Posted inଜାତୀୟ

ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦ,୯।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର ଗଣେଶ ମହୋତ୍ସବ ଅବସରରେ ହାଇଦ୍ରବାଦ ଆସିଥିଲେ। ଏହି ଅବସରରେ ସେ ଏକ ରାଲିରେ ଉଦ୍‌ବୋଧନ ଦେବାକୁ ଛିଡ଼ା ହୋଇଥିଲେ। ହେଲେ ତାଙ୍କୁ ସେଠାରେ ଏକ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ଜଣେ ବ୍ୟକ୍ତି ମଞ୍ଚ ଉପରକୁ ମାଡ଼ିଆସି ମାଇକ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ହେଲେ ମଞ୍ଚରେ ଥିବା ଅନ୍ୟ ନେତାମାନେ ତୁରନ୍ତ ତାଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ। ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ନେତା ବୋଲି ଜଣାପଡ଼ିଛି। ପରେ ପୋଲିସ ସମ୍ପୃକ୍ତ ନେତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ସେହି ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ମଞ୍ଚ ଉପରକୁ ଚଢ଼ିବାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷାରେ ଅବହେଳା ହୋଇଥିବା ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନ ଆଧାରିତ କବିତା ଲେଖି ସମ୍ମାନିତ ହେଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୩୧।୮: ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ସୁନିଲ କୁମାର ଗୌତମ ସମ୍ବିଧାନ ଆଧାରିତ କବିତା ସଂକଳନ ‘ସମ୍ବିଧାନ କାବ୍ୟ’ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ...

ଟିଏମ୍‌ସିରେ ଆସାମ କଂଗ୍ରେସର ପୂର୍ବତନ ସଭାପତି

କୋଲକାତା,୧୮।୪ : ଆସାମ କଂଗ୍ରେସର ପୂର୍ବତନ ସଭାପତି ରିପୁନ୍‌ ବୋରା ଦଳ ଛାଡ଼ି ରବିବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା...

ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରୀଛାତ୍ର

ଇମ୍ଫାଲ,୯।୯: ସ୍କୁଲ ପିଲାଙ୍କ ପାଇଁ ମଣିପୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତି ଶନିବାର ପିଲାମାନେ ସ୍କୁଲକୁ ବିନା ବ୍ୟାଗରେ ଯିବେ ବୋଲି...

ଯୁବକଙ୍କୁ ପିଟି ମାରିଦେଲେ

ନୂଆଦିଲ୍ଲୀ,୩୧ା୮: ପଶ୍ଚିମ ଦିଲ୍ଲୀର ନାରାଇନାରେ ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦିଆଯାଇଛି। ହତ୍ୟା ଅଭିଯୋଗରେ ପୋଲିସ ଘଟଣାସ୍ଥଳରୁ ୪...

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ପାସ୍‌ପୋର୍ଟ ମନା

ନୂଆଦିଲ୍ଲୀ,୭ା୩: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଆଉ ମିଳିବ ନାହିଁ ପାସ୍‌ପୋର୍ଟ। ଯେଉଁ କର୍ମଚାରୀମାନେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କିମ୍ବା ଯାହାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ...

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ...

ସୀମାରେ ଯୁଦ୍ଧ ପରିସ୍ଥିତି, ହେଲେ ସେନାଙ୍କ ମନୋବଳ ଭାଙ୍ଗୁଛନ୍ତି ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ ।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଦୁଇ ବର୍ଷ ତଳେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ । ଏହି ଅବସରରେ...

ଦିଲ୍ଲୀ ପରିବହନ ବିଭାଗ କାର୍ଯ୍ୟାଳୟରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୦।୧: ରାଜଧାନୀ ଦିଲ୍ଲୀର ସିଭିଲ ଲାଇନରେ ଥିବା ପରିବହନ ବିଭାଗ କାର୍ଯ୍ୟାଳୟରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏଥିରେ କାର୍ଯ୍ୟାଳୟର ପ୍ରାୟ ସମସ୍ତ...

Advertisement
Archives

Model This Week