Posted inଖେଳ

ଆଇବିଏ ଦ୍ୱାରା ୪ ମହାସଂଘ ନିଲମ୍ବିତ

ଲାଉସାନ୍ନେ,୨୪ା୫(ପି.ଟି.): ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ୍‌ (ଆଇବିଏ) ପକ୍ଷରୁ ୪ ଦେଶର ଜାତୀୟ ମହସଂଘକୁ ନିଲମ୍ବିତ କରାଯାଇଛି। ଏକ ବିଦ୍ରୋହୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା କାରଣରୁ ଜର୍ମାନୀ, ନ୍ୟୁଜିଲାଣ୍ଡ, ସ୍ବିଡେନ୍‌ ଓ ନେଦରଲାଣ୍ଡ୍ସକୁ ନିଲମ୍ବନ କରାଯାଇଛି। ଗତ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ସମେତ କିଛି ଦେଶର ମହାସଂଘ ମିଳିତ ଭାବରେ ଓ୍ବାଲର୍‌ଡ ବକ୍ସିଂ ନାମରେ ଅନୁଷ୍ଠାନ ଖୋଲିଥିଲେ। ଆଇବିଏ ଅଗୋଚରରେ ଏହି ୪ ରାଷ୍ଟ୍ରର ଅଫିସିଆଲମାନେ ଓ୍ବାଲର୍‌ଡ ବକ୍ସିଂ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଆଇବିଏର ଆଚରଣ ବିଧି ଉଲ୍ଲଂଘନ କାରଣରୁ ଏହି ୪ ରାଷ୍ଟ୍ରଙ୍କୁ ନିଲମ୍ବିତ କରାଯାଇଛି। ୪ ମହାସଂଘ ଉପରୁ ବ୍ୟାନ ହଟାଇବା କିମ୍ବା କୌଣସି ଆଲୋଚନା ପୂର୍ବରୁ ଉକ୍ତ ସଙ୍ଗଠନଠାରୁ ନିଜକୁ ଦୂରେଇବାକୁ ପଡିବ ବୋଲି ଆଇବିଏ ପକ୍ଷରୁ ପ୍ରକାଶ। କୌଣସି ବି ପରିସ୍ଥିତିରେ ଅନ୍ୟ ଏକ ଅନ୍ତର୍ଜାତୀୟ ସଙ୍ଗଠନକୁ ଗ୍ରହଣ କରାଯିବ ନାହିଁ। ଏହା ପୂର୍ବରୁ ଚେକ୍‌ ରିପବ୍ଲିକ୍‌, ଲାଇବେରିଆ ଓ ଗୁଏନାର ମହାସଂଘକୁ ମଧ୍ୟ ନିଲମ୍ବିତ କରାଯାଇଥିଲା। କେବଳ ଆମେରିକୀୟ ବକ୍ସିଂ ମହାସଂଘ ଏହାର ସଦସ୍ୟତା ପ୍ରତ୍ୟାହାର କରି ନେଇଛି। ଲାଇବେରିଆ ଓ ଗୁଏନା ମହାସଂଘ ବାର୍ଷିକ ରିପୋର୍ଟ ପ୍ରଦାନରେ ଅସମର୍ଥ ରହିଥିବାରୁ ଏହାକୁ ନିଲମ୍ବନ କରାଯାଇଛି। ସମୁଦାୟ ୭ ମହାସଂଘ ନିଲମ୍ବିତ ହୋଇଥିବା ବେଳେ ଏହି ରାଷ୍ଟ୍ରର ବକ୍ସରମାନେ ବିଭିନ୍ନ ଆଇବିଏ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। ଆଇବିଏ କ୍ରୀଡା ବିଭାଗ ଦ୍ୱାରା ପଞ୍ଜୀକୃତ ଆଥ୍‌ଲେଟମାନେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହା ସହିତ ଭବିଷ୍ୟତରେ ଅଲିମ୍ପିକ୍ସରେ ବକ୍ସିଂର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ୨୦୨୮ ଲସ ଏଞ୍ଜେଲେସ୍‌ ଅଲିମ୍ପିକ୍ସରେ ବକ୍ସିଂ ଇଭେଣ୍ଟକୁ ସାମିଲ କରାଯାଇ ନାହିଁ। ଆଇବିଏ ପୂର୍ବରୁ ଏଆଇବିଏ ନାମରେ ରହିଥିବା ବେଳେ ୨୦୧୯ରେ ଅଲିମ୍ପିକ୍ସ କମିଟି ପକ୍ଷରୁ ଏହାକୁ ନିଲମ୍ବନ କରାଯାଇଥିଲା। ପ୍ରଥମେ ଟୋକିଓ ଅଲିମ୍ପିକ୍ସରେ ଆଇବିଏ ହାତରୁ ଆୟୋଜନ ଅଧିକାର ଛଡାଇ ନିଆଯାଇଥିବା ବେଳେ ପ୍ୟାରିସ୍‌ ଅଲିମ୍ପିକ୍ସରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri