Posted inଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୯।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିହାର ପାଇଁ ବିନୋଦ ଟଓ୍ବଡେଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିବା ବେଳେ ହରିଶ୍‌ ଦ୍ୱିବେଦୀଙ୍କୁ ସହପ୍ରଭାରୀ କରାଯାଇଛି। ପାର୍ଲାମେଣ୍ଟ ବୋର୍ଡରେ ସ୍ଥାନ ପାଇଥିବା ଓମ୍‌ ମାଧୁରଙ୍କୁ ଛତିଶଗଡ଼ ଦାୟିତ୍ୱ ଦିଆଯାଇଛି। ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବା ସହ ହରିୟାଣା ପାଇଁ ଦଳର ପ୍ରଭାରୀ ନିଯୁକ୍ତ କରାଯାଇଛି। ତ୍ରିପୁରା ପ୍ରଭାରୀ ଥିବା ବିନୋଦ ଶଙ୍କରଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୋଏଡ଼ା ଏମ୍‌ପି ଡ. ମହୋଶ ଶର୍ମାଙ୍କୁ ପ୍ରଭାରୀ କରାଯାଇଛି।

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼ର ସାଂଗଠନିକ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ତେଲଙ୍ଗାନା ପ୍ରଭାରୀ ଦାୟିତ୍ୱରେ ରହିବେ। ବିହାର ବିଧାନ ପରିଷଦ ସଦସ୍ୟ ମଙ୍ଗଳ ପାଣ୍ଡେଙ୍କୁ ପଶ୍ଚିମବଙ୍ଗର ନୂଆ ପ୍ରଭାରୀ କରାଯାଇଥିବାବେଳେ ସହପ୍ରଭାରୀ ଦାୟିତ୍ୱରେ ଅମିତ୍‌ ମାଲବ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କେରଳ ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଅରୁଣ ସିଂ ପୂର୍ବଭଳି ରାଜସ୍ଥାନ ପ୍ରଭାରୀ ଦାୟିତ୍ୱରେ ରହିବେ। ଝାଡ଼ଖଣ୍ଡ ପାଇଁ ଭାଜପା ଦିଲୀପ ସାଇକିଆଙ୍କ ସ୍ଥାନରେ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରଦାତାଙ୍କ ଉପରେ ଇଲେକ୍ଟୋରାଲ ବଣ୍ଡ ବୋଝ, କମିଶନରେ ଖର୍ଚ୍ଚ ୯.୫୩ କୋଟି…

ନୂଆଦିଲ୍ଲୀ,୨୮।୧୧ : ରାଜନୈତିକ ଦଳମାନଙ୍କୁ ଦାନ ଦେବା ପାଇଁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡର ବୋଝ ଏବେ କରଦାତାମାନଙ୍କ ଉପରେ ପଡୁଛି। ଏହି ବଣ୍ଡ ଛାପିବା ପାଇଁ...

ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷାମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, କହିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୧୬।୬ : ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା...

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି...

ଟିଏମସିରେ ଯୋଗ ନ ଦେବାରୁ ଛାତ୍ରଙ୍କୁ ରାଗିଂ

କୋଲକତା,୯।୧୨: କୋଲକାତାର ଆଇନ ମହାବିଦ୍ୟାଳୟରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷର ଛାତ୍ର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ...

ଇସ୍‌ଲାମାବାଦରେ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫।୬: ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ପାକିସ୍ତାନରେ ଭାରତୀୟ...

ପ୍ରବାସୀ ଶ୍ରମିକଙ୍କ ପ୍ରତି ରହିଛି ଦିଲ୍ଲୀ ସରକାରଙ୍କ ଦାୟିତ୍ୱବୋଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ପ୍ରବାସୀ ଶ୍ରମିକ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି...

ଏନ୍‌ସିବି ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଥିଲା

ମୁମ୍ବାଇ,୧୯ା୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ସମ୍ପୃକ୍ତ ଥିବା କ୍ରୁଜ୍‌ ଜାହାଜ ଡ୍ରାଗ୍ସ ଜବତ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥବା...

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ...

Advertisement
Archives

Model This Week