Posted inଖେଳ

ଆଇବିଏ ଦ୍ୱାରା ୪ ମହାସଂଘ ନିଲମ୍ବିତ

ଲାଉସାନ୍ନେ,୨୪ା୫(ପି.ଟି.): ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ୍‌ (ଆଇବିଏ) ପକ୍ଷରୁ ୪ ଦେଶର ଜାତୀୟ ମହସଂଘକୁ ନିଲମ୍ବିତ କରାଯାଇଛି। ଏକ ବିଦ୍ରୋହୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା କାରଣରୁ ଜର୍ମାନୀ, ନ୍ୟୁଜିଲାଣ୍ଡ, ସ୍ବିଡେନ୍‌ ଓ ନେଦରଲାଣ୍ଡ୍ସକୁ ନିଲମ୍ବନ କରାଯାଇଛି। ଗତ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ସମେତ କିଛି ଦେଶର ମହାସଂଘ ମିଳିତ ଭାବରେ ଓ୍ବାଲର୍‌ଡ ବକ୍ସିଂ ନାମରେ ଅନୁଷ୍ଠାନ ଖୋଲିଥିଲେ। ଆଇବିଏ ଅଗୋଚରରେ ଏହି ୪ ରାଷ୍ଟ୍ରର ଅଫିସିଆଲମାନେ ଓ୍ବାଲର୍‌ଡ ବକ୍ସିଂ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଆଇବିଏର ଆଚରଣ ବିଧି ଉଲ୍ଲଂଘନ କାରଣରୁ ଏହି ୪ ରାଷ୍ଟ୍ରଙ୍କୁ ନିଲମ୍ବିତ କରାଯାଇଛି। ୪ ମହାସଂଘ ଉପରୁ ବ୍ୟାନ ହଟାଇବା କିମ୍ବା କୌଣସି ଆଲୋଚନା ପୂର୍ବରୁ ଉକ୍ତ ସଙ୍ଗଠନଠାରୁ ନିଜକୁ ଦୂରେଇବାକୁ ପଡିବ ବୋଲି ଆଇବିଏ ପକ୍ଷରୁ ପ୍ରକାଶ। କୌଣସି ବି ପରିସ୍ଥିତିରେ ଅନ୍ୟ ଏକ ଅନ୍ତର୍ଜାତୀୟ ସଙ୍ଗଠନକୁ ଗ୍ରହଣ କରାଯିବ ନାହିଁ। ଏହା ପୂର୍ବରୁ ଚେକ୍‌ ରିପବ୍ଲିକ୍‌, ଲାଇବେରିଆ ଓ ଗୁଏନାର ମହାସଂଘକୁ ମଧ୍ୟ ନିଲମ୍ବିତ କରାଯାଇଥିଲା। କେବଳ ଆମେରିକୀୟ ବକ୍ସିଂ ମହାସଂଘ ଏହାର ସଦସ୍ୟତା ପ୍ରତ୍ୟାହାର କରି ନେଇଛି। ଲାଇବେରିଆ ଓ ଗୁଏନା ମହାସଂଘ ବାର୍ଷିକ ରିପୋର୍ଟ ପ୍ରଦାନରେ ଅସମର୍ଥ ରହିଥିବାରୁ ଏହାକୁ ନିଲମ୍ବନ କରାଯାଇଛି। ସମୁଦାୟ ୭ ମହାସଂଘ ନିଲମ୍ବିତ ହୋଇଥିବା ବେଳେ ଏହି ରାଷ୍ଟ୍ରର ବକ୍ସରମାନେ ବିଭିନ୍ନ ଆଇବିଏ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। ଆଇବିଏ କ୍ରୀଡା ବିଭାଗ ଦ୍ୱାରା ପଞ୍ଜୀକୃତ ଆଥ୍‌ଲେଟମାନେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହା ସହିତ ଭବିଷ୍ୟତରେ ଅଲିମ୍ପିକ୍ସରେ ବକ୍ସିଂର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ୨୦୨୮ ଲସ ଏଞ୍ଜେଲେସ୍‌ ଅଲିମ୍ପିକ୍ସରେ ବକ୍ସିଂ ଇଭେଣ୍ଟକୁ ସାମିଲ କରାଯାଇ ନାହିଁ। ଆଇବିଏ ପୂର୍ବରୁ ଏଆଇବିଏ ନାମରେ ରହିଥିବା ବେଳେ ୨୦୧୯ରେ ଅଲିମ୍ପିକ୍ସ କମିଟି ପକ୍ଷରୁ ଏହାକୁ ନିଲମ୍ବନ କରାଯାଇଥିଲା। ପ୍ରଥମେ ଟୋକିଓ ଅଲିମ୍ପିକ୍ସରେ ଆଇବିଏ ହାତରୁ ଆୟୋଜନ ଅଧିକାର ଛଡାଇ ନିଆଯାଇଥିବା ବେଳେ ପ୍ୟାରିସ୍‌ ଅଲିମ୍ପିକ୍ସରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri