‘ଖୁବ୍‌ଶୀଘ୍ର ଦେଖା ହେବ’

ବୋଗୋଟା, ୧୦ା୧: ଦୀର୍ଘ ଦିନ ହେଲା ଫୁସ୍‌ଫୁସ୍‌ ଜନିତ ଜଟିଳ ରୋଗରେ ପୀଡ଼ିତ ଥିବା କଲମ୍ବିଆର ୬୦ ବର୍ଷୀୟ ଭିକ୍ଟର ଏସ୍କୋବର୍‌ ଶୁକ୍ରବାର ଇଚ୍ଛାମୃତ୍ୟୁ ବରଣ କରିଛନ୍ତି। ଦେଶରେ ଇଚ୍ଛାମୃତ୍ୟୁ ଆଇନ ଲାଗୁ ହେବା ପରେ ଏପରି କରିବାରେ ସେ ଲାଟିନ୍‌ ଆମେରିକାର ପ୍ରଥମ ବ୍ୟକ୍ତି। ‘ମୃତ୍ୟୁକୁ ବାଛି ଶାନ୍ତି ଅନୁଭବ କରୁଛି। ଏଥିପାଇଁ ସେ ଭୟଭୀତ ନୁହଁନ୍ତି। ଦିନେ ସମସ୍ତଙ୍କ ପାଳି ଆସିବ। ତେଣୁ କାହାରିକୁ ବିଦାୟ କହିବି ନାହିଁ। ଖୁବଶୀଘ୍ର ସମସ୍ତଙ୍କ ସହ ଦେଖାହେବ’ ବୋଲି ମୃତ୍ୟୁ ପୂର୍ବରୁ ସେ କହିଥିଲେ। ଏଥିସହ ଜୀବନର ଶେଷ ମୁହୂର୍ତ୍ତ ସେ ତାଙ୍କ ପରିବାର ସହ ବିତାଇଥିଲେ। ଡାକ୍ତରଙ୍କ ଉପସ୍ଥିତିରେ ତାଙ୍କୁ ମୃତ୍ୟୁର ଇଞ୍ଜେକଶନ୍‌ ଦିଆଯାଇଥିବା ତାଙ୍କ ଓକିଲ ଟୁଇଟ୍‌ କରିଛନ୍ତି। ଏଥିରେ ତାଙ୍କୁ ପରିବାର ଲୋକ ମଧ୍ୟ ସମର୍ଥନ ଦେଇଥିଲେ। ୧୯୯୭ରେ କଲମ୍ବିଆ ଇଚ୍ଛାମୃତ୍ୟୁକୁ ଦଣ୍ଡବିହୀନ କରାଯାଇଥିଲା। ଗତ ଜୁଲାଇରେ ଦୁରାରୋଗ୍ୟରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସ୍ଥାନୀୟ ଅଦାଲତ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିରୋଧରେ ଗୁପ୍ତଚରୀ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୬।୩ : ଆମେରିକାର ଡ୍ରୋନକୁ ରୁଷିଆର ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।...

ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ତୁମେ ପରଜୀବୀ,ଭାରତ ଫେରିଯାଅ

ପୋଲାଣ୍ଡରେ ଜଣେ ଭାରତୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେଠାରେ ଜଣେ ଆମେରିକୀୟ ତାଙ୍କୁ ପରଜୀବୀ ଏବଂ ଅନୁପ୍ରବେଶକାରୀ କରିବା ସହ ନିଜ ଦେଶକୁ ଫେରିଯିବା ଲାଗି...

ଚାଇନାରେ କରୋନା ବେକାବୁ: ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ବ୍ଲୁମବର୍ଗ ଅନୁସାରେ ଚାଇନା ସରକାରଙ୍କ ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରାଧିକରଣର ଆକଳନ ଅନୁଯାୟୀ, ଏହି ସପ୍ତାହରେ...

ଏହି ଲ୍ୟାବ୍‌ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା

ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି।...

ଦକ୍ଷିଣ କୋରିଆ ନାଗରିକଙ୍କ ଶର୍ଟ ଟର୍ମ ଭିଜା ଉପରେ କଟକଣା ଜାରି କଲା ଚାଇନା…

ବେଜିଂ,୧୦।୧ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ସ୍ଥିତିରେ ରହିଛି। କେତେକ ଦେଶ ଏବେ ଚାଇନାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି।...

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ...

କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍‌: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍‌-ଲଶ୍କର-ହିଜବୁଲ୍‌ ମୁଜାହିଦ୍ଦିନ୍‌

ବ୍ରସେଲ୍ସ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍‌,...

Advertisement
Archives

Model This Week