ସୁରକ୍ଷିତ ନୁହେଁ ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୯ ପୁଣି ପଦାରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ଡାକ୍ତରଖାନା ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବାବେଳେ ଦଲାଲମାନଙ୍କ କଥାରେ ଚିକିତ୍ସା ସେବା ପରିଚାଳିତ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। କିନ୍ତୁ ଏ ଦିଗରେ ଅଧିକାରୀମାନେ ତତ୍ପରତା ନ ଦେଖାଇବାରୁ ଗତ ବୁଧବାର ଜଣେ ମାନସିକ ରୋଗୀ ୩ୟ ମହଲା ଝରକା ତାଜା ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ମେଡିକାଲର ସୁରକ୍ଷା ବ୍ୟବସ୍ଥା ଯେ ଆଦୌ ସୁରକ୍ଷିତ ନୁହେଁ ତାହା ଦର୍ଶାଉଛି।
ଅନୁଗୋଳ ଜିଲାରେ ଥିବା ସରକାରୀ ମେଡିକାଲଗୁଡ଼ିକରେ ମୋଟ ୧୭୫ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୮୩ ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏତେ ସଂଖ୍ୟକ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଅଘଟଣମାନ ଘଟୁଛି। ବେଳେ ବେଳେ ବିଭିନ୍ନ ୱାର୍ଡରୁ ରୋଗୀ ବେଡ୍‌ରୁ ଉଠି କେଉଁଆଡ଼େ ପଳାଇ ଯାଉଛନ୍ତି। ଅତୀତରେ ଏପରି ଅନେକ ଘଟଣା ନେଇ ଥାନାରେ ଅଭିଯୋଗ କରାଯାଇଛି। ସେହିପରି ମେଡିକାଲରୁ ଯନ୍ତ୍ରାଂଶ, ରୋଗୀଙ୍କ ଟଙ୍କା, ମୋବାଇଲ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଦଲାଲମାନେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାନା ଉପାୟରେ ଠକେଇ କରୁଛନ୍ତି। ମେଡିକାଲ ଭଲଭାବେ ପରିଚାଳନା ପାଇଁ ଜଣେ ପରିଚାଳକ ନିଯୁକ୍ତି ପାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଏଡିଏମ୍‌ଓ(ମେଡିକାଲ) ଦାୟିତ୍ୱରେ ଅଛନ୍ତି। କିନ୍ତୁ ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ତଦାରଖ ହୋଇପାରୁ ନାହିଁ। ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ୱାର୍ଡ ସହ ଆଇସିୟୁ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଠିକା ସଂସ୍ଥା ଅଧାପନ୍ତରିଆ କାର୍ଯ୍ୟ କରି ଛାଡ଼ିଦେଇଛି। ସେହିପରି ମେଡିକାଲ ବଡ଼ ଅଟ୍ଟାଳିକାର ଛାତ କବାଟ ସର୍ବଦା ଖୋଲା ରହୁଛି। ଯେଉଁ ଝରକା ଦେଇ ମାନସିକ ରୋଗୀ ଜଣଙ୍କ ତାଜା ଉପରକୁ ଚଢ଼ିଯାଇଥିଲେ, ତାହା ମଧ୍ୟ ଏଯାଏ ବନ୍ଦ ହୋଇନାହିଁ। ହେଲେ ଏସବୁ ତଦାରଖ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଯେପରି ସମୟ ନାହିଁ। ଏହି କାରଣରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସର୍ବଦା ବିବାଦରେ ରହୁଥିବା ସଚେତନ ନାଗରିକମାନେ ମତପୋଷଣ କରିଛନ୍ତି।
କଡ଼ା ନଜର ରଖାଯିବ
ଜିଲା ମୁଖ୍ୟ ଚିକିତ୍ସାଳୟ ୩ୟ ମହଲା ଝରକା ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ପୁନର୍ବାର ଏଭଳି ଘଟଣା ଯେମିତି ନ ଘଟେ, ସେ ନେଇ ବ୍ୟବସ୍ଥା କରାଯାଉଛି। ମେଡିକାଲର ସମସ୍ତ ସୁରକ୍ଷା କର୍ମୀଙ୍କୁ ଡକାଯାଇ କଡ଼ା ନଜର ରଖିବାକୁ କୁହାଯାଇଛି।
– ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ(ମେଡିକାଲ)
ବ୍ୟବସ୍ଥାରେ ସୁଧାର ଆସୁନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ବଢ଼ିଛି। ଅଧିକାରୀଙ୍କ ଠାରୁ କର୍ମଚାରୀଙ୍କ ଯାଏ, ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ମନୋମୁଖୀ ଭାବେ କାର୍ଯ୍ୟ କରାଯାଉଥିବାରୁ ବ୍ୟବସ୍ଥାରେ ସୁଧାର ଅସୁନାହିଁ। ଏ ନେଇ ଅଧିକାରୀମାନେ ସଚେତନ ରହିବା ଆବଶ୍ୟକ। ବିଭିନ୍ନ ୱାର୍ଡର କର୍ମଚାରୀ ଓ ସୁରକ୍ଷା କର୍ମୀ ରୋଗୀଙ୍କ ଉପରେ ନଜର ରଖନ୍ତୁ।
– କଲ୍ୟାଣ କିଶୋର ମହାନ୍ତି, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଉପଯୁକ୍ତ ତଦାରଖ କରାଯାଉ
ଆତ୍ମହତ୍ୟା ଉଦ୍ଦେଶ୍ୟରେ ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣାରୁ ମେଡିକାଲ କର୍ତ୍ତୃପକ୍ଷ କିଛି ଶିକ୍ଷା ଲାଭ କରିବା ଆବଶ୍ୟକ। କେବଳ ଶୀତତାପ ନିୟନ୍ତ୍ରିତ ଗୃହରେ ବସି ଦାୟିତ୍ୱ ବୁଝିଲେ ହେବ ନାହିଁ। ମେଡିକାଲ ପରିସରରେ କ’ଣ ଘଟୁଛି ତାହାର ଉପଯୁକ୍ତ ତଦାରଖ ଜରୁରୀ।
– ସୁବୋଧ କୁମାର ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଦଲାଲଙ୍କ କଥାରେ ପରିଚାଳନା
କେବଳ ମୁଖ୍ୟ ଚିକିତ୍ସାଳୟ ନୁହେଁ, ଜିଲାରେ ଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ରହିଛି। କିନ୍ତୁ ତାହାକୁ ସୁଧାରିନେବା ପରିବର୍ତ୍ତେ କର୍ତ୍ତୃପକ୍ଷ ସର୍ବଦା ତାହାକୁ ଘୋଡ଼ାଇଦେବାରେ ବ୍ୟସ୍ତ ରହୁଛନ୍ତି। ଦଲାଲ୍‌ମାନଙ୍କ କଥାରେ ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି।
– ବରଦା ପ୍ରସନ୍ନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri