‘କ୍ଷତିଗ୍ରସ୍ତ ଧାନଚାଷ ଦେଖିଲେ, ଚାଷୀଙ୍କୁ ସଚେତନ କଲେ’

ଜଳେଶ୍ୱର, ୯।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ବିଭିନ୍ନ ଅଞ୍ଚଳରେ ଚକଡାପୋକ ବ୍ୟାପିବାରେ ଲାଗିଛି ା ଏ ସମ୍ପର୍କରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଜିଲା କେଭିକେ (କୃଷି ବିଜ୍ଞାନ କେନ୍ଦ୍ର)ର ବୈଜ୍ଞାନିକ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ଅତିଶୀଘ୍ର ନିର୍ଦ୍ଦିଷ୍ଟ କୀଟନାଶକ ଓ କେତେକ ପ୍ରଣାଳୀ ଚାଷୀମାନେ ଆପଣେଇବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସେମାନେ ସରକାରଙ୍କୁ ସବିଶେଷ ତଥ୍ୟ ଜଣାଇବେ ବୋଲି ଚାଷୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ା
ଜଳେଶ୍ୱରରେ ୨୧ହଜାର ହେକ୍ଟର ଜମିରେ ଧାନ ଚାଷ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପ୍ରତିକୂଳ ପାଗ ଯୋଗୁ ୧୯୫୦୦ହେକ୍ଟର ଜମିରେ ରୁଆପୋତା ହୋଇଥିଲା। ଏବେ ବାୟୁମଣ୍ଡଳରେ ତାପମାତ୍ର ଆଶାତୀତ ଭାବେ କମି ନ ଥିବାରୁ ତଥା ଅଧିକ ଉତ୍ତାପ ଦେଖାଦେଉଥିବାରୁ ଚକଡାପୋକ ଅଧିକ ମାତ୍ରାରେ ବ୍ୟାପୁଥିବା କେଭିକେ ବୈଜ୍ଞାନିକ ଡ. ସ୍ବାଗତିକା ସାହୁ ଓ ଡ. କମଳାକାନ୍ତ ବେହେରା ସୂଚନା ଦେଇଛନ୍ତି। ସେମାନେ ବର୍ତ୍ତନା, ଖୁଲୁଡା, ଗୋପୀମୋହନପୁର, ଆରୁହା ଓ ପଶ୍ଚିମବାର୍ଡ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ଚକଡାପୋକ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ା ପରିସ୍ଥିତି ଦେଖି ସେମାନେ ଚାଷୀମାନଙ୍କୁ ସାନ୍ତ୍ୱନା ଦେବା ସହ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରକାର କୀଟନାଶକ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ା ଧାଡିକୁ ଧାଡି ପାହି ସୃଷ୍ଟି କରି ସିଞ୍ଚନ ବେଳେ କୀଟନାଶକ ଧାନଗଛର ମୂଳ ଯାଏ ଯେପରି ସ୍ପର୍ଶ କରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ କହିଛନ୍ତି ା କେତେକ ଚାଷୀ ୩/୪ ପ୍ରକାର ଔଷଧ ମିଶ୍ରଣ କରି ସିଞ୍ଚନ କରୁଥିବାରୁ ଏହାକୁ ସେମାନେ ବାରଣ କରିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକ କୀଟନାଶକ ରିହାତି ମୂଲ୍ୟରେ ଯୋଗାଇ ଦେବାକୁ ବହୁ କୃଷକ ସଂଘ, କୃଷକ ସଭା, ନେତୃମଣ୍ଡଳୀ ଓ ଅଭିଜ୍ଞ କୃଷକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳେଶ୍ୱର ଗୋଷ୍ଠୀ କୃଷି ଅଧିକାରୀ ସଞ୍ଜୟ ରାଉତଙ୍କୁ ପଚାରିବାରୁ ପ୍ରତି ପଞ୍ଚାୟତରେ ଏ ରୋଗର ପ୍ରାଦୁର୍ଭାବ ଦେଖାଦେଇଥିବା ଓ ନିର୍ଦ୍ଦିଷ୍ଟ ଔଷଧ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲେ ମଧ୍ୟ କୃଷକମାନେ ଏକାଧିକ ଔଷଧ ପ୍ରୟୋଗ କରୁଥିବାରୁ ରୋଗ ନିରାକରଣ ହୋଇପାରୁନାହିଁ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଇବଣିଆ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି, ସେକ୍‌ ଅବଦୁଲ ରାଜା, ବୀରେନ୍ଦ୍ର ମଲ୍ଲିକ, ପଦ୍ମଲୋଚନ ବାରିକ ପ୍ରମୁଖ କୃଷିବୈଜ୍ଞାନିକଙ୍କ ସହିତ ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri