Posted inଖେଳ

ଏହି ଖେଳାଳିଙ୍କୁ ଦେଖି ପୁଣି କ୍ରିକେଟ୍‌କୁ ଫେରିବାକୁ ଚାହୁଁଛନ୍ତି ଏବି.ଡିଭିଲିୟର୍ସ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୨ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡି ଭିଲିୟର୍ସ କ୍ରିକେଟ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ରଖାଯାଇ ନ ଥିଲା। ଚଳିତବର୍ଷ ଖେଳୁ ନ ଥିଲେ ମଧ୍ୟ ସେ ହୃଦୟରୁ ବେଙ୍ଗାଲୁରୁକୁ ସମର୍ଥନ କରୁଛନ୍ତି। ଏବେ ସେ ପୁଣିଥରେ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ସିଜନରେ ବେଙ୍ଗାଲୁରୁର ଜଣେ ଖେଳାଳିଙ୍କୁ ଦେଖି ସେ ପୁଣି କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ଏହି ଖେଳାଳି ଜଣଙ୍କ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ। ସେ ୩୭ ବର୍ଷ ବୟସରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କାର୍ତ୍ତିକ ସେ ୩୭ ବର୍ଷ ବୟସରେପାଇଁ ମ୍ୟାଚ ଫାଇନିସର ଭୂମିକା ଗ୍ରହଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୨, ୧୪, ୪୪, ୭, ୩୪, ୬୬ ଏବଂ ୧୩ର ଇନିଂସ ଖେଳିଛନ୍ତି। ଏହି ସମୟରେ କାର୍ତ୍ତିକଙ୍କ ଷ୍ଟ୍ରାଇକ ହାର ୨୦୦ରୁ ଅଧିକ ହୋଇଛି। ସେ ସାତୋଟି ଇନିଂସ ମଧ୍ୟରୁ ୬ଟିରେ ଆଉଟ ହୋଇନାହାଁନ୍ତି। ଏହି ସିଜିନରେ, କାର୍ତ୍ତିକଙ୍କ ହାରାହାରି ୧୯୦ରୁ ଅଧିକ ରହିଛି। ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଦୀନେଶ କାର୍ତ୍ତିକଙ୍କୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସାମିଲ କରିବାକୁ କହିଥିଲେ।
ଏବେ ଡି ଭିଲିୟର୍ସ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯେଉଁ ଫର୍ମରେ ସେ ଅଛନ୍ତି, ସେ ଦଳ ପାଇଁ ଦୁଇରୁ ତିନୋଟି ମ୍ୟାଚ ଜିତାଇଛନ୍ତି। ସେ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ଫର୍ମରେ ଅଛନ୍ତି। ସେ ଏହି ଆତ୍ମବିଶ୍ୱାସ କେଉଁଠୁ ପାଇଲେ ମୁଁ ଜାଣେ ନାହିଁ, କାରଣ ମଝିରେ ମଝିରେ କାର୍ତ୍ତିକ କ୍ରିକେଟ ଖେଳି ନାହାଁନ୍ତି, କିନ୍ତୁ ତାଙ୍କ ବ୍ୟାଟିଂ ଆଶ୍ଚର୍ଯ୍ୟଜନକ ଏବଂ ସେ ୩୬୦ ଡିଗ୍ରୀ ସଟ୍‌ ଖେଳିବାରେ ମାଷ୍ଟର ଅଟନ୍ତି। କାର୍ତ୍ତିକ ଖେଳୁଥିବା ଦେଖି ମୋତେ ପୁଣି ବ୍ୟାଟିଂ କରିବାକୁ ଇଚ୍ଛା ହେଉଛି। ସେ ମୋତେ ଉତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri