ସୁରକ୍ଷା ଅର୍ଥ ଯାଉଛି କୁଆଡ଼େ

ବାରିପଦା ଅଫିସ,୩୦ା୧୨: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କଲେଣି। ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ କାଠମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ଶିମଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ଓ ଦିଗହରା ସାଜିଥିବା ପ୍ରାଣୀ ଜୀବନ ବଞ୍ଚାଇବା ପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ବନବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ସୁରକ୍ଷା ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛି ବୋଲି ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନ୍ୟଜନ୍ତୁକୁ ସୁରକ୍ଷା ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ଶିକାରୀଙ୍କ ଗତିବିଧି ଉପରେ ନଜର ରଖି ବନବିଭାଗକୁ ସୂଚନା ପ୍ରଦାନକାରୀଙ୍କ ପାଇଁ ଆସୁଥିବା ଅର୍ଥ ବାଟମାରଣା କରାଯାଉଛି। ଏହି ସୂଚନାଦାତାଙ୍କ ନାମ ଗୋପନ ରଖାଯାଇ ସେମାନଙ୍କୁ ଆର୍ଥିକ ସହଯୋଗ କରାଯାଇଥାଏ। ସେମାନେ ଗଁା ହାଟ, ଛକ ଓ ବଜାରରୁ ତଥ୍ୟ ସଂଗ୍ରହ କରି ଶିକାରୀମାନଙ୍କ ଯୋଜନା ସମ୍ପର୍କରେ ବିଭାଗକୁ ଅବଗତ କରିଥାନ୍ତି। ଫଳରେ ଶିକାରୀମାନେ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ବନବିଭାଗର ଅଧିକାରୀମାନେ ସେମାନଙ୍କୁ କାବୁ କରିଥାନ୍ତି। ମାତ୍ର ଏସବୁ ଅର୍ଥକୁ ଠିକ୍‌ ଭାବେ ବିନିଯୋଗ କରାଯାଉ ନ ଥିବାରୁ ସୂଚନାଦାତାଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଫଳରେ ଶିକାରୀମାନେ ନିର୍ଭୟରେ ଅଭୟରାଣ୍ୟରେ ପ୍ରବେଶ କରି ଶିକାର କରିବାରେ ସକ୍ଷମ ହୋଇପାରୁଛନ୍ତି। ସେହିପରି ମହାବଳ ବାଘ ରହୁଥିବା ସ୍ଥାନରେ କୌଣସି ପ୍ରକାର ଗାଡ଼ି, ମଟର ଚଳାଇବା କିମ୍ବା ଆଲୋକର ବ୍ୟବସ୍ଥା କରିବା ନିୟମ ନାହିଁ। ମାତ୍ର ବିଟ୍‌ ହାଉସ୍‌ଗୁଡ଼ିକରେ ସୌର ଲାଇଟ୍‌ ଲଗାଇ ମୋବାଇଲ ଓ ଟିଭି ଚଳାଇବା ଦ୍ୱାରା ଉକ୍ତ ଅଞ୍ଚଳ ମହାବଳ ବାଘଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଶିକାରୀଙ୍କ ବନ୍ଧୁକର ଶବ୍ଦ ଓ ବିଭାଗର ଏଭଳି ବ୍ୟବସ୍ଥା ଫଳରେ ବାଟବଣା ହୋଇ ବାଘ ଓ ହାତୀ ନିଜ ସ୍ଥାନରୁ ଅନ୍ୟତ୍ର ଯିବା ସମୟରେ ଶିକାରୀ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି। ସେହିପରି କୋର୍‌ ଏରିଆରେ ଲାଗିଥିବା କ୍ୟାମେରାଗୁଡ଼ିକୁ ଶିକାରୀମାନେ ଚୋରି କରିବା ଦ୍ୱାରା ବାଘ ଭଳି ଜନ୍ତୁର ଗତିବିଧିକୁ ସହଜରେ ଜାଣିପାରୁଛନ୍ତି। ଚୋରି ଘଟଣାକୁ ନେଇ ବନବିଭାଗ ନାମକୁ ମାତ୍ର ଏକ ମାମଲା ରୁଜୁ କରିବା ପରେ ନୀରବତା ଅବଲମ୍ବନ କରୁଛି। ଫଳରେ ଶିକାରୀଙ୍କ ପାଖରେ ପହଞ୍ଚତ୍ବା ତ ଦୂରର କଥା ସେମାନଙ୍କ ସମ୍ପର୍କରେ ଟେର୍‌ ମଧ୍ୟ ପାଇପାରୁ ନାହିଁ। ଅନ୍ୟପକ୍ଷରେ ଅଭୟାରଣ୍ୟ ମଧ୍ୟରେ ବିଭାଗୀୟ କୋଠାବାଡ଼ି ନିର୍ମାଣ ହେବା ଦ୍ୱାରା ବନ୍ୟପ୍ରାଣୀମାନେ ନିଜକୁ ଅସୁରିକ୍ଷିତ ମଣୁଛନ୍ତି। ତେବେ ବର୍ଷ ତମାମ ଶିକାରୀଙ୍କଠାରୁ ଜବତ ହେଉଥିବା ବନ୍ଧୁକଗୁଡ଼ିକ କେଉଁଠାରୁ ଆସୁଛି ତାହାକୁ ନେଇ କୌଣସି ତଦନ୍ତ କରାଯାଉନାହିଁ।
ଏପରିକି ବନ୍ଧୁକ ବ୍ୟବହାରକାରୀଙ୍କ ଉପରେ ଆର୍ମ ଆକ୍ଟ ଲଗା ନ ଯିବାରୁ ସେମାନେ ସହଜରେ ମୁକୁଳିଯାଇ ପୁନର୍ବାର ଶିକାରରେ ଲିପ୍ତ ରହୁଛନ୍ତି। ଆଗାମୀ ଦିନରେ ଏଥି ପ୍ରତି ବନବିଭାଗ ସ୍ବତନ୍ତ୍ର ଦୃଷ୍ଟି ନ ଦେଲେ ଶିମିଳିପାଳ ଅଭୟାରଣ୍ୟ କେବଳ ପାହାଡ଼ ପଥରରେ ସୀମିତ ରହିବ ବୋଲି ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri