Posted inଫୁରସତ

ସଚେତନତା ଲୋଡ଼ା

ଯେତେ ପ୍ରକାରର ମାନସିକ ସମସ୍ୟା ରହିଛି ସେଥିମଧ୍ୟରୁ ସ୍କିଜୋଫ୍ରେନିୟା ହେଉଛି ସବୁଠାରୁ ଗମ୍ଭୀର ସମସ୍ୟା। ଏଥିରେ ରୋଗୀର ବ୍ୟବହାର ଓ ଚିନ୍ତା କରିବାର ଶକ୍ତି ମୁଖତଃ ପ୍ରଭାବିତ ହୋଇଥାଏ। ପ୍ରତି ବର୍ଷ ମେ’ ୨୪ ତାରିଖରେ ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନ କରାଯାଇଥାଏ। ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨.୫ କୋଟି ଲୋକ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍କିଜୋଫ୍ରେନିୟା ଆମ ଦେଶରେ ପ୍ରତି ଶହେ ଜଣରେ ଜଣକୁ ହୋଇଥାଏ। ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି, ଯାହାଫଳରେ ରୋଗୀ ଠିକ୍‌ ସମୟରେ ଉଚିତ ଚିକିତ୍ସା ପାଇ ପାରୁନାହାନ୍ତି।
ସ୍କିଜୋଫ୍ରେନିୟା ରୋଗ ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ଏହି ରୋଗ ଦ୍ୱାରା ବ୍ୟକ୍ତିର ବ୍ୟବହାର, ଭାବନା, ଆବେଗ ଓ କାର୍ଯ୍ୟଦକ୍ଷତା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ। ନିଜର ଦୈନନ୍ଦିନ କାର୍ଯ୍ୟକୁ ଠିକ୍‌ ଭାବେ କରିପାରେ ନାହିଁ ଏବଂ ନିଦ କମିଯାଏ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କ ଉପରେ ସନ୍ଦେହ କରିଥାଏ। ରୋଗୀ ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖା ଯାଇଥାଏ। ରୋଗୀ କିଛି କାରଣ ନ ଥାଇ କଥା ଶୁଣାଯାଉଛି ଓ ଶୂନ୍ୟବାଣୀ ହେଉଛି ବୋଲି କହିଥାଏ। କେତେକ ରୋଗୀ ନ ଥିବା ବସ୍ତୁ ବା ବ୍ୟକ୍ତିଙ୍କୁ ଦେଖିପାରୁଛନ୍ତି ବୋଲି ମଧ୍ୟ କହିଥାନ୍ତି। ରୋଗୀମାନେ ବେଳେ ବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏହି ପ୍ରତିକ୍ରିୟାରେ ସେମାନେ ନିଜେ ମନେ ମନେ କଥା ହୁଅନ୍ତି। ଶୂନ୍ୟରେ ଜବାବ ଦିଅନ୍ତି, ମନକୁ ମନ ହସନ୍ତି ଓ କାନ୍ଦନ୍ତି। ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ଓ ଉତ୍ତେଜିତ ହୋଇପଡ଼ନ୍ତି । ସେମାନେ ଘରୋଇ ଦାୟିତ୍ୱ ନେବା, କର୍ମ କ୍ଷେତ୍ରରେ କାର୍ଯ୍ୟଭାର ନେବା ଓ ବିଭିନ୍ନ ସାମାଜିକ ପରିସ୍ଥିତିରେ ନିଜକୁ ଖାପଖୁଆଇ ଚଳାଇବାରେ ଅସମର୍ଥ ହୁଅନ୍ତି। କେତେକ ରୋଗୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥାନ୍ତି। ଅନେକ ରୋଗୀ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ ମଧ୍ୟ କରିଥାନ୍ତି।
ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ ନାମକ ରାସାୟନିକ ପଦାର୍ଥ (ନ୍ୟୁରୋଟ୍ରାନ୍ସମିଟର)ର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ। ଏହା ଜିନ୍‌ଗତ କାରଣ କିମ୍ବା ପାରିପାର୍ଶ୍ୱିକ ଚାପ କାରଣରୁ ହୋଇପାରେ। ଏହି ରୋଗ ଅନେକାଂଶରେ ବଂଶାନୁଗତିକ ହୋଇଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯଦି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ କାହାକୁ ସ୍କିଜୋଫ୍ରେନିୟା ହୋଇଥାଏ, ତେବେ ତାଙ୍କ ପିଲାଙ୍କୁ ଏହି ରୋଗ ହେବାର ପ୍ରାୟତଃ ୧୦ ପ୍ରତିଶତ ଆଶଙ୍କା ଥାଏ।
ସ୍କିଜୋଫ୍ରେନିୟା ଏକ ଜଟିଳ ରୋଗ ହେଲେ ମଧ୍ୟ ଏହାର ଚିକିତ୍ସା ସହଜରେ କରିହେବ। ଏଥିନିମନ୍ତେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଜରୁରୀ। ପ୍ରାରମ୍ଭିକ ଅବସ୍ଥାରେ ରୋଗର ଲକ୍ଷଣକୁ ଚିହ୍ନିବାରେ ପରିବାରର ସଦସ୍ୟମାନେ ସାଧାରଣତଃ ବିଳମ୍ବ କରିଥାଆନ୍ତି। କେତେକ ଲୋକ ସ୍କିଜୋଫ୍ରେନିୟା ରୋଗ ଓ ତଜ୍ଜନିତ ବ୍ୟବହାରକୁ ରୋଗର ଲକ୍ଷଣ ନ ମାନି, ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଯୋଗୁ ରୋଗୀକୁ ଗୁଣିଗାରେଡ଼ି ପାଖକୁ ନେଇ ଅଯଥା ସମୟ ନଷ୍ଟ କରାଇଥାନ୍ତି। ଏ ସବୁ ଦ୍ୱାରା ରୋଗର ପ୍ରକୋପ ବଢ଼େ ଓ ଡେରିରେ ଚିକିତ୍ସା ଆରମ୍ଭ କଲେ ବେଶି ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ କିମ୍ବା ରୋଗୀ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବାର ଆଶଙ୍କା କମି ଯାଇଥାଏ।
ସ୍କିଜୋଫ୍ରେନିୟାର ଚିକିତ୍ସା ପାଇଁ ଔଷଧ (ଆଣ୍ଟିସାଇକୋଟିକ) ଗୁଡ଼ିକୁ ମୁଖ୍ୟତଃ ଟାବ୍ଲେଟ ମାଧ୍ୟମରେ ଯାଇଥାଏ। କେତେକ ରୋଗୀ ଔଷଧ ଖାଇବାକୁ ରାଜି ହୋଇ ନ ଥାନ୍ତି, ସେହି କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଔଷଧଗୁଡ଼ିକୁ ଇଞ୍ଜେକଶନ୍‌ ମାଧ୍ୟମରେ ଦିଆଯାଇଥାଏ। ବର୍ତ୍ତମାନ ସ୍କିଜୋଫ୍ରେନିୟାର ଚିକିତ୍ସା ନିମନ୍ତେ ଅନେକ ଉନ୍ନତ ଧରଣର ଔଷଧ ବ୍ୟବହାର କରାଗଲାଣି, ଯାହାର ବ୍ୟବହାର ଯୋଗୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନାହିଁ। ଆଜିକାଲି ଏହି ଔଷଧଗୁଡ଼ିକ ଖୁବ୍‌ କମ୍‌ ଦାମ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ସ୍କିଜୋଫ୍ରେନିୟାର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଔଷଧର ଏକ ନିର୍ଦ୍ଦିଷ୍ଟ କୋର୍ସ ରହିଥାଏ। ଏହି କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ଦେଖାଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ପୂର୍ବରୁ ଔଷଧ ବନ୍ଦ କରି ଦେଲେ ରୋଗ ପୁନର୍ବାର ଦେଖାଯିବାର ଆଶଙ୍କା ଦେଖାଯାଇଥାଏ। ଜାଣି ରଖିବା ଉଚିତ ଯେ ଏହି ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ କିମ୍ବା ଏହା ଅଭ୍ୟାସରେ ପଡ଼ିଯାଏ ନାହିଁ। ଏହି ରୋଗର ଚିକିତ୍ସା ପାଇଁ କେତେଦିନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିବ ତାହା ରୋଗୀ ଓ ତାଙ୍କର ପରିବାରର ଲୋକମାନେ ଡାକ୍ତରଙ୍କଠାରୁ ବୁଝି ରଖିବା ଜରୁରୀ। ଔଷଧ ଛଡ଼ା ମନସ୍ତାତ୍ତ୍ୱିକ ଚିକିତ୍ସା (କାଉନ୍‌ସେଲିଂ) ସହିତ ରୋଗୀର ସାମାଜିକ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ମଧ୍ୟ ଦରକାର ପଡ଼ିଥାଏ।
ସରକାରଙ୍କ ତରଫରୁ ସ୍କିଜୋଫ୍ରେନିୟା ଆକ୍ରାନ୍ତ ରୋଗୀଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଉଛି। ଯାହାଫଳରେ ସେମାନେ ଅନେକ ସୁବିଧା ଓ ସୁଯୋଗ ପାଇ ପାରୁଛନ୍ତି। ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଯାହାଫଳରେ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରାଯାଇପାରିବ ଓ ରୋଗୀଙ୍କୁ ଠିକ୍‌ ଚିକିତ୍ସା ପ୍ରଦାନ କରାଯାଇ ପାରିବ। ଏହାଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।
– ଡା. ସତ୍ୟକାମ ମହାପାତ୍ର,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ: ୮୪୫୬୯୧୫୫୦୬


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri