ସୁରକ୍ଷା ଅର୍ଥ ଯାଉଛି କୁଆଡ଼େ

ବାରିପଦା ଅଫିସ,୩୦ା୧୨: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କଲେଣି। ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ କାଠମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ଶିମଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ଓ ଦିଗହରା ସାଜିଥିବା ପ୍ରାଣୀ ଜୀବନ ବଞ୍ଚାଇବା ପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ବନବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ସୁରକ୍ଷା ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛି ବୋଲି ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନ୍ୟଜନ୍ତୁକୁ ସୁରକ୍ଷା ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ଶିକାରୀଙ୍କ ଗତିବିଧି ଉପରେ ନଜର ରଖି ବନବିଭାଗକୁ ସୂଚନା ପ୍ରଦାନକାରୀଙ୍କ ପାଇଁ ଆସୁଥିବା ଅର୍ଥ ବାଟମାରଣା କରାଯାଉଛି। ଏହି ସୂଚନାଦାତାଙ୍କ ନାମ ଗୋପନ ରଖାଯାଇ ସେମାନଙ୍କୁ ଆର୍ଥିକ ସହଯୋଗ କରାଯାଇଥାଏ। ସେମାନେ ଗଁା ହାଟ, ଛକ ଓ ବଜାରରୁ ତଥ୍ୟ ସଂଗ୍ରହ କରି ଶିକାରୀମାନଙ୍କ ଯୋଜନା ସମ୍ପର୍କରେ ବିଭାଗକୁ ଅବଗତ କରିଥାନ୍ତି। ଫଳରେ ଶିକାରୀମାନେ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ବନବିଭାଗର ଅଧିକାରୀମାନେ ସେମାନଙ୍କୁ କାବୁ କରିଥାନ୍ତି। ମାତ୍ର ଏସବୁ ଅର୍ଥକୁ ଠିକ୍‌ ଭାବେ ବିନିଯୋଗ କରାଯାଉ ନ ଥିବାରୁ ସୂଚନାଦାତାଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଫଳରେ ଶିକାରୀମାନେ ନିର୍ଭୟରେ ଅଭୟରାଣ୍ୟରେ ପ୍ରବେଶ କରି ଶିକାର କରିବାରେ ସକ୍ଷମ ହୋଇପାରୁଛନ୍ତି। ସେହିପରି ମହାବଳ ବାଘ ରହୁଥିବା ସ୍ଥାନରେ କୌଣସି ପ୍ରକାର ଗାଡ଼ି, ମଟର ଚଳାଇବା କିମ୍ବା ଆଲୋକର ବ୍ୟବସ୍ଥା କରିବା ନିୟମ ନାହିଁ। ମାତ୍ର ବିଟ୍‌ ହାଉସ୍‌ଗୁଡ଼ିକରେ ସୌର ଲାଇଟ୍‌ ଲଗାଇ ମୋବାଇଲ ଓ ଟିଭି ଚଳାଇବା ଦ୍ୱାରା ଉକ୍ତ ଅଞ୍ଚଳ ମହାବଳ ବାଘଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଶିକାରୀଙ୍କ ବନ୍ଧୁକର ଶବ୍ଦ ଓ ବିଭାଗର ଏଭଳି ବ୍ୟବସ୍ଥା ଫଳରେ ବାଟବଣା ହୋଇ ବାଘ ଓ ହାତୀ ନିଜ ସ୍ଥାନରୁ ଅନ୍ୟତ୍ର ଯିବା ସମୟରେ ଶିକାରୀ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି। ସେହିପରି କୋର୍‌ ଏରିଆରେ ଲାଗିଥିବା କ୍ୟାମେରାଗୁଡ଼ିକୁ ଶିକାରୀମାନେ ଚୋରି କରିବା ଦ୍ୱାରା ବାଘ ଭଳି ଜନ୍ତୁର ଗତିବିଧିକୁ ସହଜରେ ଜାଣିପାରୁଛନ୍ତି। ଚୋରି ଘଟଣାକୁ ନେଇ ବନବିଭାଗ ନାମକୁ ମାତ୍ର ଏକ ମାମଲା ରୁଜୁ କରିବା ପରେ ନୀରବତା ଅବଲମ୍ବନ କରୁଛି। ଫଳରେ ଶିକାରୀଙ୍କ ପାଖରେ ପହଞ୍ଚତ୍ବା ତ ଦୂରର କଥା ସେମାନଙ୍କ ସମ୍ପର୍କରେ ଟେର୍‌ ମଧ୍ୟ ପାଇପାରୁ ନାହିଁ। ଅନ୍ୟପକ୍ଷରେ ଅଭୟାରଣ୍ୟ ମଧ୍ୟରେ ବିଭାଗୀୟ କୋଠାବାଡ଼ି ନିର୍ମାଣ ହେବା ଦ୍ୱାରା ବନ୍ୟପ୍ରାଣୀମାନେ ନିଜକୁ ଅସୁରିକ୍ଷିତ ମଣୁଛନ୍ତି। ତେବେ ବର୍ଷ ତମାମ ଶିକାରୀଙ୍କଠାରୁ ଜବତ ହେଉଥିବା ବନ୍ଧୁକଗୁଡ଼ିକ କେଉଁଠାରୁ ଆସୁଛି ତାହାକୁ ନେଇ କୌଣସି ତଦନ୍ତ କରାଯାଉନାହିଁ।
ଏପରିକି ବନ୍ଧୁକ ବ୍ୟବହାରକାରୀଙ୍କ ଉପରେ ଆର୍ମ ଆକ୍ଟ ଲଗା ନ ଯିବାରୁ ସେମାନେ ସହଜରେ ମୁକୁଳିଯାଇ ପୁନର୍ବାର ଶିକାରରେ ଲିପ୍ତ ରହୁଛନ୍ତି। ଆଗାମୀ ଦିନରେ ଏଥି ପ୍ରତି ବନବିଭାଗ ସ୍ବତନ୍ତ୍ର ଦୃଷ୍ଟି ନ ଦେଲେ ଶିମିଳିପାଳ ଅଭୟାରଣ୍ୟ କେବଳ ପାହାଡ଼ ପଥରରେ ସୀମିତ ରହିବ ବୋଲି ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri