Posted inଫୁରସତ

ଗାଡ଼ିରେ ରିଲ୍ସ ବନେଇ ଫାଇନ ଭରିଲେ

ଲକ୍ଷ୍ନୌ: ଲୋକେ ନିଜ ବିବାହକୁ ମେମୋରେବଲ କରିବା ପାଇଁ ବହୁତ ପ୍ଲାନ୍‌ କରୁଛନ୍ତି। ଏଥିସହ ବର କନ୍ୟା ବିବାହ ପୂର୍ବରୁ ବିଭିନ୍ନ ସ୍ଥାନକୁ ଯାଇ ପ୍ରିୱେଡିଂ ଫଟୋଶୁଟ ମଧ୍ୟ କରୁଥିବା ନଜରକୁ ଆସୁଛନ୍ତି। ହେଲେ ନିକଟରେ ଜଣେ କନ୍ୟାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ଲାଗିଛି। ଭିଡିଓରେ ଜଣେ ଝିଅ କନ୍ୟା ବେଶରେ କାରର ବୋନେଟ ଉପରେ ବସି ରିଲ୍‌ କରୁଥିବା ଦେଖିବାକୁ ମିଳିଛି। ସେଥିରେ ବିବାହ ଫିଲ୍ମର ଗୀତ ବାଜୁଛି। ଆଗରେ ଜଣେ କ୍ୟାମେରା ମ୍ୟାନ୍‌ ତାଙ୍କ ଭିଡିଓ ଶୁଟ କରୁଛନ୍ତି। ତାଙ୍କ ପାଖ ଦେଇ ଯାଉଥିବା ସମସ୍ତେ ତାଙ୍କୁ ବୁଲି ବୁଲି ଦେଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ। ଏହି ଭିଡିଓ ଭାଇରାଲ ପରେ ସେଠାକାର ପୋଲିସ ଏହି ମାମଲାରେ ତାଙ୍କ ଉପରେ ୧୫ ହଜାର ଟଙ୍କା ଜରିମାନା ଲଗାଇଛି। ଏଥିସହ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିନା ହେଲ୍‌ମେଟରେ ସ୍କୁଟି ଚଲାଉଛନ୍ତି। ଏହି ଘଟଣାରେ ତାଙ୍କୁ ସେଠାକାର ପୋଲିସ ୧୫୦୦ ଟଙ୍କା ଜରିମାନା ପକାଇଛି। ପୋଲିସ ଯାଞ୍ଚ କରିବାରୁ ଜଣାପଡିଛି, ଉକ୍ତ କନ୍ୟାଙ୍କ ନାମ ବର୍ଣ୍ଣିକା ଚୌଧୁରୀ। ସେ ପ୍ରଥମେ କାର୍‌ର ବୋନେଟ୍‌ ଉପରେ ବସି ପରେ ବିନା ହେଲ୍‌ମେଟରେ ସ୍କୁଟି ଚଲାଇ ରିଲ୍‌ ବନାଇଛନ୍ତି। ତେବେ ତାଙ୍କର ଏହି ଭିଡିଓରେ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିବାବେଳେ କିଛି ଲୋକଙ୍କ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ଆପଣ ବୋଧେ କାର୍‌ ଆଉ ମେକପ ଆର୍ଟିଷ୍ଟଙ୍କ ପ୍ରମୋଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri