Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ୯ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଥିଲେ ଏହି ବୋଲର୍‌

ଭାରତୀୟ ପେସର୍‌ ମହମ୍ମଦ ଶାମି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ ସହିତ ଥିବା ଶାମି ତାଙ୍କ କ୍ୟାରିୟରରେ ଅନେକ ଥର ବିଜୟରେ ସହଯୋଗ କରିଥିଲେ। ଟେଷ୍ଟ ଡେବ୍ୟୁରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମୋଟ ୯ ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ଭାଗିଦାରୀ ପ୍ରସଙ୍ଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିେଏ। ସେ ୨୦୧୪ରେ ଭୁବନେଶ୍ୱର କୁମାରଙ୍କ ସହ ଇଂଲଣ୍ଡ ବିପକ୍ଷରେ ୧୧୧ ରନ ଯୋଡିଥିଲେ, ଯାହା ଦଶମ ଉଇକେଟ ପାଇଁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ଭାଗିଦାରୀ ଅଟେ।
ମହମ୍ମଦ ଶାମି ୧୯୯୦ ମସିହାରେ ଆମ୍ରୋହା, ୟୁପିରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୩ ରେ ଭାରତୀୟ ଦଳର ଜର୍ସି ପିନ୍ଧିବାର ସୁଯୋଗ ପାଇଲେ। ସେହି ବର୍ଷ ସେ ଟେଷ୍ଟ ଡେବ୍ୟୁରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ କୋଲକାତାର ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୧୮ରନ ଦେଇ ୯ ଉଇକେଟ୍‌ ନେଇଥିଲେ। ଜଣେ ଭାରତୀୟ ଦ୍ରୁତ ବୋଲରଙ୍କ ପାଇଁ ଡେବ୍ୟୁରେ ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ । ଜାନୁଆରୀ ୨୦୧୩ରେ ସେ ଦିଲ୍ଲୀରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ ଏବଂ ୨୩ ରନ ପାଇଁ ଗୋଟିଏ ଉଇକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇ ନିଜର ପ୍ରଥମ ମ୍ୟାଚ୍‌ରେ ଚାରି କିମ୍ବା ଅଧିକ ମେଡେନ୍‌ ଓଭର ବୋଲିଂ କରିଥିଲେ।
୨୦୧୪ ରେ ଇଂଲଣ୍ଡରେ ମଧ୍ୟ ଶାମିଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଥିଲା। ଏହି ସମୟରେ ଶାମି ଭାରତ ପାଇଁ ଦଶମ ଉଇକେଟ୍‌ ପାଇଁ ଦ୍ୱିତୀୟ ସର୍ବାଧିକ ଭାଗିଦାରୀ କରିଥିଲେ। ସେ, ଭୁବନେଶ୍ୱର କୁମାରଙ୍କ ସହ ଟ୍ରେଣ୍ଟ ବ୍ରିଜରେ ଡ୍ର ହୋଇଥିବା ମ୍ୟାଚରେ ୧୧୧ ରନ ଯୋଡିଥିଲେ। ଶାମି ମଧ୍ୟ ୨୦୧୫ ବିଶ୍ୱକପରେ ଅଂଶଗ୍ରହଣ କରିଥିଲେ ଏବଂ ହାରାହାରି ୧୭.୨୯ ରେ ୧୭ ଉଇକେଟ ନେଇଥିଲେ। ଟେଷ୍ଟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କୁ ପ୍ରାୟ ଦେଢ ଼ ବର୍ଷ ସମୟ ଲାଗିଥିଲା, କିନ୍ତୁ ସେ ଫେରିବା ପରେ ସେ ନିଜ ପ୍ରଦର୍ଶନ ସହିତ ସମାଲୋଚକମାନଙ୍କୁ ଚୁପ କରିଦେଇଥିଲେ। ୱେଷ୍ଟଇଣ୍ଡଜ୍‌ରେ ଚାରିଟି ଟେଷ୍ଟରେ ସେ ୧୧ ଉଇକେଟ ନେଇଥିଲେ।
ଡାହାଣହାତୀ ପେସର୍‌ ଶାମି ତାଙ୍କ ଟେଷ୍ଟ କ୍ୟାରିୟରରେ ୫୪ଟି ମ୍ୟାଚରେ ମୋଟ ୧୯୫ ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ୭୯ଟି ଦିନିକିଆରେ ୧୪୮ ଉଇକେଟ ନେଇଛନ୍ତି। ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୨ଟି ମ୍ୟାଚରେ ୧୨ ଉଇକେଟ ନେଇଛନ୍ତି। ସେ ୭୮ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ମୋଟ ୧୯୮ଟି ଉଇକେଟ ନେଇଛନ୍ତି। ସେ ଆଇପିଏଲରେ ଅନେକ ଦଳ ପାଇଁ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ଟି -୨୦ କ୍ୟାରିୟରରେ ମୋଟ ୧୧୯ଟି ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ସେ ୨ ଅର୍ଦ୍ଧ ଶତକର ସହାୟତାରେ ଟେଷ୍ଟରେ ମୋଟ ୫୯୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?