାଧିତ ହୋଇପାରିବ। ଏହା ହେଉଛି ଚଳିତ ବର୍ଷ ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଉପଲକ୍ଷେ ପ୍ରସାରିତ ବାର୍ତ୍ତାର ସାରମର୍ମ ।

– ଡା. ନିତ୍ୟାନନ୍ଦ ସ୍ବାଇଁ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri